୧୦ ଦିନ ପରେ ରାଜଧାନୀରେ ଆଲୁଅ

May 13, 2019, ଓଡ଼ିଶା, ଖୋର୍ଦ୍ଧା, Anupambharat News Bureau


୧୦ ଦିନ ପରେ ରାଜଧାନୀରେ ଆଲୁଅ
Anupambharat News Bureau
May 13, 2019

ଭୁବନେଶ୍ୱର,୧୨ ।୫(ଅନୁପମ ମିଡିଆ): ରବିବାର ମଧ୍ୟରାତ୍ର ସୁଦ୍ଧା ଭୁବନେଶ୍ୱରରେ ସମସ୍ତ ଗ୍ରାହକ ମାନଙ୍କୁ ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ରିଲିଫ ଚାଉଳ ଏବଂ ଅତିରିକ୍ତ ପେନସନ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ପରିଲକ୍ଷିତ ହୋଇଥିଲା ବେଳେ ନଗଦ ରାଶି ଆବଣ୍ଟନରେ ସର୍ବାଧିକ ପ୍ରତିଶତ ରହିଛି । ଅନ୍ୟପକ୍ଷରେ ବିଦୁ୍ୟତ ସଂଯୋଗ ପାଇଁ ବିଦୁ୍ୟତ କର୍ମଚାରୀମାନେ ଟଙ୍କା ନେଉଥିବା ଅଭିଯୋଗ ଉପରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେସୁକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଂ କହିଥିଲେ ।ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଂ କହିଲେ ଯେ, ପୁରୀରେ ୨୩.୪ ପ୍ରତିଶତ ଲୋକଙ୍କୁ ନଗଦ ଟଙ୍କା ବଣ୍ଟା ଯାଇଥିଲା ବେଳେ ଖୋର୍ଦ୍ଧାରେ ୭୩.୪ ପ୍ରତିଶତ, ଜଗତସିଂପୁରେ ୭୫.୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୮୭.୪ ପ୍ରତିଶତ, କଟକରେ ୭୩.୨ ପ୍ରତିଶତ, ବିଏମସିରେ ୭୭.୬ ପ୍ରତିଶତ ଟଙ୍କା ଆବଣ୍ଟନ କରାଯାଇଛି । ଚାଉଳ ବଣ୍ଟନ କ୍ଷେତ୍ରରେ ପୁରୀରେ ୬୦.୧୪ ପ୍ରତିଶତ ଲୋକଙ୍କୁ ଦିଆଯାଇଥିଲା ବେଳେ ଜଗତସିଂହପୁରରେ ୮୫.୨୫ ପ୍ରତିଶତ, କେନ୍ଦ୍ରାପଡ଼ରେ ୭୨.୯, କଟକରେ ୬୭.୨ ପ୍ରତିଶତ, ଖୋର୍ଦ୍ଧାରେ ୫୩.୩ ଓ ବିଏମସିରେ ୧୭.୫୦ ପ୍ରତିଶତ ଦିଆଯାଇଛି ।
ଏହି ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲା ମାନଙ୍କରେ ୬୩.୯୪ ପ୍ରତିଶତ ଲୋକମାନଙ୍କୁ ଚାଉଳ ଯୋଗାଇ ଦେବାରେ ସରକାର ସମର୍ଥ ହୋଇଛନ୍ତି । ପଲିଥିନ୍‌ ଆବଣ୍ଟନ କ୍ଷେତ୍ରରେ ପୁରୀରେ ୬୪ ପ୍ରତିଶତ, ବିଏମସିରେ ୭୭ ପ୍ରତିଶତ, ଖୋର୍ଦ୍ଧାରେ ୧୬ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଏହା ବ୍ୟତୀତ ଅତିରିକ୍ତ ପେନସନ ଭାବରେ ଜଗତସିଂହପୁରରେ ୯୩.୮ ପ୍ରତିଶତ, କେନ୍ଦ୍ରାପଡ଼ାରେ ୮୫.୬ ପ୍ରତିଶତ, କଟକରେ ୮୩.୨ ପ୍ରତିଶତ, ବିଏମସିରେ ୫.୮ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ।
