ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ

June 26, 2019, ଓଡ଼ିଶା, , Anupambharat News Bureau


ଭିଜିଲାନ୍ସ ହାତରେ ଗିରଫ ହେଲେ ଆଳି ଥାନା ଏଏସ୍‌ଆଇ
Anupambharat News Bureau
June 26, 2019

କେନ୍ଦ୍ରାପଡା ,୨୬ା୬ (ଅନୁପମ ମିଡିଆ): ଥାନାରେ ରୁଜୁ ହୋଇଥିବା ଏକ ମାମଲାର ରଫାଦଫା କରିଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ୫ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଆଳି ଥାନାର ଏଏସଆଇ ରଣେନ୍ଦ୍ର ସାମଲ । ଘଟଣାରୁ ପ୍ରକାଶ ଯେ ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମର ପୂର୍ବତନ ସେନା ଅଧିକାରୀ ବାନାମ୍ବର ଦାସଙ୍କ ନାମରେ ୯୪/୨୦୧୯ରେ ସେହି ଥାନାରେ ଏକ ପାରିବାରିକ ଗଣ୍ଡଗୋଳ ମାମଲା ରହିଥିଲା । ମାମଲାର ରଫାଦଫା କରିଦେବା ସହିତ ସେହି ମାମଲାରେ ପୋଲିସ ଜବତ କରିଥିବା ଏକ ଗାଡିକୁ ମୁକୁଳାଇବା ନିମନ୍ତେ ଏ.ଏସ.ଆଇ. ସାମଲ ୫ହଜାର ଟଙ୍କା ଦାବି କରିଥିଲେ । ବାନାମ୍ବର ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ଦାୟର କରାଯାଇଥିଲା । ଆଜି ମଧ୍ୟାହ୍ନରେ ଆଳିସ୍ଥିତ ସରକାରୀ ବାସଭବନରେ ଏଏସଆଇ ଶ୍ରୀ ସାମଲ ବାନାମ୍ବରଙ୍କ ଠାରୁ କେମିକାଲ ବୋଳା ହୋଇଥିବା ୫ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଶ୍ରୀ ସାମଲଙ୍କ ଠାରୁ ଲାଂଚ ନେଇଥିବା ୫ହଜାର ଟଙ୍କା ଜବତ କରାଯିବା ସହିତ ତାଙ୍କ ହାତ ପାଣିରେ ଧୋଇବାରୁ ତାଙ୍କ ହାତରୁ ନାଲିରଙ୍ଗର ପାଣି ବାହାରିଥିଲା । ଭିଜିଲାନ୍ସ ବିଭାଗ ଶ୍ରୀ ସାମଲଙ୍କୁ ଗିରଫ କରି ସେଠାରୁ ନେଇ ଆସିଥିବା ବେଳେ ତାଙ୍କୁ କଟକ ଏସପି କାର୍ଯ୍ୟାଳୟକୁ ନିଆଯାଇଛି । ଶ୍ରୀ ସାମଲଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ପଠାଯିବ ବୋଲି ଜଣାପଡିଛି ।
କେନ୍ଦ୍ରାପଡା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଏହି ଚଢାଉ ଅନୁଷ୍ଟିତ ହୋଇଥିଲା । ଡିଏସପି ଶ୍ରୀ ରାୟଗୁରୁଙ୍କ ଠାରୁ ମିଳିଥିବା ସୁଚନା ଅନୁଯାଇ ଗିରଫ ଏଏସଆଇ ଶ୍ରୀ ସାମଲଙ୍କ ଆଳିସ୍ଥିତ ସରକାରୀ ବାସଭବନ,କେନ୍ଦ୍ରାପଡାର ଗୋପଛକସ୍ଥିତ ବାସଭବନ ସମେତ ତାଙ୍କ ପୈତୃକ ଗୃହ ଜଗତସିଂହପୁର ଜିଲ୍ଲାର ତିର୍ତୋଲ ଅଂଚଳରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଯାରିରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବର୍ବରତାର ସବୁ ସୀମା ଟପିଲା,  ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

ବର୍ବରତାର ସବୁ ସୀମା ଟପିଲା, ମହିଳାଙ୍କୁ ଘରୁ ଟେକିଆଣି ଖୁଣଫରେ ବାନ୍ଧି ନିର୍ମମ ଅତ୍ୟାଚାର

Read More...

ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page