ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

July 12, 2019, ଓଡ଼ିଶା, , Anupambharat News Bureau


 ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ
Anupambharat News Bureau
July 12, 2019

କଟକ,୧୨ା୭(ଅନୁପମ ମିଡିଆ): ୨୦ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଡିଭିଜିନ ଜାଲରେ ପଡି ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୈାଧୁରୀ । ଦେଓଗାଁ ଥାନା ସାଗରପଲ୍ଲୀ ଗ୍ରାମର ବାଲିଘାଟ ଲିଜ ହୋଲଡର୍‌ ବିରେନ ଦଳେଇଙ୍କଠାରୁ ବାଲି ଉଠାଇବା ନିମନ୍ତେ ୮ଟି ଟ୍ରାିଟ୍‌ ପାସ୍‌ ଦେବା ପାଇଁ ଶ୍ରୀ ଚୈାଧୁରୀ ଏହି ଲାଂଚ ନେବା ବେଳେ ଧରାପଡିଥିଲେ । ଆଜି ମଧ୍ୟାହ୍ନ ୧୨ଟା ୧୫ ମିନିଟ ସମୟରେ ଶ୍ରୀ ଚୈାଧୁରୀ ତାଙ୍କ ଅଫିସରେ ଶ୍ରୀ ଦଳେଇଙ୍କଠାରୁ ଏହି ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ । ସାକ୍ଷୀମାନଙ୍କ ଉପସ୍ଥିତିରେ ଏହି ଲାଂଚ ଟଙ୍କା ତାଙ୍କ ପାଖରୁ ଜବତ କରାଯାଇଥିଲା । ତା ପରେ ତାଙ୍କର ବଲାଙ୍ଗୀରରେ ଥିବା ଭଡା ଘର ଓ ରାୟଗଡାରେ ଥିବା ଦୁଇ ମହଲା କୋଠା ଆଦିରେ ଭିଜିଲାନ୍ସ ପକ୍ଷରୁ ତଲାସୀ ନିଆଯାଇଥିଲା । ଏସଂପର୍କରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ରୁଜୁ ହୋଇଥିବା ୨୦/୨୦୧୯ ନମ୍ବର ଦୁର୍ନୀତି ମାମଲାର ତଦନ୍ତ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

Read More...

 ପ୍ରଥମ ସେମି ଫାଇନାଲ ଆଜି,  ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

ପ୍ରଥମ ସେମି ଫାଇନାଲ ଆଜି, ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page