ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ

October 01, 2019, ଦେଶ, , Anupambharat News Bureau


ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଗୁଆ ଜାମିନ
Anupambharat News Bureau
October 01, 2019

କୋଲକାତା: ସାରଦା ଚିଟ୍‌ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍‌ କମିଶନର ଆଇପିଏସ୍‌ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି । ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି କ୍ୟାଲକାଟା ହାଇକୋର୍ଟ ରାଜୀବଙ୍କୁ ଆଗୁଆ ଜାମିନ୍‌ ପ୍ରଦାନ କରିଛନ୍ତି । ଅର୍ଥାତ ସିବିଆଇ ଏବେ ତାଙ୍କୁ ସାରଦା ଚିଟ୍‌ଫଣ୍ଡ ମାମଲାରେ ଗିରଫ କରିପାରିବ ନାହିଁ । କୋର୍ଟ ରାଜୀବ ଆଗୁଆ ଜାମିନ୍‌ ଆବେଦନର ଶୁଣାଣି କରି କହିଛନ୍ତି ଯେ ଏହି ମାମଲାରେ ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକତା ନାହିଁ । ସେହିପରି ରାଜୀବ କୁମାରଙ୍କୁ ଜେରା କରିବାର ୪୮ ଘଣ୍ଟା ପୂର୍ବରୁ ହିଁ ହାଜର ହେବାକୁ ନୋଟିସ୍‌ କରିବ । ଯଦି ସିବିଆଇ ତାଙ୍କୁ ଗିରଫ କରିବ, ତା’ହେଲେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ୍‌ ପ୍ରଦାନ କରିବ । ଏଥିପାଇଁ ରାଜୀବଙ୍କୁ ୫୦ ହଜାର ଟଙ୍କାର ସ୍ୟୁରିଟି ଦାଖଲ କରିବାକୁ ପଡ଼ିବ । ତେବେ ରାଜୀବ କୁମାର କୋଲକାତା ବାହାରକୁ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶ କୋର୍ଟ ଦେଇ ନାହାନ୍ତି । ୧୯୮୯ ବ୍ୟାଚ୍ର ଆଇପିଏସ୍‌ ଅଫିସର ରାଜୀବ କୁମାର ସାରଦା ଚିଟ୍‌ଫଣ୍ଡ ଘଟଣାର ତଦନ୍ତ ପାଇଁ ଗଠିତ ଏସ୍‌ଆଇଟିର ମୁଖ୍ୟ ରହିଥିଲେ । ଏହି ସମୟରେ ସେ ଘଟଣାର ଅଭିଯୁକ୍ତ ମାନଙ୍କ ବିରୋଧରେ ଥିବା ପ୍ରମାଣକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସିବିଆଇ ତାଙ୍କୁ ଏଥିପାଇଁ ଜେରା କରିବାକୁ ଚାହୁଁଛି । ସିବିଆଇ ତାଙ୍କୁ ବାରମ୍ବାର ହାଜର ପାଇଁ ନୋଟିସ୍‌ କରିଥିଲେ ହେଁ ସେ ଏହାକୁ ଖାତିର କରି ନଥିଲେ । ରାଜୀବଙ୍କ ଅସହଯୋଗକୁ ସିବିଆଇ ଜେରା କରିବାକୁ ଚାହିଁଥିଲା । ହେଲେ ଏବେ କ୍ୟାଲକାଟା ହାଇକୋର୍ଟ ରାଜୀବଙ୍କୁ ଆଗୁଆ ଜାମିନ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

ଜମ୍ମୁ-କଶ୍ମୀରରେ ଅଟକ ଥିବା ଲୋକଙ୍କୁ ମିଳୁଛି ଏମିତି ସୁବିଧା

Read More...

ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ

ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page