ଦୁର୍ଘଟଣା ନେଲା ଚାରି ଜୀବନ

July 07, 2019, ଓଡ଼ିଶା, , Anupambharat News Bureau


ଦୁର୍ଘଟଣା ନେଲା ଚାରି ଜୀବନ
Anupambharat News Bureau
July 07, 2019

ଦିଗପହଣ୍ଡି/ଗଞ୍ଜାମ,୭ ।୭ (ଅନୁପମ ମିଡ଼ିଆ): ରବିବାର ପୃଥକ ଦୁର୍ଘଟଣରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଘଟଣରେ ବହୁ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଗଞ୍ଜାମ, ଦେବଗଡ଼ ଏବଂ ତେଲ୍‌କୋଇରେ ଦୁର୍ଘଟଣା ଘଟି ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି ।
ରବିବାର ରାତିରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୁଷୁଣ୍ଡା ଗ୍ରାମ ନିକଟରେ ଏକ ଗଛକୁ ବାଇକ୍‌ ଧMା ଦେବାରୁ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ପାଟପୁର ଥାନା ଖାରିଗୁଡା ଗ୍ରାମର ଦଣ୍ଡାସି ବିଷୋୟୀ(୨୫) ଓ ଆହତ ଜଣକ ମଧ୍ୟ ସେହି ଗ୍ରାମର ଭଗବାନ ନାୟକ(୨୫) ବୋଲି ଜଣାପଡିଛି । ଦୁହେଁ ମିଶି ଏକ ହିରୋ ସିଡି ଡିଲକ୍ସ ବାଇକ୍‌ରେ ମଣିଡିହ ଗ୍ରାମକୁ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କି;ୁ ଉପସ୍ଥିତ ଡାକ୍ତର ଦଣ୍ଡାସିଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ସେହିଭଳି ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ରାଉଳିବନ୍ଧ ଗ୍ରାମର ଗଙ୍ଗାଧର ମହାରଣା ନିଜ ଝିଅର ବାହାଘର ସାରି ଏକ ଅଟୋ (ଓଡ଼ି୦୭ଡ଼ବ୍ଲ୍ୟ ୦୬୧୮)ରେ ଫେରୁଥିବା ବେଳେ ପାଲିଆ ଛତ୍ରପୁର ନିକଟ କାଳୀଢ଼ାବା ପାଖରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଟିଏନ୍‌୧୮ଏଟି ୯୧୬୦) ପଛ ପଟୁ ଧMା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ୩ଝିଅଙ୍କ ସହ ୮ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।
ରାଉଳିବନ୍ଧର ଗଙ୍ଗାଧର ମହାରଣା ଝିଅ ସୁନୀତାଙ୍କ ବାହାଘର ଛତ୍ରପୁର ବ୍ଲକର ଚିକଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ଗ୍ରାମର ରାଜେନ୍ଦ୍ର ମହାରଣାଙ୍କ ପୁଅ ସଞ୍ଜୟଙ୍କ ଗତକାଲି ଅନୁଷ୍ଠିତ ହୋଇଥିଲା । ବାହାଘର ସରିବା ପରେ ଆଜିି ଭୋର ୪ଟାରେ ଏକ ଅଟୋ ସାହାଯ୍ୟରେ ନିଜ ଗ୍ରାମ ରାଉଳିବନ୍ଧକୁ ଫେରୁଥିଲେ । ଏହି ସମୟରେ ପାଲିଆ ଛତ୍ରପୁର ନିକଟ କାଳୀ ଢ଼ାବା ପାଖରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ପଛପଟୁ ଅଟୋକୁ ଧMା ଦେଇଥିଲା । ଫଳରେ ଦୁଇଟି ଯାକ ଗାଡ଼ି ଓଲଟି ପଡିଥିଲା । ଘଟଣାସ୍ଥଳରେ ଗଙ୍ଗାଧର ମହାରଣା (୪୭)ଙ୍କ ମୃତୁ୍ୟବରଣ କରିଥିବା ବେଳେ ଗୁରୁତର ଆହତ ହୋଇଥିବା ଝିଅ ମାମାଲି (୨୨), କାଜଲ୍‌ (୨୨), ସଙ୍ଗୀତା (୨୬), ନାତି ସାଇ (୭) ଓ ଅନ୍ୟ ୮ଜଣ ଗୁରୁତର ଆହତ ହୋଇଥିଲେ ।
ସେମାନଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ୍‌ ପରେ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା । ସେହିଭଳି ଦେବଗଡ଼ର ବାରକୋଟରେ ଏକ ମାଲ ବୋଝେଇ ଟ୍ରକ ଧMା ଦେବାରୁ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଏଥିରେ ତିନି ଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଥିଲେ । ଅନୁରୂପ ଭାବେ ତେଲକୋଇଠାରେ ଦୁଇ ବାଇକ ଧMା ହେବାରୁ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

ଆଜିଠୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା

Read More...

ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସିଆରସିସି ବଦଳିବେ

ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା ସିଆରସିସି ବଦଳିବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page