ବିଦୁ୍ୟତ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, କଟକରେ ସିଡିଡି-୧ ଅନ୍ତର୍ଗତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଏବଂ ସିଡିଡି-୨ରେ ସହର ଏବଂ ଗ୍ରାମାଞ୍ଚଳ ମିଶି ରହିଛି । ସହରରେ ଥିବା ସମସ୍ତ ଫିଡ଼ର ଗୁଡ଼ିକ କାର୍ଯ୍ୟକ୍ଷମ ଥିଲା ବେଳେ ଗ୍ରାମୀଣ ଫିଡ଼ରକୁ ୧୫ ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରର ବିସିଡିଡି-୧ର ସବୁ ଫିଡ଼ର କାର୍ଯ୍ୟ କରୁଛି । ଏହି ଡିଭିଜନ ଅଧିନରେ ଥିବା ୫୮ ହଜାର ଗ୍ରାହକଙ୍କ ମଧ୍ୟରୁ ୫୬ ହଜାରଙ୍କୁ ବିଦୁ୍ୟତ ଯୋଗାଇ ଦିଆଯାଇଛି । ବିସିଡ଼ିଡ଼ି-୨ ଡିଭିଜନ ଅଧିନରେ ୬୬ ଟି ଫିଡ଼ର ରହିଛି । ୯୭ ହଜାର ଲୋକଙ୍କ ମଧ୍ୟରୁ ୯୫ ହଜାର ଲୋକଙ୍କୁ ବିଦୁ୍ୟତ ଯୋଗାଇ ଦିଆଯାଇଛି । ଆଉ ଅବଶିଷ୍ଟ ଲୋକଙ୍କୁ ଆଜି ରାତି ସୁଦ୍ଧା ବିଦୁ୍ୟତ ଯୋଗାଇ ଦିଆଯିବ । ଗ୍ରାମୀଣ ଫିଡ଼ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଜୋରସୋରରେ କାର୍ଯ୍ୟ ଚାଲିଛି । ୧୫ ତାରିଖ ସୁଦ୍ଧା ସବୁ ଫିଡରକୁ ଚାଲୁ କରାଯିବ । ବିଡ଼ି ଅଧିନରେ ୨୮ଟି ଅର୍ବାନ ଫିଡ଼ର ରହିଛି । ସବୁ ଫିଡ଼ରକୁ ଚାଲୁ କରାଯାଇଛି । ୮୭ ହଜାର ଗ୍ରାହକଙ୍କ ମଧ୍ୟରୁ ୮୨ ହଜାର ଗ୍ରାହକଙ୍କୁ ବିଦୁ୍ୟତ ଯୋଗାଇ ଦିଆଯାଇଛି । ଫିଉଜ କଲ ରିସିଭ ଏବଂ ଆଟେଣ୍ଡ କରିବା ପାଇଁ ୭୫ ଜଣ ଲାଇନମ୍ୟାନକୁ ନିୟୋଜିତ କରାଯାଇଛି ।
ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନର ଉତର ଦେଇ କହିଲେ ଯେ, ପୁରୀରେ ୨୨୦ କେଭି, ୧୩୨ କେଭି, ୩୩ କେଭି ଦେଇ ବିଦୁ୍ୟତ ଯୋଗାଣ କରାଯାଇଥାଏ । ସେଗୁଡ଼ିକୁ ସମ୍ପୂର୍ଣ୍ଣଭାବେ ଚାଲୁ କରିବା ପାଇଁ ଜୋରଦାର କାମ ଚାଲିଛି ।
ସିଂ କହିଥିଲେ ଯେ, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ୧୩ଟି ଜିଲ୍ଲାରେ ଥିବା ୧୩୮ଟି ରେସିଡେନସିଆଲ ସ୍କୁଲର ବାତ୍ୟା ଦ୍ୱାରା ବ୍ୟାପକ କ୍ଷତି ହୋଇଛି । ଏହାର ମୂଲ୍ୟ ପ୍ରାୟ ୬ କୋଟି ଟଙ୍କା ହେବ । ସେହିପରି ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରାହାଳୟ ଅନୁରୂପ ଭାବେ କ୍ଷତି ଘଟିଛି । ଏହି କ୍ଷତିର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ହେବ । ପର୍ଯ୍ୟଟକ ମାନଙ୍କ ପାଇଁ ଏହି ସଂଗ୍ରହାଳୟ ବର୍ତମାନ ଖୋଲାଯାଇଛି । ସେହିପରି ଟୁରିଜିମର ଭିତିଭୂମି ମଧ୍ୟ କ୍ଷତି ହୋଇଛି । ସମସ୍ତ ହୋଟେଲ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ମହାମାରୀ ସମ୍ପର୍କିତ ପ୍ରଶ୍ନର ଉତର ଦେଇ ସେ କହିଥିଲେ ଯେ, ବର୍ତମାନ ସୁଦ୍ଧା କୌଣସି ସ୍ଥାନରେ ଏହାର ପ୍ରକୋପ ଦେଖାଦେଇନାହିଁ ।
