ଗୃହରେ‘ଫନି’ଝଡ଼

July 01, 2019, ଓଡ଼ିଶା, , Anupambharat News Bureau


 ଗୃହରେ‘ଫନି’ଝଡ଼
Anupambharat News Bureau
July 01, 2019

ଭୁବନେଶ୍ୱର,୧ ।୭ (ଅନୁପମ ମିଡିଆ): ବାତ୍ୟା ‘ଫନି’ ପରବର୍ତ୍ତୀ ପୁନରୁଦ୍ଧାର ଓ ଥଇଥାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଉପରେ ବିରୋଧୀ ଦଳ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଘର ଭଙ୍ଗା ସହାୟତା ଦେବାପାଇଁ ପ୍ରସ୍ତୁତ ତାଲିକା ତ୍ରୁଟିପୂର୍ଣ୍ଣ ରହିଥିବାରୁ ଏହାର ସଂଶୋଧନ କରିବାପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ଦାବି କରିଥିଲେ । ଏଦିଗରେ ପଦକ୍ଷେପ ନିଆଯିବ ଏବଂ ରଥଯାତ୍ରା ପୂର୍ବରୁ ପୁରୀ ସହରରେ ବିଦୁ୍ୟତ ଯୋଗାଣ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିଶ୍ରୁତି ଦେଇଥିଲେ । ଏପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ରାଶନ କାର୍ଡ ଥିବା କିଛି ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ମିଳିଥିବା ବେଳେ ରାସନ୍‌ କାର୍ଡ ନଥିବା କ୍ଷତିଗ୍ରସ୍ତକୁ ଏପର୍ଯ୍ୟନ୍ତ ସହାୟତା ମିଳିନାହିଁ । ସେହିପରି ବାତ୍ୟାରେ ମୃତୁ୍ୟବରଣ କରିଥିବା ୬୪ ଜଣଙ୍କ ମଧ୍ୟରୁ କିଛି ଜଣଙ୍କ ପରିବାରକୁ ସହାୟତା ଦିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଦିଆଯାଇନାହିଁ । ଏପର୍ଯ୍ୟନ୍ତ ସ୍କୁଲ ଘର, ନଳକପ, ଜଳସେଚନ ମରାମତି ହୋଇପାରିଲା ନାହିଁ । ଦଳୀୟ ବିଚାରରେ ରିଲିଫ୍‌ ବଣ୍ଟନ କରାଯାଇଛି । ଭୁବନେଶ୍ୱର, ପୁରୀ ଓ କଟକ ସମେତ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ସବୁଜ ବଳୟ ସୃଷ୍ଟି କରିବା ଉଜୁଡିଯାଇଥିବା ଗୁହାଳ, ଗୁଆ, ନଡିଆ ଓ କଦଳୀ ଗଛର ପୁନରୁଦ୍ଧାର କରାଯାଉ ବୋଲି ଦାବି କରିଥିଲେ । ସେହିପରି ଲୋକଙ୍କୁ ପିଇବା ପାଣି ଓ ବିଦୁ୍ୟତ୍‌ ଯୋଗାଇଦେବା, ଚାଷୀଙ୍କୁ ବିହନ ଓ ସାର ଯୋଗାଇବାକୁ ମଧ୍ୟ ଦାବି କରିଥିଲେ । ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଣିଥିବା ଶାସନ ଦଳ ସଭ୍ୟମାନେ ଫନି ମୁକାବିଲା କରିବା କ୍ଷେତ୍ରରେ ରାଜ୍ୟ ସରକାର ନେଇଥିବାସଫଳ ପଦକ୍ଷେପକୁ ପ୍ରଶଂସା କରିଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଥିଲେ ।
ଆଲୋଚନାର ଉତ୍ତରରେ ମନ୍ତ୍ରୀ ମାରାଣ୍ଡି କହିଥିଲେ ଯେ, ବାତ୍ୟା ପରବର୍ତ୍ତୀ ରିଲିଫ୍‌ , ପୁନନିର୍ମାଣ କାର୍ଯ୍ୟ ଜାରୀ ରହିଛି । ଏହି ବାତ୍ୟାରେ ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ରେ ବିଶେଷ କ୍ଷତି ଘଟିଥିଲା । ବାତ୍ୟାରେ ସମୁଦାୟ ୯,୩୩୬.୨୭ କୋଟି ଟଙ୍କାର ସାଧାରଣ ସମ୍ପତ୍ତି ହାନି ହୋଇଥିଲା । ଏସଡିଆରଏଫ୍‌ ଓ ଏନଡିଆରଏଫ୍‌ ନିୟମ ଅନୁଯାୟୀ ଜାତୀୟ ବିପର୍ଯ୍ୟୟ ସହାୟତା ପାଣwିରୁ ୫,୨୨୭.୬୮ କୋଟି ଟଙ୍କାର ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସା୍ମରକପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାର ଅଦ୍ୟାବଧି ଜାତୀୟ ବିପର୍ଯ୍ୟୟ ପାଣwିରୁ ୭୮୮.୮୭୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଇତିମଧ୍ୟରେ ରିଲିଫ୍‌ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣwି ଓ ଜାତୀୟ ବିପର୍ଯ୍ୟୟ ସହାୟତା ପାଣwି ରୁ ୧୪୮୧ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣwିରୁ ୯୪.୨୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।
ବାତ୍ୟାରେ ବହୁ ସବୁଜ ବଳୟ ନଷ୍ଟ ହୋଇଥିବାରୁ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୫ ବର୍ଷରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏଥିରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିଷ୍ଣୁ ସେଠୀ, ସୁରେଶ କୁମାର ରାଉତରାୟ, ଜୟନ୍ତ ଷଡଙ୍ଗୀ , ମହମ୍ମଦ ମୋକିମ୍‌ , ସୁକାନ୍ତ ନାୟକ ଏବଂ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆଲୋଚନାରେ ପ୍ରଦୀପ ମହାରଥୀ , ଉମାକାନ୍ତ ସାମନ୍ତରାୟ , ଅନନ୍ତ ନାରାୟଣ ଜେନା , ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଲତବୀ ପ୍ରସ୍ତାବ ନୋଟିସ୍‌ଟିକୁ ଅଗ୍ରାହ୍ୟ କରିଦେଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ  ଆଉ ଛ’ମାସ ବଢ଼ିଲା

ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଆଉ ଛ’ମାସ ବଢ଼ିଲା

Read More...

ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ

ସ୍କୁଲ୍‌ରେ ପଶି ଶିକ୍ଷୟତ୍ରୀଙ୍କୁ ହାଣିଦେଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page