ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌

July 08, 2019, ଦେଶ, , Anupambharat News Bureau


ଚନ୍ଦ୍ରାୟନ-୨ର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଜୁଲାଇ ୧୫ରେ ହେବ ଲଞ୍ଚ୍‌
Anupambharat News Bureau
July 08, 2019

ନୂଆଦିଲ୍ଲୀ : ଜୁଲାଇ ୧୫ରେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ ଚନ୍ଦ୍ରାୟନ ୨ ଲଞ୍ଚ୍‌ କରିବାକୁ ଯାଉଛି । ଆଜି ଏହାର ଫଟୋ ଇସ୍ରୋ େୱବସାଇଟ୍‌ ପକ୍ଷରୁ ଜାରୀ କରାଯାଇଛି । ପାଖାପାଖି ୧ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା
ଏହି ମିଶନକୁ ଜିଏସ୍‌ଏଲ୍‌ବି ଏମକେ-୩ ରକେଟ୍‌ ଲଞ୍ଚ୍‌ କରାଯିବ । ଏହାର ଓଜନ ୩୮୦୦ କିଲୋ । ଏଥିରେ ୩ ମଡୁ୍ୟଲ ଆର୍ବିଟର, ଲେଣ୍ଡର ଏବଂ ରୋବର ରହିବ । ଇସ୍ରୋର ଅଧ୍ୟକ୍ଷ ଡକଫର କେ ସିବାନ ଭାରତୀୟ ଇନଷ୍ଟିଚୁ୍ୟଟ୍‌ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜିର ସପ୍ତମ ଦୀକ୍ଷାନ୍ତ ସମାରୋହରେ କହିଛନ୍ତି କି, ଚନ୍ଦ୍ରାୟନ-୨ ପ୍ରକ୍ଷେପଣ ଯାନ ସହ ଏକୀକୃତ କରାଯାଇଛି । ଏହାକୁ ରବିବାର ଦିନ ଲଞ୍ଚ୍‌ ପ୍ୟାଡ୍‌କୁ ନିଆଯିବ । ମିଶନର ସଫଳତା ପରୀକ୍ଷଣ କରିବା ପାଇଁ ଅପରେଶନାଲ ପ୍ରସ୍ତìତି ଗୁଡିକ ଜୁଲାଇ ୧୩ରେ ଯାଞ୍ଚ୍‌ କରାଯିବ । କେ ସେବନ କହିଛନ୍ତି କି, ଚନ୍ଦ୍ରାୟନ ୨ଜରିଆରେ ଇସ୍ରୋ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚିବ । ଯେଉଁଠାକୁ ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ନାହାଁନ୍ତି । ଏହି ଚନ୍ଦ୍ରାୟନ ସେପେଫମ୍ବର ୬କିମ୍ବା ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଯଦି ଏହା ସଫଳ ହୁଏ ତେବେ ଭାରତ ଚନ୍ଦ୍ରପୃଷ୍ଠରେ ପହଁଚିଥିବା ଚତୁର୍ଥ ରାଷ୍ଟ୍ର ରୂପରେ ପରିଗଣିତ ହେବ ।
ଏହା ପୂର୍ବରୁ ଆମେରିକା, ଋଷ, ଚୀନ ଚନ୍ଦ୍ରପୃଷ୍ଠକୁ ପଠାଇ ସାରିଛନ୍ତି । କି;ୁ କୌଣସୀ ରାଷ୍ଟ୍ର ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚି ନାହାଁନ୍ତି । ଚନ୍ଦ୍ରାୟନ-୨ର ବିଶେଷ ରୋବର ପ୍ରଜ୍ଞାନ ପାଇଁ କେତେକ ଟେକ୍‌ନିକ୍‌ ଆଇଆଇଟି କାନପୁରରେ ପ୍ରସ୍ତìତ କରାଯାଇଛି । ଏଥିରେ ସବୁଠାରୁ ମୁଖ୍ୟ ହେଉଛି ମୋଶନ ପ୍ଲାନିଙ୍ଗ୍‌ । ଅର୍ଥାତ ଚନ୍ଦ୍ରପୃଷ୍ଠରେ ରୋବର କେମିତି, କେତେବେଳେ ଏବଂ କେଉଁଠାକୁ ଯିବ । ବିଗତ ୧୦ ବର୍ଷ ମଧ୍ୟରେ ଭାରତ ଦ୍ୱିତୀୟ ଥର ପାଇଁ ମିଶନ ପ୍ରସ୍ତìତ କରିଛି । ଯାହାକି ଗୌରବର ବିଷୟ । ଏହା ପୂର୍ବରୁ ଚନ୍ଦ୍ରାୟନ-୧ ଭାରତ ୨୦୦୯ରେ ପଠାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମେରିକା ଗସ୍ତ ବେଳେ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ

ଆମେରିକା ଗସ୍ତ ବେଳେ ରାଷ୍ଟ୍ରଦୂତଙ୍କ ଘରେ ରହିବେ ଇମ୍ରାନ

Read More...

ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

ବର୍ଷାରେ ଜଳାର୍ଣ୍ଣବ ମୁମ୍ବାଇ, ବିମାନ ସେବା ରଦ୍ଦ, ଅଟକି ରହିଛି ହଜାର ହଜାର ଗାଡି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page