ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ

June 25, 2019, ଓଡ଼ିଶା, , Anupambharat News Bureau


ନାବାଳିକାକୁ ଗଣଷ୍କର୍ମ, ପାଞ୍ଚ ଅଟକ, ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ
Anupambharat News Bureau
June 25, 2019

କେନ୍ଦୁଝର/ଯୋଡ଼ା,୨୫ା୬ (ଅନୁପମମିଡ଼ିଆ): ମଙ୍ଗଳବାର ସକାଳେ ଯୋଡା ଥାନା ଅନ୍ତର୍ଗତ ଆଜାଦବସ୍ତି ସ୍ଥିତ ପଣଷଗୁଡା ପଡିଆରେ ମୁର୍ମୂଷ ଅବସ୍ଥାରେ ଜନୈକା ନାବାଳିକାକୁ ଠାବ ହେବା ଏବଂ ଡାକ୍ତରୀ ମାଇନାରେ ପୀଡିତା ଗଣଦୁଷ୍କର୍ମ ଶିକାର ହୋଇଥିବା ଜଣାପଡ଼ିଛି ।
ଫଳରେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚପା ଉତ୍ତେଜନା ପ୍ରକାଶ ପାଇଛି । ସୂଚନାରୁ ପ୍ରକାଶ,କମାରଯୋଡା ଅଞ୍ଚଳରେ ନିଜର ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିବା ସମ୍ପୃକ୍ତା ନାବାଳିକା ଜଣକ ଗତ ଗୁରୁବାରଠାରୁ ଘରୁ କେଉଁ ଆଡେ ଚାଲିଯାଇଥିଲା । ଏ ନେଇ ସମ୍ପର୍କୀୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇନଥିଲା । ତେବେ ନାବାଳିକା ଜଣଙ୍କ ସୋମବାର ରାତରେ ନିଜର ଜଣେ ପୁରୁଷ ବନ୍ଧୁ ସହ କୁଆଡ଼େ ନିଜ ସମ୍ପର୍କୀୟଙ୍କ ଘରକୁ ଫେରୁଥିଲା । ପଣଷଗୋଡା ପଡିଆ ରାସ୍ତାରେ ୭ ରୁ ୮ ଜଣ ଦୁର୍ବୃତ୍ତ ଉଭୟଙ୍କୁ ଧମକ ଚମକ ଦେବା ସହ ନାବାଳିକା ସହ ଥିବା ତାଙ୍କ ବନ୍ଧୁଙ୍କୁ ସେଠାରୁ ଘୋଉଡାଇ ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ନାବାଳିକାକୁ ଜଣଙ୍କୁ ନିକଟସ୍ଥ ନିଛାଟିଆ ଝାଟି ଜଙ୍ଗଲକୁ ଟେକି ନେଇ ଜଣକ ପରେ ଜଣେ ଗଣଦୁଷ୍କର୍ମ କରି ସଂଜ୍ଞାହୀନ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ଘଟଣା ସ୍ଥଳରେ ଛାଡି ଚାଲିଯାଇଥିଲେ । ପରବର୍ତ୍ତୀ ସମୟରେ ପୀଡ଼ିତାର ପୁରୁଷ ବନ୍ଧୁ ନାବାଳିକାର ସର୍ମ୍ପୀୟଙ୍କୁ ଧରି ଘଟଣା ସ୍ଥଳକୁ ଆସିଥିଲେ । ତେବେ ନାବାଳିକା ଜଣଙ୍କୁ ନପାଇ ଏଣେ ତେଣେ ଖୋଜାଖୋଜି କରିଥିଲେ । ଶେଷରେ ଝାଟି ଜଙ୍ଗଲ ମଧ୍ୟରେ ପୀଡିତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ଯୋଡା ସ୍ଥିତ ଟାଟାଷ୍ଟିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାର ସୂଚନା ପାଇ ପୋଲିସ ମେଡିକାଲରେ ପହଞ୍ଚି ପୀଡିତା ସମେତ ତାଙ୍କର ପୁରୁଷ ବନ୍ଧୁ ଓ ସର୍ମ୍ପୀୟଙ୍କର ବୟାନ ଲିପିବଦ୍ଧ କରିଥିଲା । ଏହାପରେ ଘଟଣାର ସମ୍ପୃକ୍ତ ସନ୍ଦେହରେ ପୋଲିସ ୫ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଘଟଣାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ବଡବିଲ ଏସଡିପିଓ ଦିଲ୍ଲୀପ ଚନ୍ଦ୍ର ବାଗ୍‌ଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଯୋଡା ଥାନା ଏସଆଇ ସୁନୀଲ କୁମାର ସୋରେନ ଘଟଣାର ତଦନ୍ତ ଜାରୀ ରଖିଛନ୍ତି । ଗଣଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାର ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର,  * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି  *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

ରାଜ୍ୟପାଳଙ୍କ ଭାଷଣରେ ବିକାଶର ଗୋଲାପି ଚିତ୍ର, * ଭୁବନେଶ୍ୱର- କଟକରେ ଚାଲିବ ମେଟ୍ରୋ *ରାଜ୍ୟର ପାଞ୍ଚସହର ହେବ ସ୍ମାର୍ଟ ସିଟି *ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ମହିଳାଙ୍କୁ ଏଣିକି ଦଶ ଲକ୍ଷ ଟଙ୍କା

Read More...

ବସ୍‌ ଦୁର୍ଘଟଣାରେ,  ୬ ମୃତ, ୪୦ ଆହତ

ବସ୍‌ ଦୁର୍ଘଟଣାରେ, ୬ ମୃତ, ୪୦ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page