ପୁରୀ ଜିଲ୍ଲାର ଯେଉଁ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀ ମୃତୁ୍ୟବରଣ କରିଛନ୍ତି ସେଠାରେ ମହାମାରୀ ଆଶଙ୍କା ରହିଥିବାରୁ ତାକୁ ରୋକିବା ପାଇଁ ଅତିରିକ୍ତ ମୋବାଇ ହେଲଥ ୟୁନିଟ୍‌ ପଠାଯାଇଛି । ଏହି ମୋବାଇଲ ହେଲଥ ୟୁନିଟ୍‌ ୬ଟି ବ୍ଲକକୁ ପଠାଯାଇଛି । ପୁରୀରେ ଇଣ୍ଟରନେଟ୍‌ ସର୍ଭିସ ୫୦ ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି । ପ୍ରତିଦିନ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ମୋବାଇଲ ସର୍ଭିସ ଏବଂ ଇଣ୍ଟରନେଟ୍‌ ସର୍ଭିସର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ୫୭ ପ୍ରତିଶତ ମୋବାଇଲ ଟାୱାର ଚାଲୁ ରହିଥିଲା ବେଳେ ପୁରୀରେ ୩୪ ପ୍ରତିଶତ, କଟକରେ ୭୦ ପ୍ରତିଶତ, ଭୁବନେଶ୍ୱରରେ ୫୬ ପ୍ରତିଶତ କାମ କରୁଛି ।
ଭଦ୍ରକ, କେନ୍ଦ୍ରାପଡ଼ା ସମେତ ଯାଜପୁର, ଜଗତସିଂହପୁରରେ ପାଇପ ୱାଟର ସପ୍ଲାଏ ସ୍କିମର ଅଗ୍ରଗତି ଘଟିଛି । ଏ କ୍ଷେତ୍ରରେ ଖୋର୍ଦ୍ଧା ଏବଂ ପୁରୀ ଉପରେ ବିଶେଷ ଭାବେ ଗୁରୁତ୍ୱ ଦିଆଯାଇଛି । ୨, ୨୬୪ ଗ୍ରାମୀଣ ଅଞ୍ଚଳରେ ପାଇପ ୱାଟର ସ୍କିମ୍‌ ରହିଛି । ଏଥିରୁ ୨ ହଜାର ୧୧୪ଟି କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା କାଲି ସୁଦ୍ଧା ଅବଶିଷ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ । ସବୁ ପଞ୍ଚାୟତକୁ ପିଭିସି ଟ୍ୟାଙ୍କ ପଠାଯାଇଛି ।
ପୁରୀ ଜିଲ୍ଲାରେ ୪୧ଟି ଏଟିଏମ୍‌ କାର୍ଯ୍ୟକ୍ଷମ ଅଛି । ଓଡ଼ିଶା ରାଜ୍ୟ ଷ୍ଟେଟ କୋପରେଟିଭ ବ୍ୟାଙ୍କ ତରଫରୁ ମୋବାଇଲ ଏଟିଏମ୍‌ ପଠାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କୃଷି ବିଭାଗର କମିଶନର ସୌରଭ ଗର୍ଗ କହିଲେ ଯେ, ଗତକାଲି ଚାଷୀ ମାନଙ୍କର ଜୀବିକା ନିର୍ବାହ ସହ କୃଷି କ୍ଷୟକ୍ଷତିର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ୬୫୦ କୋଟି ଟଙ୍କା କୃଷି ଓ ଉଦ୍ୟାନ କୃଷି ପାଇଁ ସହାୟତା ଦେବାଲାଗି ବ୍ୟବସ୍ଥା ହୋଇଥିଲା ବେଳେ ପଶୁ ସମ୍ପଦ ପାଇଁ ୬୦୦ କୋଟି, ହସ୍ତଶିଳ୍ପ ପାଇଁ ୧୦୦ କୋଟି ଟଙ୍କା ଏବଂ ସେଲଫ ହେଲପ ଗ୍ରୁପ, ମିଶନ ଶକ୍ତି ପାଇଁ ୨୦୦ କୋଟି ଟଙ୍କା ସହାୟତା ରାଶି ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇ ଚାମ୍ପିଆନ୍‌

ମୁମ୍ବାଇ ଚାମ୍ପିଆନ୍‌

Read More...

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page