ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା

May 13, 2019, ଓଡ଼ିଶା, , Anupambharat News Bureau


ପାନୀୟ ଜଳ ଦାବିରେବ୍ଲକ ଘେରିଲେ ମହିଳା
Anupambharat News Bureau
May 13, 2019

ରାମନାଗୁଡ଼ା, ୧୩ ।୫ (ଅନୁପମ ମିଡ଼ିଆ): ପାଣି ପାଇଁ ଲୋକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଦୀର୍ଘ ୯ ମାସ ହେବ ଯୋଗାଣ ଅସୁବିଧା ଲାଗି ରହିଥିବା ବେଳେ ଯାହାକୁ ନେଇ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ କାର୍ଯ୍ୟାଳୟ ମହିଳାମାନେ ଘେରାଉ କରୁଛନ୍ତି । ସୂଚନା ମୁତାବକ ରାମନାଗୁଡ଼ା ବ୍ଲକ ପାରିଖିତ ପଞ୍ଚାୟତର ରମ୍ପା ସାହି (୧୧)ନଂ ୱାର୍ଡ଼ର ମହିଳାମାନେ ପାଣି ପାଇଁ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେମାନେ କହିବା କଥା ଯେ, ଏହି ୱାର୍ଡ଼ରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି । ଏନେଇ ବାରମ୍ବାର ଲୋକ ପ୍ରତିନିଧିଙ୍କୁ ଆରମ୍ଭକରି ବ୍ଲକ ପ୍ରଶାସନକୁ ନଥିବ । ସେମାନେ ଅଭିଯୋଗ କରିଛନ୍ତି । ସେହିପରି ଏହି ୧୧ ନଂ ୱାର୍ରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି । ମାତ୍ର ୨ ଗୋଟି ଷ୍ଟାଣ୍ଡ୍‌ ପୋଷ୍ଟ ଓ ୧ ଗୋଟି ନଳକୂପ ଉପରେ ଏହି ସାହି ବାସିନ୍ଦା ନିର୍ଭର କରିଥାନ୍ତି । ଗାଁ ରେ ଥିବା ନଳକୂପରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଥିବା ବେଳେ ୨ଟି ଷ୍ଟାଣ୍ଡ୍‌ ପୋଷ୍ଟ ଅଚଳ ଅବସ୍ଥାରେ ପଡ଼ି ରହିଛି । ଫଳରେ ଏଠିକାର ବାସିନ୍ଦା ଏକ ପ୍ରକାର ଜଳ ପାଇଁ ଜାଜାବର ଜୀବନ ବିତାଇଥଶନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରିି ନିର୍ବାଚନ ସମୟରେ ମାଳ ମାଳ ନେତା ଆସି ଭୋଟ ଭିକ୍ଷା କରୁଥିବା ବେଳେ ପାନୀୟଜଳ ସୁବନ୍ଧୋବସ୍ତ ନେଇ କେହି ଗୁରୁତ୍ୱ ଦେୁନାହାନ୍ତି । ଏନେଇ ଗତ କିଛି ଦିନ ହେବ ପଞ୍ଚାୟତର ସରପଞ୍ଚଙ୍କୁ ଅବଗତ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉ ନଥିବାରୁ ଏହି ଗ୍ରାମର ମହିଳାମାନେ ସକାଳ ୯ ଘଣ୍ଟା ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହାଣ୍ଡି ଧରି ବସି ରହିବାର ସହ ଆମକୁ ପ୍ରତିଶ୍ରୁତି ମିଳିବା ପରେ ଯାଇ ଏଠାରୁ ହଟିବୁ ବୋଲି ଅଡ଼ି ବସିଥିଲେ । ଖବର ପାଇବା ପରେ ଆର୍‌ଡ଼ବ୍ଲì୍ୟଏସ୍‌ଏସ୍‌ ଏସ୍‌ଡ଼ିଓ ପ୍ରତାପଚନ୍ଦ୍ର ବେହେରା ୩ ଦିନ ମଧ୍ୟରେ ଗ୍ରାମର ପାନୀୟଜଳ ସୁବନ୍ଧୋ ବସ୍ତ କରିବା ନେଇ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ହଟିଥିଲା ତେବେ ଲୋକଙ୍କ ମୌଳିକ ସମସ୍ୟା ପାନୀୟ ଜଳ ଯୋଗାଇବାରେ ସରକାର ଆମକୁ ଅଣଦେଖା କରିବା ସହ ପ୍ରଶାସନ ଆମକୁ ଜାଣିଶୁଣି ହଇରାଣ କରନ୍ତୁ ବୋଲି ଗ୍ରାମର ଶାନ୍ତିଲତା ମହାପାତ୍ର, ଟିକି ଗୌଡ଼, ଏନ୍‌.ମୀନା କେଶରୀ, ଉଷାରାଣୀ ପାଢ଼ୀ, ଏସ୍‌. ଭାନୁମତି, ରଶ୍ମି ପଣ୍ଡା, ଜୟନ୍ତୀ ଗୌଡ଼, ରାଜଲକ୍ଷ୍ମୀ ସାହୁ ଆଦି ଅନେକ ମହିଳା ଅଭିଯୋଗ କରିବା ସହ ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଗଲେ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ରକ୍ତ ଦେଇ ପ୍ରସୂତୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

Read More...

 କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

କାରଖାନାରେ କାର୍ଯ୍ୟରତ ଅବସ୍ଥାରେ ଠିକା ଶ୍ରମିକଙ୍କ ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page