ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି

July 03, 2019, ଦେଶ, , Anupambharat News Bureau


 ମୋତେ ରେପ୍‌ କରିଥିଲେ ଆଦିତ୍ୟ ପାଞ୍ଚୋଲି
Anupambharat News Bureau
July 03, 2019

ମୁମ୍ବାଇ: ପ୍ରଯୋଜକ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ଜଣେ ଆଗଧାଡ଼ିର ନାୟିକା ଏବେ ପୁଲିସ୍‌ ନିକଟରେ ସେଦିନର ଘଟଣା ବାବଦରେ ବଖାଣିଛନ୍ତି । ୨୦୦୪-୨୦୦୬ ମସିହାରେ ସେ ଏହି ଘଟଣା ବାବଦରେ ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ବରସଭା ଥାନାରେ ଅେଇ ପୃଷ୍ଠାର ଏହି ବିବୃତ୍ତିରେ ସେ ଲେଖିଛନ୍ତି, ମୁଁ ସେହିବର୍ଷ ପାଞ୍ଚୋଲିଙ୍କୁ ଭେଟିଥିଲି ଯେତେବେଳେ ତାଙ୍କୁ ୩୮ ବର୍ଷ ହୋଇଥିଲା ଏବଂ ସେ ମୋଠାରୁ ୨୨ ବର୍ଷ ବଡ଼ ଥିଲେ । ମୁଁ ସେତେବେଳେ ଆଉ କିଛି ଝିଅଙ୍କ ସହ ହଷ୍ଟେଲରେ ରହୁଥିଲି । ସେ ବିବାହିତ ଥିଲେ ଏବଂ ତାଙ୍କର ମୋ ବୟସର ଝିଅଟିଏ ମଧ୍ୟ ଥିଲା । ସେ ଦୁଷ୍କର୍ମ ବାବଦରେ ବଖାଣିବାକୁ ଯାଇ କହିଛନ୍ତି, ୨୦୦୪ ମସିହାରେ ମୁଁ ତାଙ୍କ ସହ ଏକ ପାର୍ଟିକୁ ଯାଇଥିଲି । ମୁଁ ଡ୍ରିଙ୍କ କରିବା ପରେ ମୋତେ ମୁଣ୍ଡ ବୁଲାଇବା ପରି ଲାଗିଲା । ମୁଁ ସନ୍ଦେହ କଲି ସେ କିଛି ମିଶାଇଛନ୍ତି ଯାହା ଫଳରେ ଏପରି ଲାଗୁଛି । ପାଞ୍ଚୋଲି ମୋତେ ହଷ୍ଟେଲରେ ଛାଡ଼ିଦେବେ କହିଥିଲେ । ମୁଁ ତାଙ୍କ ସହ ରେଞ୍ଜ ରୋଭର କାର୍‌ରେ ଗଲି । ୟାରି ରୋଡ଼ରେ ସେ ମୋ ସହିତ ଦୁଷ୍କର୍ମ କଲେ ଏବଂ ଫଟୋ ମଧ୍ୟ ଉଠାଇଥିଲେ ଯାହା ବାବଦରେ ମୁଁ ଜାଣିନଥିଲି । ଏହାପରେ ଯେତେବେଳେ ଦେଖାହେଲା ସେ କହିଥିଲେ ଉଭୟ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ ପରି ଏବଂ ସେହିଭଳି ରହିବେ । କି;ୁ ନାୟିକା ଜଣକ କହିଥିଲେ, ଆପଣ ମୋ ବାପାଙ୍କ ବୟସର ଏବଂ ମୁଁ ଏମିତି ଜଣକୁ ବିବାହ କରିବାକୁ ଚାହୁଁଛି ଯେକି ମୋ ବୟସର ହୋଇଥିବ । ଏହାପରେ ସେ ଉଠାଇଥିବା ଫଟୋ ଦେଖାଇ ବ୍ଲାକ୍ମେଲ କରିବା ଆରମ୍ଭ କରିଥିଲେ । ସେତେବେଳେ ନାୟିକା କମ୍‌ ବୟସର ଥିଲେ ଏବଂ ମୁମ୍ବାଇରେ ଏକୁଟିଆ ଥିବାରୁ ପାଞ୍ଚୋଲି ଏହାର ଫାଇଦା ନେଉଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି । ଏହାପରେ ପାଞ୍ଚୋଲି ଅଭିନେତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ରଖି ତାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖି ଆସୁଥିଲେ । ପୂର୍ବରୁ ଡ୍ରିଙ୍କରେ ନିଶା ବଟିକା ମିଶାଇ ସମ୍ପର୍କ ରଖିବା ସହ ଫଟୋ ଉଠାଇ ଆସୁଥିଲେ । ଏପରକି ସେ ଥରେ ଅଭିଯୋଗ କରିବାକୁ ଯାଇଥିବାବେଳେ ପାଞ୍ଚୋଲି ତାଙ୍କୁ ଅଟକାଇବା ସହ ମାଡ଼ ମାରିଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ୨୦୦୪-୨୦୦୫ ମସିହାରେ ସେ ପଲ୍ଲବୀ ଆପାର୍ଟମେଣ୍ଟକୁ ଚାଲିଯାଥିଲେଛ କି;ୁ ପାଞ୍ଚୋଲିଙ୍କ ଦୌରାତ୍ମ୍ୟ କମିନଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି । ଡ୍ରିଙ୍କରେ ପାଞ୍ଚୋଲି ଏମïିଏମ୍‌ଏ ଏବଂ ଏକ୍ସଟାସି ପରି ଉତ୍ତେଜନା ସୃଷ୍ଟିକାରୀ ଔଷଧ ବ୍ୟବହାର କରୁଥିବା ସେ କହିଛନ୍ତି । ନାୟିକା ଆପାର୍ଟମେଣ୍ଟ ବଦଳାଇବା ପରେ ମଧ୍ୟ ସାଙ୍ଗମାନଙ୍କ ସହ ଆସି ଚାବି ନକଲ କରି ଘରେ ପଶିବା ସହ ମାଡ଼ ମାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହାପରେ ବାନ୍ଦ୍ରାଠାରେ ସେ ଅସୁସ୍ଥ ଭଉଣୀ ସହ ରହୁଥିବାବେଳେ ସେଠାକୁ ଆସି ମଧ୍ୟ ପାଞ୍ଚୋଲି ତାଙ୍କ ଭଉଣିଙ୍କୁ ମାଡ଼ ମାରିଥିଲେ । ଏପରି କାହିଁକି କରୁଛନ୍ତି ପଚାରିବାରୁ ପାଞ୍ଚୋଲି ଯଙ୍କା ମାଗିଥିଲେ ବୋଲି ଏହି ଆଗଧାଡ଼ିର ନାୟିକା କହିଛନ୍ତି । ପାଞ୍ଚୋଲି ତାଙ୍କ ବାବଦକୁ କୁଆଡ଼େ ୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ଏହା ଭରଣା କରିବାକୁ ସେ ଧମକାଉଥିଲେ । ଏପରିକି ସେ ୫୦ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ପୁଲିସ୍‌କୁ କହିଛନ୍ତି । ଏପରିକି ଆଗଧାଡ଼ିର ନାୟିକା ହିନ୍ଦୀ ଫିଲ୍ମ ବା ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ପ୍ରସିଦ୍ଧି ଲାଭ କରିବା ପରେ ଏହି ବ୍ଲାକମେଲିଂ ବିବାରେ ଲାଗିଥିବା ସେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

ଆମ୍ବ ପାଇଁ ୫ ବର୍ଷୀୟ ଶିଶୁକୁ ନିର୍ମମ ଭାବେ ହତ୍ୟା କଲେ ସାଙ୍ଗ

Read More...

ଜୁଇର ଶେଯରୁ ଉଠିଲେ ଯୁବକ

ଜୁଇର ଶେଯରୁ ଉଠିଲେ ଯୁବକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page