ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’

July 22, 2019, ଦେଶ, , Anupambharat News Bureau


ଚନ୍ଦ୍ର ଅଭିମୁଖେ ‘ଚନ୍ଦ୍ରୟାନ-୨’
Anupambharat News Bureau
July 22, 2019

ନୂଆଦିଲ୍ଲୀ,୨୨ା୭: ସମଗ୍ର ବିଶ୍ୱରେ ଭାରତୀୟ ବୈଜ୍ଞାନିକ କୌଶଳ ଆଜି ଏକ ଐତିହାସିକ ଅଧ୍ୟାୟ ସୃଷ୍ଟି କରିପାରିଛି । ସମଗ୍ର ବିଶ୍ୱକୁ ଭାରତୀୟ ବିଜ୍ଞାନ ପ୍ରମାଣିତ କରିପାରିଛି ଯେ ବିକଶିତ ରାଷ୍ଟ୍ର ମାନଙ୍କ ସମକକ୍ଷ ହେବାପାଇଁ ଭାରତ ଆଜି ସ୍ୱଦେଶୀ ବିଜ୍ଞାନ କୌଶଳରେ ଚନ୍ଦ୍ରକୁ ‘ଚନ୍ଦ୍ରୟାନ-୨’କୁ ଆଜି ସଫଳତାର ସହିତ ଉତ୍‌କ୍ଷେପଣ କରାଯାଇପାରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ସତିଶ ଧାୱନ ମହାକାଶ କେନ୍ଦ୍ରରୁ ମାନବ ବିଭିନ୍ନ ‘ଚନ୍ଦ୍ରୟାନ-୨’ ଉତ୍‌କ୍ଷେପଣ କରାଯାଇଛି । ପୂର୍ବ ଯୋଜନା ମୁତାବକ ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ ମିନଟ ସମୟରେ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ ଦୁଇର ଉତ୍‌କ୍ଷେପଣ ସଫଳ ହୋଇପାରିଛି । ଏଥିପାଇଁ ବ୍ୟାପକ ପ୍ରସ୍ତìତି ଗତ କିଛି ଦିନ ଧରି ଜାରି ରହିଥିଲା । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଜିଏସଏଲଭି ଏମକେ ୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ପଠାଯାଇଛି । ଲ୍ୟାଣ୍ଡରବିକ୍ରମ ଓ ରଭରକୁ ନେଇ ଗଠିତ ଚନ୍ଦ୍ର ଯାନ -୨ ରେ ୧୪ ଟି ପେଲୋଡ ପଠାଯାଇଛି । ଏଥିମଧ୍ୟରୁ ୮ ଟି କକ୍ଷପଥରେ ରହିଥିବା ବେଳେ ବିକ୍ରମରେ ୪ଟି ଓ ରୋଭର ପ୍ରଜ୍ଞାରେ ଦୁଇଟି ପେଲୋଡ ସ୍ଥାପନ କରାଯାଇଛି । ଏହି ଚନ୍ଦ୍ରଯାନ-୨ ଆଗାମୀ ୪୮ ଦିନ ପରେ ଚନ୍ଦ୍ରପୃଷ୍ଟକୁ ପହଞ୍ଚିବ । ମାତ୍ର ୯୭୮ କୋଟି ଟଙ୍କାରେ ଖର୍ଚ୍ଚରେ ହୋଇଥିବା ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ୍ତ ଚନ୍ଦ୍ରଯାନ-୨ ଭାରତ ମହାକାଶ ବିଜ୍ଞାନର ଏକ ବିରାଟ ମାଇଲ ଖୁଣ୍ଟ ସ୍ଥାପନ କରିପାରିଛି । ଏହି ଚନ୍ଦ୍ରଯାନ-୨ ର ସଫଳ ଉତକ୍ଷେପଣ ଦ୍ୱାରା ଭାରତ ବିଶ୍ୱର ପ୍ରଭାବଶାଳୀ ତଥା ବିକଶିତ ରାଷ୍ଟ୍ର ଆମେରିକା, ରୁଷିୟା ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବେ ଆଜି ଚନ୍ଦ୍ରଯାତ୍ରା ଆରମ୍ଭ କରିଛି । ସାରା ଭାରତ ବର୍ଷ ପାଇଁ ଆଜି ଏକ ଗୌରବର ଦିନ ବୋଲି ଟୁଇଟ କରି ରାଷ୍ଟ୍ରପତି ଜଣାଇଛନ୍ତି । ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଇସ୍ରୋଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜି ଭାରତ ବର୍ଷ ଇତିହାସ ରଚିଛି ବୋଲି ସେ କହିଛନ୍ତି । ରାଷ୍ଟ୍ରମନ୍ତ୍ରୀ ଅମିତ ସାହା ମଧ୍ୟ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରୋଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଇସ୍ରୋକୁ ଏହାର ସର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିବା ନେଇ ଅଭିନନ୍ଦନ ଜଣାଇଛନ୍ତି । ଏହି ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ୩.୮୪୪ ଲକ୍ଷ କିଲୋମିଟର ବାଟ ଅତିକ୍ରମ କରିବ ବୋଲି ଜଣାଯାଇଛି । ଚନ୍ଦ୍ରଯାନ-୨ ଅର୍ନ୍ତରିକ୍ଷ ଯାନ ଜୁଲାଇ ମାସ ୨ ତାରିଖରୁ ଅଗଷ୍ଟ ମାସ ୧୩ ତାରିଖ ପର୍ଯ୍ୟନ୍ତ ପୃଥିବୀର ଚାରିପଟେ ଘୁରି ବୁଲିବ । ଏହାପରେ ଅଗଷ୍ଟ ୧୩ ତାରିଖରୁ ଉକ୍ତ ମାସ ୧୯ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରକୁ ଯିବାକୁ ଥିବା ଲମ୍ବା କକ୍ଷ ଅଭିମୂଖେ ଯାତ୍ରା କରି । ୧୯ ଅଗଷ୍ଟରେ ହିଁ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିବ,୧୩ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ଚାରିପଟେ ଘୁରି ବୁଲି ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିବ । ଏହାପରେ ଡିସେମ୍ବର ୧ ରୁ ବିକ୍ରମଲାଣ୍ଡରରୁ କକ୍ଷ ପଥରୁ ଅଲଗା ହୋଇ ଚନ୍ଦ୍ରର ଦକ୍ଷିଣ ମେରୁ ଦିଗକୁ ଯାତ୍ରା ଆରମ୍ଭ କରିବ । ସେପେଫମ୍ବର ୬ ରେ ଦକ୍ଷିଣ ମେରୁରେ ଏହା ଲ୍ୟାଣ୍ଡ କରିବ ବୋଲି ଜଣାପଡିଛି । ଆଜି ଏହାର ଉତକ୍ଷେପଣ ଦାୟିତ୍ୱରେ ୨୫୦ ଜଣ ବୈଜ୍ଞାନିକ ନିୟୋଜିତ ଥିଲେ । ସୂଚନା ଯେ ଏହାର ପରବର୍ତ୍ତୀ ସମୟରେ ଇସ୍ରୋ ୨୦୨୦ ରେ ସୂର୍ଯ୍ୟକୁ ମଧ୍ୟ ଅଭିଯାନ ଆରମ୍ଭ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ

ଏଟିଏମ ଭାଙ୍ଗି ଲୁଟି ନେଲେ ୨୫ ଲକ୍ଷ

Read More...

ସାରଥୀଙ୍କୁ ମିଳିଲା ଜାମିନ

ସାରଥୀଙ୍କୁ ମିଳିଲା ଜାମିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page