ଅମ୍ବାଦଳାରେ ଡ଼ବଲ ମର୍ଡ଼ର

June 21, 2019, ଓଡ଼ିଶା, , Anupambharat News Bureau


ଅମ୍ବାଦଳାରେ ଡ଼ବଲ ମର୍ଡ଼ର
Anupambharat News Bureau
June 21, 2019

ଅମ୍ବାଦଳା,୨୧ ।୬ (ଅନୁପମ ମିଡ଼ିଆ): ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାପଟା ଗ୍ରାମରେ ଆଜି ଗୁଣି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।
ସୁକଲାପଟା ଗ୍ରାମରେ ଗତ କିଛି ଦିନ ଧରି ଗୁଣି ଗାରେଡ଼ି ନେଇ ଏକପ୍ରକାର ଆତଙ୍କିତ ପରିସ୍ଥିତିରେ ଲାଗି ରହିଥିବା ବେଳେ ଗତ କାଲି ଉକ୍ତ ଗ୍ରାମର ମକର ନାଏକ(୫୫) ନିଜ ଜମିରୁ ଫେରୁଥିବା ବେଳେ ରାସ୍ତାରେ ସେହି ଗ୍ରାମର କରୁଣା ନାଏକ ତାଙ୍କୁ ମରଣାତ୍ମକ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିଲେ ଏବଂ ପରେ ତାଙ୍କ ଶବକୁ ନିକଟସ୍ଥ ଜଙ୍ଗଲରେ ଗଛ ପତ୍ର ଘୋଡ଼ାଇ ଗାଁକୁ ଯାଇଥିଲା । ସେଠାରେ ପୁଣି କରୁଣା ଏକ ଠେଙ୍ଗା ଧରି ଗାଁରେ ବୁଲି ପାଟି ତୁଣ୍ଡ କରିଥିଲା । ଉକ୍ତ ସମୟରେ ନିହତ ମକର ନାଏକଙ୍କ ଭାଇ ନକୁଳ ତାଙ୍କ ଭାଇକୁ ହତ୍ୟା କରିଥିବା ଶୁଣି ଟାଙ୍ଗିଆ ଧରି କରୁଣାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରେ କରୁଣାର ବି ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଏନେଇ ଖବର ପାଇ ଅମ୍ବାଦଳା ଥାନା ଏସ୍‌ଆଇ ଭୀମସେନ ପୂଜାରୀ ଓ ପ୍ରତାପ ବେହେରା ତଦନ୍ତ ଚଳାଇ ଶବ ଦୁଇଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି । ଏହି ଘଟଣାର ପ୍ରକୃତ କାରଣ ଓ ଅନ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପୋଲିସ୍‌ ଖୋଳତାଡ଼ ଚଳାଇଥିବା ପ୍ରକାଶ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୋଗ ମୁଦ୍ରାରେ ସାରା ଦେଶ

ଯୋଗ ମୁଦ୍ରାରେ ସାରା ଦେଶ

Read More...

ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page