ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼

July 12, 2019, ଓଡ଼ିଶା, , Anupambharat News Bureau


ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼
Anupambharat News Bureau
July 12, 2019

ବ୍ରହ୍ମପୁର,୭ ।୧୨(ଅନୁପମ ମିଡ଼ିଆ): ବ୍ରହ୍ମପୁର ମହାନଗରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କୁ ରଥାଋଢ଼ କରାଯିବା ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁଣ୍ଡିଚା ମନ୍ଦିର ନିକଟରୁ ଭକ୍ତମାନଙ୍କ ଗହଣରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ରଥକୁ ପୃଥକ୍‌ ପୃଥକ୍‌ ଭାବେ ଟଣାଯାଇ ସ୍ଥାୟୀ ମନ୍ଦିର ନିକଟକୁ ନିଆଯାଇଥିଲା । ଛେରା ପହଁରା କାର୍ଯ୍ୟକ୍ରମରେ ପତିତପାବନ ଚୌଧୁରୀ ଯୋଗ ଦେଇଥିଲେ । ମନ୍ଦିରର ମୁଖ୍ୟ ପରିଚାଳକ ପଞ୍ଚାନନ ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଭକ୍ତ ଉପସ୍ଥିତ ରହି ରଥା ଟାଣିବା ସହ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ୍‌ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ବିଜିପୁର ଗୁଣ୍ଡିଚା ମନ୍ଦିର ନିକଟରୁ ତିନିଠାକୁରଙ୍କୁ ରଥା ଋଢ଼ କରାଯିବା ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବହୁ ଭକ୍ତ ରଥ ଟାଣିବା ସହ ତିନିଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ।
ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲସି ଓ ମନ୍ଦିର ପରିଚଳାନକା କମିଟି ସଦସ୍ୟଙ୍କ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା । କୋର୍ଟପେଟା ଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ଅପରାହ୍ନରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ଭକ୍ତ ଉପସ୍ଥିତ ରହି ତିନିଠାକୁରଙ୍କ ଦର୍ଶନ ସହ ରଥ ଟାଣିଥିଲେ । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏଠାରେ ଡ଼ିଏସ୍‌ପି ଅଜୟ ମିଶ୍ର, ଜୟ କୃଷ୍ଣ ପଟ୍ଟନାୟକ ଏବଂ ବୈଦ୍ୟନାଥପୁର ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ପ୍ରମୁଖ ଅତିଥିରୁପେ ଯୋଗଦେଇ ରଥ ଟାଣିଥିଲେ । ଖାସ୍ପା ସାହି ସାନ ଜଗନ୍ନାଥ, ବଡ଼ ଜଗନ୍ନାଥ, ବଡ଼ ବଜାର ତ୍ରିମୂର୍ତ୍ତି ଜଗନ୍ନାଥ, ପାତାଳେଶ୍ୱର ଗୁଣ୍ଡିଚା ମନ୍ଦିରରେ ଶୁକ୍ରବାର ତିନି ଠାକୁରଙ୍କ ବାହୁଡ଼ା ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସେହିପରି ଲାଞ୍ଜିପଲ୍ଲୀ, ଶିଳ୍ପାଞ୍ଚଳ, ଆର୍‌ଡ଼ିସି କଲୋନୀ,ଗୋଇଲୁଣ୍ଡି,ଉତ୍କଳ ଆଶ୍ରମ, ପାଲୁରୁ ବଙ୍ଗଳା ସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ମହା ସମାରୋହରେ ପାଳନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

Read More...

ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page