କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

July 08, 2019, ଦେଶ, , Anupambharat News Bureau


କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା
Anupambharat News Bureau
July 08, 2019

ବେଙ୍ଗାଲୁର,୮ା୭ : ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜ୍ୟ ସରକାର ଅତ୍ୟନ୍ତ ବିପତ୍ତିଜନକ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି ।
ରାଜ୍ୟ ସରକାର ଯଦିଓ ଜନତାଦଳ (ଏସ୍‌) ଓ କଂଗ୍ରେସ ଦଳ ମଧ୍ୟରେ ମେଣ୍ଟ ସହାୟତାରେଜାରି ରହିଛି । ତେବେ ଏଥିରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି । ଗୋଟିଏ ପରେ ଗୋଟିଏ ନେତା ମନ୍ତ୍ରୀ ଇସ୍ତଫା ଦେବାକୁ ଯାଉଛୁ କହି କହି ଆଜି ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ତେଣୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ସୋମବାର ଏକ ଜରୁରୀ କ୍ୟାବିନେଟ ବୈଠକ ଡକାଇଛନ୍ତି । ସମ୍ଭବତଃ ଏହି ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆଲୋଚନା ହେବ । ତେବେ ଚଳିତ ମାସ ୧୨ ତାରିଖରେ ଆରମ୍ଭ ହେବାକୁ ଯାଉଥିବା କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନକୁ ସ୍ଥଗିତ ରଖି ପରବର୍ତ୍ତୀ କାଳକୁ ଘୁଞ୍ଚାଇ ଦେବା ପାଇଁ କ୍ୟାବିନେଟ୍‌ରେ ଏକ ରିଜୋଲୁ୍ୟସନ୍‌ ପ୍ରସ୍ତìତ କରି ତାହା ରାଜ୍ୟପାଳ ବାଜୁଭାଇ ଭାଲାଙ୍କୁ ପଠାଇବେ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ କର୍ଣ୍ଣାଟକ ବାଚସ୍ପତି ରମେଶ କୁମାର ସମସ୍ତ ଇସ୍ତଫାପତ୍ର ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି ଏବଂ ଅସ୍ଥିରତା ଦେଖାଦେଇଥିବାରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ବିକଳ୍ପ କଥା ଚିନ୍ତା କରିଥିବା ଜଣାପଡ଼ିଛି ।
ସୂଚନା ଥାଉକି, ଆଜି ପୁଣି ଦୁଇଜଣ ନେତା ଇସ୍ତଫା ଦେଇଥିବା ଜଣାପଡ଼ିଛି । ସ୍ୱାଧିନ ପ୍ରାର୍ଥୀ ଭାବେ ବିଧାନସଭାକୁ ଆସିଥିବା ନାଗେଶ ଆଜି ଇସ୍ତଫା ଦେଇଛନ୍ତି ଏବଂ ସେ ସ୍ପଷ୍ଟ କହିଛନ୍ତି ଯେ, କର୍ଣ୍ଣାଟକରେ ସରକାର ଗଠନ କରିବା ପାଇଁ ସେ କେବଳ ଭାରତୀୟ ଜନତା ପାର୍ଟିକୁ ହିଁ ସମର୍ଥନ କରିବେ । ଇତି ମଧ୍ୟରେ ୧୩ଜଣ ଶାସକ କଂଗ୍ରେସ ଓ ଜନତାଦଳ (ଏସ୍‌)ରୁ ଇସ୍ତପା ଦେଇଥିବାବେଳେ ଆଜି ସମୂଦାୟ ୨୨ଜଣ ମନ୍ତ୍ରୀଙ୍କ ଇସ୍ତଫା ଘଟଣା କର୍ଣ୍ଣାଟକ ରାଜନୀତିରେ ଏକ ବଡ଼ଧରଣର ସଙ୍କଟ ସୃଷ୍ଟି କରିଛି । ନିଶ୍ଚିତ କର୍ଣ୍ଣାଟକ କ୍ୟାବିନେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି । ଅନ୍ୟ ପକ୍ଷରେ କଂଗ୍ରେସ ଏବଂ ଜେଡିଏସ୍‌ର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି ଯେ, ସରକାର ସୁରକ୍ଷିତ ଅଛନ୍ତି । ମେଣ୍ଟସରକାର ପ୍ରତି କୌଣସି ବିପଦ ନାହିଁ ବୋଲି କଂଗ୍ରେସ ପକ୍ଷରୁ ମତ ରଖିଛନ୍ତି ସିଦ୍ଧରାମେୟା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

Read More...

୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page