ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

June 27, 2019, ଓଡ଼ିଶା, , Anupambharat News Bureau


ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ
Anupambharat News Bureau
June 27, 2019

ମାଲକାନଗିରି,୨୬ ।୬ (ଅନୁପମ ମିଡ଼ିଆ): ମାଲକାନଗିରି ଜଲ୍ଳା ଚିକିତ୍ସାଳୟରେ ସ୍ୱତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସ୍‌ଏନ୍ସିୟୁ)ରେ କାର୍ଯ୍ୟରତ ନର୍ସମାନଙ୍କ ଟିକ୍‌ଟକ୍‌୍‌ ଭିଡିଓ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ଏହାର ଭିଡ଼ିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଭାଇରାଲ ଭିଡ଼ିଓରେ ଚିକିତ୍ସାଳୟ ପରିସରରେ ଶୁଟିଂ ହୋଇଛି । ଏକ ଭିଡିଓରେ ଜଣେ ନର୍ସ ନବଜାତ ଶିଶୁକୁ ଧରି ଭିଡିଓ କରିଥିବା ବେଳେ ଅନ୍ୟଗୁଡ଼ିକରେ ନର୍ସମାନେ ନାଚ କରିବା ତଥା ବିଭିନ୍ନ ବଲିଉଡ୍‌ ଡାଇଲଗ୍‌ରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହି ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । କାର୍ଯ୍ୟ ସମୟରେ ନର୍ସମାନଙ୍କ ଏତାଦୃଶ ଅବହେଳା ପ୍ରଦର୍ଶନ ସହ ମନୋରଞ୍ଜନରେ ନିଜକୁ ନିୟୋଜିତ କରିବାକୁ ସାଧାରଣରେ ନିନ୍ଦା କରାଯାଉଛି । ଭିଡ଼ିଓ ଭାଇରାଲ ପରେ ମାଲକାନଗିରି ସିଡିଏମ୍‌ଓ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତେବେ ଏସ୍‌ଏନ୍ସିୟୁ ୱାର୍ଡ଼ରେ ନର୍ସଙ୍କ ମସ୍ତି ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ କିଭଳି ଖାମଖିଆଲ ଭାବେ ଚାଲିଛି ପ୍ରମାଣିତ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ଟିକ୍‌ଟକ ମସ୍ତି, ଚାରି ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

Read More...

କଟାପାଙ୍ଗାରେ ମାଓ ପୋଷ୍ଟର

କଟାପାଙ୍ଗାରେ ମାଓ ପୋଷ୍ଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page