ସୋମାଲିଆ ଉପରେ ଆମେରିକାର ଆକ୍ରମଣ

May 13, 2019, ବିଦେଶ, , Anupambharat News Bureau


ସୋମାଲିଆ ଉପରେ ଆମେରିକାର ଆକ୍ରମଣ
Anupambharat News Bureau
May 13, 2019

ମଗାଧିଶୁ: ଆମେରିକୀୟ ସେନାବାହିନୀ ମୁତାବକ ସୋମାଲିଆର ଦକ୍ଷିଣ ପ୍ରାନ୍ତରରେ ଆମେରିକା ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇ ୫୨ ଜଣ ସନ୍ଦିU ଆଲ୍‌ ସାହାବାଗ୍‌ ବିଦ୍ରୋହୀ ଗୋଷ୍ଠୀଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି । ଆମେରିକା ଆଫି୍ରକା କମାଣ୍ଡ (ଆଫି୍ରକଂ) ଜାରି କରାଯାଇଥିବା ମିଳିତ ବିବୃତିରେ ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକ ମୃତାହତ ହୋଇନଥିବା ଦାବି କରାଯାଇଛି । ଏହି ଆକ୍ରମଣ ଗୁଡ଼ିକ ଜିଲିବି, ମଧ୍ୟ ଯୁବା ଅଞ୍ଚଳରେ କରାଯାଇଥିବା କୁହାଯାଇଛି । ଏଥିପୂର୍ବରୁ ଅଲ୍‌ସାହାବାଗ୍‌ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ସୋମାଲି ନ୍ୟାସ୍‌ନାଲ୍‌ ଆର୍ମି ଉପରେ ଆକ୍ରମଣ କରାଯାଇଥିଲା । ଏହାର ଫଳ ସ୍ୱରୂପ ଆମେରିକା ନେତୃତ୍ୱରେ ପରିଚାଳିତ ସେନାବାହିନୀ ଉକ୍ତ ପ୍ରତି ଆକ୍ରମଣ କରିଥିବା କୁହାଯାଇଛି । ଆଫି୍ରକ ମିଳିତ ସେନାବାହିନୀ ପକ୍ଷରୁ ଆଲ୍‌ସାହାବାକୁ କ୍ଷମତା ଦଖଲ କରିବା ପାଇଁ ଦିଆଯିବ ନାହିଁ ବୋଲି କୁହାଯାଇଛି । ଉଲ୍ଲେଖଥାଉକି ଦୀର୍ଘ ବର୍ଷ ଧରି ସୋମାଲିଆରେ କ୍ଷମତା ଦଖଲକୁ ନେଇ ଆଲ୍‌ସାହାବାଗ୍‌ ଓ ସରକାରୀ ସେନାବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗି ରହିଛି । ତେବେ ଆମେରିକା ସୋମାଲିଆର ଏହି ଆଭ୍ୟନ୍ତରୀଣ କନ୍ଦଳରେ ହସ୍ତକ୍ଷେପ କରିବା ହେତୁ ଦେଶରେ ଏକ ଯୁଦ୍ଧର ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି । ଏଥିପୂର୍ବରୁ ମଧ୍ୟ ଆମେରିକା ଓ ଏହାର ସହଯୋଗୀ ମିଳିତ ସେନାବାହିନୀ ପକ୍ଷରୁ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀର ଠିକଣା ଉପରେ ଆକ୍ରମଣ କରାଯାଇଥିବାର ଦୃଷ୍ଟାନ୍ତ ରହିଛି ଯେଉଁଥିରେ କି ଶତାଧିକ ନିରୀହ ନାଗରିକ ମୃତାହତ ହୋଇଥିବାର ମଧ୍ୟ କୁହାଯାଉଛି । ସୋମାଲିଆରେ ବି ଦୀର୍ଘ ବର୍ଷ ଧରି କ୍ଷମତା କନ୍ଦଳକୁ ନେଇ ଜାରି ରହିଥିବା ହିଂସା ଆତଙ୍କ ଓ ଯୁଦ୍ଧ ହେତୁ ସହସ୍ରାଧିକ ଲୋକ ମୃତୁ୍ୟ ବରଣ କରିଥିବା ବେଳେ ଅନେକ ଲୋକ ଶରଣାର୍ଥୀ ହୋଇ ପଳାୟନ କରୁଥିବା ଦେଖିବାକୁ ମିଳିଛି । ଯଦ୍ୱାରା କି ଉକ୍ତ ଦେଶରେ ବ୍ୟାପକ ମାନବୀୟ ସଙ୍କଟ ଉତ୍ପନ୍ନ ହୋଇଛି । ଆନ୍ତର୍ଜାତୀୟ ସ୍ତରରେ ସୋମାଲିଆ ସଙ୍କଟକୁ ଦୂର କରି ଏହିଠାରେ ଶାନ୍ତି ସ୍ଥାପନ କରିବା ଦିଗରେ ଉଭୟ ପକ୍ଷକୁ ଦାବି କରାଯାଇଛି ଓ ଏହି କ୍ଷେତ୍ରରେ ଆଲୋଚନା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଥିବା କୁହାଯାଇଛି । ଅନ୍ୟପକ୍ଷେ ସୋମାଲି ଓ ଆଫି୍ରକା ମିଳିତ ଶାନ୍ତି ବାହିନୀ ପକ୍ଷରୁ ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଗ୍ରବାଦୀଙ୍କ କବଳରେ ରହିଥିବା ତଳୁଆ ସାବେଲି ମଧ୍ୟ ସାବେଲି ଅଞ୍ଚଳରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏବେବି ଅନେକ ଅଞ୍ଚଳରେ ବିଦ୍ରୋହୀଙ୍କ କବ୍‌ଜା ରହିଥିବା ଜଣାପଡ଼ିଛି । ଏହିସବୁ ଅଞ୍ଚଳରେ ସମ୍ପ୍ରତ୍ତି ସଂଘର୍ଷ ଲାଗି ରହିଥିବା ଦେଖିବାକୁ ମିଳିଛି । ସମ୍ପ୍ରତ୍ତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିଭିନ୍ନ କାରଣକୁ ନେଇ କ୍ଷମତା କନ୍ଦଳ ଲାଗି ରହିଥିବାରୁ ଏହିସବୁ ଦେଶ ଗୁଡ଼ିକରେ ଆମେରିକା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହୋଇ ଶାନ୍ତି ସ୍ଥାପନ କରିବା ନାମରେ ନିଜର ଅସ୍ତ୍ରଶସ୍ତ୍ର କାରବାରକୁ ବୃର୍ଦ୍ଧି କରୁଥିବା ଅଭିଯୋଗ ହେଉଥିବା ଦେଖିବାକୁ ମିଳିଛି । ଜାତିସଂଘ ଆନକୂଲ୍ୟରେ ଶାନ୍ତି ସ୍ଥାପନ ପାଇଁ ପ୍ରୟାସ ଜାରି ରହିଥିବା କୁହାଯାଇଛି । ଆମେରିକୀୟ ସେନାବାହିନୀ ମୁତାବକ ସୋମାଲିଆର ଦକ୍ଷିଣ ପ୍ରାନ୍ତରରେ ଆମେରିକା ବାୟୁସେନା ପକ୍ଷରୁ ଆକ୍ରମଣ କରାଯାଇ ୫୨ ଜଣ ସନ୍ଦିU ଆଲ୍‌ ସାହାବାଗ୍‌ ବିଦ୍ରୋହୀ ଗୋଷ୍ଠୀଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି । ମିଳିତ ବିବୃତିରେ ଏହି ଆକ୍ରମଣରେ କୌଣସି ସାଧାରଣ ନାଗରିକ ମୃତାହତ ହୋଇନଥିବା ଦାବି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶବକୁ ଖାଇଗଲେ ମୂଷା

ଶବକୁ ଖାଇଗଲେ ମୂଷା

Read More...

ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ

ଆର୍ଥିକ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ କମ୍‌ ଦରମା ଦିଆଯିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page