ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର

June 30, 2019, ଓଡ଼ିଶା, , Anupambharat News Bureau


ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପିଇଲା ମା’, ମା’ ମୃତ, ପୁଅଝିଅ ଗୁରୁତର
Anupambharat News Bureau
June 30, 2019

ମାଲକାନଗିରି,୩୦ା୬ (ଅନୁପମ ମିଡିଆ): ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖାଇବାକୁ ନପାଇ ଜଣେ ବିଧବା ଶେଷରେ ନିଜର ଦୁଇ ସନ୍ତାନକୁ ବିଷ ଦେଇ ନିଜେ ପାନ କରି ଆତ୍ମହତ୍ୟା କରିଛି । ସାହି ପଡୋଶୀମାନେ ମୁମୂର୍ଷ ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ମା’ର ଆଜି ଭୋରରେ ମୃତୁ୍ୟ ଘଟିଥିବା ବେଳେ ପୁଅ ଓ ଝିଅଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ମୁତାବକ ମାଲକାନଗିରି ସଦର ମହକୁମା ଠାରୁ ମାତ୍ର ୩ କିମି ଦୂର ଗୌଡଗୁଡା ଗ୍ରାମର ସୀତା ମାଡକାମୀ ନାମ୍ନୀ ଜଣେ ଆଦିବାସୀ ମହିଳାଙ୍କର ସ୍ୱାମୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଗତ ୨ ମାସ ତଳେ ମୃତୁ୍ୟବରଣ କରିଥିଲେ । ସ୍ୱାମୀଙ୍କ ମୃତୁ୍ୟ ପରେ ସୀତା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ । ନିଜ ୮ ବର୍ଷର ପୁଅ ଏବଂ ୫ ବର୍ଷର କନ୍ୟାର ଭବିଷ୍ୟତ ନେଇ ସେ ଚିନ୍ତାରେ ରହୁଥିଲେ । ଏଣେ ଶ୍ୱଶୁର ସାନା ମଡକାମୀ ଜଣେ ଭିନ୍ନକ୍ଷମ ବୃଦ୍ଧ । ଶାଶୁ ଶ୍ୱଶୁର ବାର୍ଦ୍ଧକ୍ୟ ଭତ୍ତା ପାଇ ଏକ ପ୍ରକାର ଜୀବନ ର୍ନିବାହ କରୁଥିବା ବେଳେ ବୋହୂ ସୀତା ଛୁଆ ପିଲା ଧରି ଅଲଗା ରହି ଆସୁଥିଲା । ସଂସାର ଚଳାଇବା ବୋଝ ସୀତା ମାଡକାମୀ ଉପରେ ର୍ନିଭର କରୁଥିଲା । କୁଲି ମଜୁରି କରି କଷ୍ଟେମଷ୍ଟେ ଚଳୁଥିବା ବେଳେ ଦାରିଦ୍ର୍ୟର କଷାଘାତରେ ସ;ୁଳିତ ସୀତା ଶେଷରେ ହାରିଗଲା । ପେଟର ଜ୍ୱଳାରେ ଭୋକ ଉପବାସରେ ପିଲାମାନଙ୍କୁ ନେଇ ଚଳିବା କଷ୍ଟ ସାଧ୍ୟ ହୋଇପଡିଲା । ଶେଷରେ ଚରମ ନିଷ୍ପତ୍ତି କ୍ରମେ ଶନିବାର ସନ୍ଧ୍ୟାରେ ପୁଅ ଦେବେନ୍ଦ୍ର ଓ ଝିଅ ଧରିତ୍ରୀକୁ ଭାତରେ ବିଷ ଗୋଳାଇ ଖୁଆଇ ଦେଇଥିଲା ଏବଂ ଶେଷରେ ନିଜେ ବିଷ ପାନ କରିଥିଲା । ପିଲାମାନେ ଭାତ ଖାଇ ବାନ୍ତି କରିଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା । କୌରସି ସୂତ୍ରରୁ ପଡୋଶୀ ଏହି ଘଟଣା ଜାଣି ମା’ ପୁଅ,ଝିଅକୁ ରାତି ୧୧ଟାରେ ସ୍ଥାନୀୟ ମେଡିକଲରେ ଭର୍ତ୍ତି କରାଇଥିଲେ । ତେବେ ସୀତାଙ୍କ ଆଜି ଭୋର ସମୟରେ ମୃତୁ୍ୟ ଘଟିଥିବା ବେଳେ ପୁଅ ଓ ଝିଅ ଦୁହେଁ ଗୁରୁତର ଅବସ୍ଥାରେ ଏବେ ଚିକିତ୍ସାଧିନ ରହିଛନ୍ତି ।
ମାଲକାନଗିରି ଥାନା ଥାନା ଭାରପ୍ରାପ୍ତ ନିରୀକ୍ଷକ ରଞ୍ଜନ କୁମାର ସାହୁ ମାଲକାନଗିରି ଚିକିସିାଳୟରେ ପହଁଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଦାରିଦ୍ର୍ୟର ତାଡ଼ନା ସହ୍ୟ ନକରି ଏଭଳି ଚରମପନ୍ଥା ଅପାଣାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ

ଡେମନେଷ୍ଟ୍ରେଟରଙ୍କ ଶବ ଉଦ୍ଧାର, ଅନୈତିକ ସମ୍ପର୍କରୁ ହତ୍ୟା ସନ୍ଦେହ

Read More...

ନେହେରୁ ବଙ୍ଗଳାରେ ଡବଲ ମର୍ଡର

ନେହେରୁ ବଙ୍ଗଳାରେ ଡବଲ ମର୍ଡର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page