ଫେରାର ପ୍ରେମୀ ଯୁଗଳ ବିବାହ

June 25, 2019, ଓଡ଼ିଶା, , Anupambharat News Bureau


ଫେରାର ପ୍ରେମୀ ଯୁଗଳ ବିବାହ
Anupambharat News Bureau
June 25, 2019

ବୁଗୁଡ଼ା, ୨୫ା୬(ଅନୁପମ ମିଡ଼ିଆ): ବୁଗୁଡ଼ା ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରୁ ପ୍ରାୟ ୨ ମାସ ତଳେ ଫେରାର ହୋଇଯାଇଥିବା ପ୍ରେମୀଯୁଗଳଙ୍କୁ ଖଦାଳ ସମାଜ ନେତୃବର୍ଗ ବୁଗୁଡ଼ା ବିରଞ୍ଚିନାରାୟଣ ମନ୍ଦିରରେ ମଙ୍ଗଳବାର ଦିନ ବିବାହ କରାଇଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ପ୍ରକାରେ, ମକରାପଲ୍ଲୀ ଗ୍ରାମର ନାରାୟଣ ନାଇକଙ୍କ ପୁଅ ଜଗା ସେହି ଗ୍ରାମର ଜଣେ ଯୁବତୀଙ୍କୁ ନେଇ ଦୁଇମାସ ତଳେ ଫେରାର ହୋଇଯାଇଥିଲା । ଚେନ୍ନାଇରେ ମାସେ ବିତାଇବା ପରେ ସେଦୁହେଁ ଗ୍ରାମକୁ ଫେରିଥିଲେ । ଜଗା ପ୍ରେମିକାକୁ ବିବାହ କରିବାକୁ ମନା କରିଦେବାପରେ ଯୁବତୀ ଜଣକ ଏନେଇ ବୁଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ।
ତେବେ ଖଦାଳ ସମାଜ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ମଙ୍ଗଳବାର ଦିନ ପ୍ରେମୀ ଯୁଗଳଙ୍କୁ ବିରଞ୍ଚି ନାରାୟଣ ମନ୍ଦିରରେ ବିବାହ କରି ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହୋଇଥିବା ଜଣାଯାଇଛି । ଘୁମୁସର ତାଲୁକା ସଭାପତି ସୁରେନ୍ଦ୍ର ନାଥ ନାଇକ, ବୁଗୁଡ଼ା ତାଲୁକା ସଭାପତି ବୈରାଗୀ ନାଇକ ଓ ଜଗନ୍ନାଥ ପ୍ରସାଦ, ତାଲୁକା ସଭାପତି ହଟି ନାଇକଙ୍କ ସମେତ ଗ୍ରାମବାସୀ ଉକ୍ତ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

ବିଭିନ୍ନ ମିକ୍ସଚର୍‌ ଓ କାଜୁ ଫ୍ୟାକଫି୍ର ଉପରେ ଚଢାଉ, ଛ’ଅଖା ପଲିଥିନ୍‌ ଜବତ, ୧ଲକ୍ଷ ଟଙ୍କା ଜରିମାନା

Read More...

ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

ବିବାହ ସମୟରେ ପୁଅଝିଅଙ୍କ ଆଧାର କାର୍ଡ ଯାଞ୍ଚ ହେବ : ଜିଲ୍ଲାପାଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page