ଜିଦ୍‌ରେ ଅଟଳ ରାହୁଲ୍‌ ! ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ

June 27, 2019, ଦେଶ, , Anupambharat News Bureau


ଜିଦ୍‌ରେ ଅଟଳ ରାହୁଲ୍‌ !  ଦେବେ ଇସ୍ତଫା , ମନାଇବାରେ ୫୦ ସାଂସଦ ବିଫଳ
Anupambharat News Bureau
June 27, 2019

ନୂଆଦିଲ୍ଲୀ : ଅଡ଼ି ରହିଲେ ରାହୁଲ ଗାନ୍ଧୀ ଛ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ ରାହୁଲ । କଂଗ୍ରେସର ୫୧ ସଂସଦଙ୍କ କଥାରେ ବି ମାନିଲେ ନାହିଁ ରାହୁଲ । ଇସ୍ତଫା ନିଷ୍ପତ୍ତିରେ ଅଟଳ ରହିବା ସହ ସ୍ପଷ୍ଟ କଲେ ଅଧ୍ୟକ୍ଷ ପଦରେ ସମ୍ଭାଳିବି ନାହିଁ । ରାହୁଲଙ୍କୁ ଇସ୍ତାଫା ଫେରାଇ ନେବାରେ ମନାଇବାରେ ଫେଲ୍‌ ମାରିଲେଣି ୫୧ ସାଂସଦ ଛ ଏହାକୁ ନେଇ ଦିଲ୍ଲୀରେ ଆଜି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଏହି ବୈଠକରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି, ୫୧ ସାଂସଦଙ୍କ ସହିତ ଉପସ୍ଥିତ ଅଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାହୁଲ ସମସ୍ତ ସାଂସଦଙ୍କୁ କହିଛନ୍ତି ସେ ଆଉ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବେ ନାହିଁ । କଂଗ୍ରେସ ସାଂସଦ ଶଶୀ ଥରୁର କି;ୁ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବା ନେଇ ଯୁକ୍ତି ଦର୍ଶାଇଛନ୍ତି । ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ତେ୍ୱ ନିଷ୍ପତ୍ତିରେ ଅଟଳ ରହିଲେ । ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ବଡ଼ ପରାଜୟର ନୈତିକ ଦାୟିତ୍ୱ ଏବେ ରାହୁଲ ନିଜ ମୁଣ୍ଡକୁ ନେଇ ଅଧ୍ୟକ୍ଷ ପଦ ଛାଡିବା ଜିଦ୍‌ରେ ଅଛନ୍ତି । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ସାରା ଦେଶରେ ମାତ୍ର ୫୨ ସିଟରେ ସୀମିତ ରହିଥିଲା । ୨୦୧୪ ଲୋକସଭା ନିବାଚନରେ ଦଳ ମାତ୍ର ୪୪ ଆସନକୁ ଖସି ଆସିଥିଲା । ତେବେ ୨୦୧୭ ଡିସେମ୍ବରରେ ରାହୁଲ ଗାନ୍ଧିଙ୍କ ହାତରେ କଂଗ୍ରେସ ଅଧ୍ୟକ୍ଷ ଭାର ଦେଇ ଦଳର ଭାଗ୍ୟ ବଦଳିବା ନେଇ ଆଶା ରଖିଥିଲା । ହେଲେ ଏଥର ବି ମୋଦିଙ୍କ ଆଗରେ ସବୁ କିଛି ଫେଲ୍‌ ମାରିଛି । ଏପରିକି ରାହୁଲ ନିଜର ପାରମ୍ପରିକ ଆମେଠି ଆସନରେ ବି ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । କେରଳର ୱାଏନାଡରୁ ଜିତିଥିବାରୁ ଏବେ ସଂସଦରେ ପ୍ରବେଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ତେବେ ରାହୁଲଙ୍କ ଅଧ୍ୟକ୍ଷ ଦାୟିତ୍ୱ କଂଗ୍ରେସକୁ ଜୀବନ୍ୟାସ ଦେଇପାରିଲାନି । ଯାହାକୁ ନେଇ ରାହୁଲ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଜିଦ୍‌ ଧରିଛନ୍ତି । ଯଦି ଏପରି ହୁଏ ତେବେ ନେହରୁ ଗାନ୍ଧି ପରିବାର ବାହାରୁ ଦଳ ଅନ୍ୟ କୌଣସି ନେତାଙ୍କୁ କଂଗ୍ରେସ ସଭାପତି ଭାବେ ନିର୍ବାଚିତ କରିପାରେ । ଆଜିର ବୈଠକରେ ଏନେଇ କିଛି ସ୍ପଷ୍ଟ ଚିତ୍ର ଆସିବା ଆଶା କରାଯାଉଛି । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ଦେବା ପ୍ରସଙ୍ଗରେ ପୁଣି ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ରାହୁଲ ଗାନ୍ଧି ତାଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଆଜି ଦଳର ନବନିର୍ବାଚିତ ୫୦ ଜଣ ଯାକ ସାଂସଦ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ରାହୁଲ ଗାନ୍ଧି ରୋକଠୋକ ଏହାକୁ ମନା କରିଦେଇଥିଲେ । ସେ ପୂର୍ବ ପରି ଇସ୍ତଫା ଦେବା ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି । ଏହି ସମୟରେ ରାହୁଲ ଗାନ୍ଧି ଦଳୀୟ ସାଂସଦଙ୍କ ଅନୁରୋଧକୁ ସିଧାସିଧା ମନା କରିବା ସହ ସେ ନୂଆ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ ହେବା ଯାଏ, ଏହି ପଦରେ ରହିବେ ବୋଲି କହିଥିଲେ । ଅନ୍ୟପକ୍ଷରେ ଆଜି ନ୍ୟାସ୍‌ନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍‌ ଇଣ୍ଡିଆର ସଦସ୍ୟମାନେ ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଯେଉଁ ଜିଦ୍‌ ଧରିଛନ୍ତି, ସେଥିରେ ପରିବର୍ତ୍ତନ କର;ୁ ବୋଲି ବିକ୍ଷୋଭକାରୀମାନେ ନିବେଦନ କରିଛନ୍ତି । ବିକ୍ଷୋଭ ବେଳେ ଶହଶହ ଯୁବ କଂଗ୍ରେସ ନେତାମାନେ ହାତରେ ପ୍ଲାକକାର୍ଡ ଧରିଥିଲେ । ଏଥିରେ ଦେଶ ଆପଣଙ୍କୁ ଚାହୁଁଛି ରାହୁଲ ଗାନ୍ଧି ଓ ଆପଣଙ୍କ ବିନା ଆମେ କିଛି ନୁହେଁ ବୋଲି ସ୍ଲୋଗାନ ଲେଖାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା,  କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

ମନ୍ତ୍ରୀ ଜାଣି ନାହାନ୍ତି ଚାଷୀ ସଂଖ୍ୟା, କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

Read More...

ଦାମ-ବୈଜୟନ୍ତ ହତାଶ !

ଦାମ-ବୈଜୟନ୍ତ ହତାଶ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page