ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼

July 03, 2019, ଓଡ଼ିଶା, , Anupambharat News Bureau


ଏନଏଡ଼ିରେ ସାମିଲ ହେଲା ଜିଏମ ବିଶ୍ୱବିଦ୍ୟାଳୟ, ଅନଲାଇନରେ ମିଳିବ ରେକର୍ଡ଼
Anupambharat News Bureau
July 03, 2019

ସମ୍ବଲପୁର,୩ା୭ (ଅନୁପମ ମିଡିଆ): ସମ୍ବଲପୁର ଗଂଗାଧର ମେହେର ବିଶ୍ୱବିଦ୍ୟାଳୟ ଜାତୀୟ ଏକାଡେମିକ ଡ଼ିପୋଜିଟୋରି (ଏନ ଏ ଡ଼ି)ରେ ସାମିଲ ହୋଇଛି । ଯଦ୍ୱାରା ଏଣିକି ଛାତ୍ରଛାତ୍ରୀ ମାନେ ଅନ ଲାଇନେ ନିଜ ନିଜର ସାର୍ଟିଫିକେଟ ଓ ମାର୍କ ସିଟ ପାଇପାରିବେ । ବିଶ୍ୱବିଦ୍ୟାଳୟ ପକ୍ଷରୁ ଇତିମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଏକାଡେମିଲ ରେକର୍ଡ଼ କୁ ଏନଏଡ଼ିର ପୋର୍ଟାଲର ଅପଲୋଡ଼ କରାଯାଇସାରିଲାଣି । ବିଶ୍ୱବିଦ୍ୟାଳୟର ଉପ କୂଳସଚିବ ଡ଼. ଉମା ଚରଣ ପତି ଏବାବଦରେ ସୂଚନା ଦେଇ କହିଚନ୍ତି ଯେ, ଯେଉଁ ବିଦ୍ୟାର୍ଥୀ ମାନେ ଅନ ଲାଇନରେ ସାର୍ଟିଫିକେଟ କମ୍ବା ମାର୍କସିଟ ନେବାକୁ ଚାହିଁବେ ସେମାନଙ୍କୁ ଏନଏଡ଼ିର ପୋର୍ଟାଲରେ ନାମ ପnିକରଣ କରିବାକୁ ପଡ଼ିବ । ଏହା ବିଶ୍ୱବିଦ୍ୟାଳୟର ସମ୍ପୃକ୍ତ ପରୀକ୍ଷା ବିଭାଗ ଦ୍ୱାରା ତନଖି କରାଯିବ । ଏଠାରୁ ସବୁଜ ସଙ୍କେତ ପାଇବା ପରେ ଏନଏଡ଼ି ଏକ ୟୁଜର୍‌ ଆଇଡ଼ି ପ୍ରସ୍ତୁତ କରି ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଇ-ମେଲ ଜରିଆରେ ପ୍ରେରଣ କରିବ । ଏହାବାଦ ଆବେଦନକାରୀ ମାନେ ବିଶ୍ୱବିଦ୍ୟାଳୟକୁ ୟୁଜର୍‌ ଆଇଡ଼ି ପ୍ରଦାନ କରିବେ । ଏହା ପାଇବା ପରେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଡ଼ିପୋଜିଟୋରୀ ସହ ସଂଯୋଗ ସକାଶେ ବିଶ୍ୱବିଦ୍ୟାଳୟ ଆବଶ୍ୟକ ୟୁଜର୍‌ ଆଇଡ଼ି ଓ ପାସଓାର୍ଡ ଆବେଦନକାରୀଙ୍କୁ ଇ-ମେଲରେ ପଠାଇବ । ଏହି ପାସଓାଡ଼ ବ୍ୟବହାର କରି ଆବେଦନକାରୀ ମାନେ ଅନଲାଇନରେ ଯେକୈାଣସି ସମୟରେ ଓ ଯେଉଁ ଠାରୁ ଚାହିଁବେ ବିଶ୍ୱବିଦ୍ୟାଳୟରୁ ଜାରୀ ନିଜନିଜର ସାର୍ଟିଫିକେଟ ଓ ମାର୍କସିଟ ହାସଲ କରିପାରିବେ । ଏହାକୁ ଏନଏଡ଼ିର େଓବ ସାଇଟରୁ ଡ଼ାଉନଲୋଡ଼ କରାଯାଇପାରିବ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଛାତ୍ରଛତ୍ରୀ କିମ୍ବା ସେମାନଙ୍କ ଅବିଭାବକଙ୍କୁ ଆଉ ବିିଶ୍ୱବିଦ୍ୟାଳୟକୁ ଆସିବାକୁ ପଡ଼ିବ ନାହି । ଏପରିକି ଏମାନେ ନିଯୁକ୍ତ ପାଇଥିବା ସଂସ୍ତା ମଧ୍ୟ ନିୟୋଜିତ ପ୍ରାର୍ଥୀଙ୍କ ରେକର୍ଡ଼ ଆଦିକୁ ସହଜରେ ଯାଂଚ କରିପାରିବେ । ଏହି ବ୍ୟବସ୍ତାରେ ଛାତ୍ରଛାତ୍ରୀ ଙ୍କ ସମସ୍ତ ଏକାଡ଼େମିକ ରେକର୍ଡ଼ ସୁରକ୍ଷିତ ରହିପାରିବ । ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ନିଯୁକ୍ତ ମୁମ୍ବାଇର ସିଡ଼ିସିଏଲ ଏଜେନ୍ସି ସହ ଯୋଜନାର ରୂପାୟନ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଇତି ମଧ୍ୟରେ୨୪୧୬ ଜଣ ଛାତ୍ରଛାତ୍ରୀଙ୍କ ରେକର୍ଡ଼ ପୋର୍ଟାଲରେ ଅପଲୋଡ଼ କରାଯାଇଛି । ୨୦୧୫ ମସିହାରେ ଏହି ପୁରାତନ ଶିକ୍ଷାୟତନ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିଥିଲା । ବିଶ୍ୱବିଦ୍ୟାଳୟରୁ ଗତବର୍ଷ ପର୍ଯ୍ୟନ୍ତ ଉନ୍ନିତ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ସାର୍ଟିଫିକେଟ ଓ ମାର୍କସିଟ ଅନଲାଇନରେ ପ୍ରାପ୍ତ କରାଯାଇପରିବ । ଏଥିରେ ତିନି ବର୍ଷିଆ ଡ଼ିଗ୍ରୀ ପାଠ୍ୟକ୍ରମର ପ୍ରଥମ ବେଚ, ଗତବର୍ଷ ପର୍ଯ୍ୟନ୍ତ ପାସ କରିଥିବା ସ୍ନାତକୋତର ପାଠ୍ୟକ୍ରମର ଦୁଇ ବେଚ ଓ ୨୦୧୮ ମଧ୍ୟରେ ପାସ କରିଥିବା ଏକ ବର୍ଷିଆ ଏମଫିଲ ଶ୍ରେଣୀର ତିନୋଟି ବେଚର ଛାତ୍ରଛାତ୍ରୀଙ୍କ ରେକର୍ଡ଼ ରହିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ୧୯୪୪ ମସିହାରେ ସମ୍ବଲପୁର କଲେହ ନାମରେ ଏହି ଶିକ୍ଷାୟତନ ଖୋଲିଥିଲା । ପରେ ଏବେ ଏଠାରେ ବିଭିନ୍ନ ବିଭାଗ ଓ ଶ୍ରେଣୀରେ ଛଅ ହଜାର ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର

ପୋଲ ତଳୁ ମୃତଶିଶୁ ଓ ଯୁବକ ଉଦ୍ଧାର

Read More...

ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ  ଆଉ ଛ’ମାସ ବଢ଼ିଲା

ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ଛ’ମାସ ବଢ଼ିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page