ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ

June 26, 2019, ଓଡ଼ିଶା, , Anupambharat News Bureau


ଗ୍ରାମୀଣ ବ୍ୟାଙ୍କରେ ଚାକିରି ନାଁରେ ୩୧ ହଜାର ଠକେଇ
Anupambharat News Bureau
June 26, 2019

ଅନୁଗୋଳ,୨୬ା୬ (ଅନୁପମ ମିଡିଆ): ବଅଁରପାଳ ଥାନା ଅଞ୍ଚଳର ଜଣେ ଶିକ୍ଷିତ ଯୁବକ ଚାକୀରି ଆଶାରେ ଠକେଇର ଶିକାର ହୋଇଛନ୍ତି । ଗ୍ରାମୀଣ ଆଶାରେ ଚାକିରି କରାଇଦେବା ନାମରେ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟ ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କ ଠାରୁ ୩୧ ହଜାର ୮୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ ଯୁବକ ଜଣକ ବଅଁରପାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଚାଲିଛି । ଅଭିଯୋଗରୁ ପ୍ରକାଶ ଯେ, ବଅଁରପାଳ ଜଗନ୍ନାଥ ମନ୍ଦିର ନିକଟରେ ରହୁଥିବା ମାନସ ଦାସ ସ୍ନାତକ ଡ଼ିଗ୍ରୀଧାରୀ ଜଣେ ଶିକ୍ଷିତ ଯୁବକ । ନିଜକୁ ଗ୍ରାମୀଣ ବ୍ୟାଙ୍କ ପରିଚାଳନା କମଟିର ସଦ୍ୟ ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି କହିଥିଲେ, ଗ୍ରାମୀଣ ବ୍ୟାଙ୍କରେ କିରାଣୀ ଚାକିରି ପାଇଁ ତୁମର ନାମ ଚୟନ କରାଯାଇଛି । ତେଣୁ ସବୁ ଶିକ୍ଷାଗତ ପ୍ରମାଣପତ୍ର ସହିତ ୮୦୦ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପଡ଼ିବ । ଚାକରୀ ଆଶାରେ ଘୂରି ବୁଲୁଥିବା ମାନସ ଏହି ଫୋନ୍‌ ପାଇ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । ଅଜଣା ବ୍ୟକ୍ତିଙ୍କ ପରାମର୍ଶ ମୁତାବକ ତୁରନ୍ତ ଟଙ୍କା ଜମା କରିଥିଲେ । ଏହା ପରେ ମାନସଙ୍କ ପାଖକୁ ଡ଼ାକ ମାଧ୍ୟମରେ କିଛି ଫର୍ମ ଆସିଥିଲା । ସଂପୃକ୍ତ ବ୍ୟକ୍ତି ଜଣଙ୍କ ଫୋନ୍‌ କରି ପର୍ମପୂରଣ କରି ପଠାଇବା ପରେ ପୁଣି ଫୋନ୍‌ ଆସିଥିଲା, ଧନୁପାଲି ଗ୍ରାମୀଣ ବ୍ୟାଙ୍କ କିରାଣୀ ଭାବେ ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ଓ ଏଥି ପାଇଁ ତାଙ୍କୁ କିଛି ଟଙ୍କା ଦେବାକୁ ପଡ଼ିବ । ଏପରି ଭାବେ ବିଭିନ୍ନ ବାହାନାରେ ମାନସଙ୍କ ଠାରୁ ୩୧୮୦୦ ଟଙ୍କା ଏକ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଉକ୍ତ ବ୍ୟକ୍ତି ଜଣକ ନେଇଥିଲେ । ପରେ ସେ ଏକ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଡ଼ାକ ଯୋଗେ ପଠାଇଥିଲେ । ଏହାପରେ କି;ୁ ସେ ମାନସଙ୍କ ସହ କୌଣସି ଯୋଗାଯୋଗ ରଖିନଥିଲେ । ମାନସ ଯୋଗାଯୋଗ କରିବା ପାଇଁ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ଶେଷରେ ମାନସ ବଲାଙ୍ଗିରୀ ଗ୍ରାମୀଣ ବ୍ୟାଙ୍କ ଅଧ୍ୟକ୍ଷଙ୍କ ନିକଟକୁ ଫୋନ କରି ବୁଝିବା ପରେ ତାଙ୍କ ସହିତ ଠକେଇ ହୋଇଛି ବୋଲି ଜାଣିବାକୁ ପାଇଥିଲେ । ଏଥିରେ ନିରାଶ ହୋଇ ସେ ବଅଁରପାଳ ଥାନାରେ ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

ନବ ଦମ୍ପତିଙ୍କୁ ଅଭିନବ ଉପହାର, ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ ସେ୍ୱଚ୍ଛାସେବୀ

Read More...

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ବିଷପିଇ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page