୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା

October 01, 2019, ଓଡ଼ିଶା, , Anupambharat News Bureau


୩ରୁ ଚାରି ଜିଲ୍ଲାରେ ବର୍ଷା ସମ୍ଭାବନା
Anupambharat News Bureau
October 01, 2019

ଭୁବନେଶ୍ୱର, ୧ ।୧୦ (ଅନୁପମ ମିଡିଆ) : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସତର୍କ ସୂଚନା ଜାରି କରାଯାଇଛି । ଏହାସହ ୩ ତାରିଖଠାରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି ଯେ ଆସନ୍ତା ୩ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଜଗାରେ ବର୍ଷା ହେବ । ଏହାସହ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ମଧ୍ୟ ବର୍ଷା ହେବା ସହିତ ୩ ତାରିଖଠାରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ମଧ୍ୟ ଜାରି ରଖିଛୁ । ଏହି ଜିଲ୍ଲା ଗୁଡ଼ିକ ହେଉଛି ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ସୁନ୍ଦରଗଡ଼ । ଏଥିସହ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ଜିଲ୍ଲା ଗୁଡ଼ିକ ହେଉଛି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର,ଝାରସୁଗୁଡ଼ା, ଦେବଗଡ଼ , କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା । ସେ ଆହୁରି କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ
ରାୟଗଡ଼ାରେ ମୁନିଗଡ଼ାରେ ୪୯.୮, ଧର୍ମଗଡ଼ରେ ୪୩ ,ରାୟଗଡ଼ରେ ୩୨ , ବୌଦ୍ଧରେ ୧୯.୮ , ଟିଟିଲାଗଡ଼ରେ ୧୮.୬ ମିମି ବର୍ଷା ହୋଇଥିବାର ରେକର୍ଡ କରଯାଇଛି । ତେବେ ଚଳିତ ପାର୍ବଣ ଋତୁକୁ ବର୍ଷା ସେଭଳି କିଛି ଫିକା ପକାଇବ ନାହିଁ ବୋଲି ପୂର୍ବରୁ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

ଏମିତି ହେଲେ ସେ ମହାତ୍ମା ଗାନ୍ଧୀ..!

Read More...

ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

ଆଜିଠୁ ‘ମୋ ସରକାର’, ଫୋନ୍‌ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page