ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ

June 21, 2019, ଦେଶ, , Anupambharat News Bureau


ଲୋକସଭାରେ ସାନି ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ
Anupambharat News Bureau
June 21, 2019

ନୂଆଦିଲ୍ଲୀ: ପୂର୍ବ ଏନ୍‌ଡ଼ିଏ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍‌ ତଲାକ୍‌’ ବିଲ୍‌ ନୂଆ ରୂପରେ ଆଜି ଲୋକସଭାରେ ଆଗତ ହୋଇଛି । କେନ୍ଦ୍ର ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ଆଜି ଲୋକସଭାରେ ଏହାକୁ ଆଗତ କରିଥିଲେ । ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବା ସହ ଏପରି ବିଲ୍‌ ଆଗତ କରିବା ସମ୍ବିଧାନ ବିରୋଧୀ ବୋଲି କୁହାଯାଇଥିଲା ।
ବିଲ୍‌ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେଜଣ ଅଛନ୍ତି, ଏହା ଜାଣିବା ପାଇଁ ବାଚସ୍ପତି ଓମ୍‌ ବିର୍ଲା ଭୋଟିଂ ବ୍ୟବସ୍ଥା ଆପଣାଇଥିଲେ । ଏହି ସମୟରେ ବିଲ୍‌ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟିଂ କରିଥିବା ବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ । ଓଡ଼ିଶାର କ୍ଷମତାସୀନ ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହିଥିଲା । ଲୋକସଭାରେ ଦଳର ୧୨ ଜଣ ସାଂସଦ ଅଛନ୍ତି । ବିଜେଡି ଭୋଟଦାନରୁ ବିରତ ରହିଥିବା ନେଇ ସଂସଦୀୟ ଦଳର ମୁଖ୍ୟ ପିନାକୀ ମିଶ୍ର ସୂଚନା ଦେଇଛନ୍ତି । ମୁସଲିମ୍‌ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍‌ ୨୦୧୯ ମୋଦି-୨ ସରକାରଙ୍କ ଲୋକସଭାରେ ପ୍ରଥମ ବିଲ୍‌ ଭାବେ ଆଗତ ହୋଇଛି । ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ବିଲ୍‌ର ଆବଶ୍ୟକତା ରହିଛି ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି । ଏଭଳି ବିଲ୍‌ ଧର୍ମ ଆଧାରରେ ନୁହେଁ, ବରଂ ନ୍ୟାୟ ଆଧାରରେ ପ୍ରସ୍ତìତ ହୋଇଛି । ଦେଶରେ ୫୪୩ଟି ଟ୍ରିପଲ୍‌ ତଲାକ୍‌ ଘଟଣାରେ ମୁସଲିମ୍‌ ମହିଳାମାନେ କେମିତି ନିର୍ଯାତିତ ହେଉଛନ୍ତି, ତା’ର ଉଦାହରଣ ରହିଛି । ସୁପ୍ରିମକୋର୍ଟ ଟ୍ରିପଲ୍‌ ତଲାକ୍‌ ପ୍ରଥାକୁ ବ୍ୟାନ୍‌ କରିବା ପରେ ମଧ୍ୟ ୨୦୦ଟି ଘଟଣା ଘଟିଛି । ଏହା ମହିଳାଙ୍କ ସମ୍ମାନର କଥା । ଆମେ ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି ପ୍ରସାଦ କହିଛନ୍ତି । ଏହାପରେ ବାଚସ୍ପତି ଓମ୍‌ ବିର୍ଲା ବିଲ୍‌ ଆଗତ କରିବାକୁ କହିଥିଲେ । କି;ୁ ଏହାକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ । ହୋହଲ୍ଲା ହେବାରୁ ବାଚସ୍ପତି ବିରୋଧୀଙ୍କୁ ସେମାନଙ୍କ ମତ ରଖିବାକୁ କହିଥିଲେ । କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ? ଏଆଇଏମ ୍‌ଆଇଏମ୍‌ର ସାଂସଦ ଅସାଦୁଦ୍ଦିନ ଓେୱସୀ କହିଥିଲେ, ବିଜେପି ମୁସଲିମ୍‌ ମହିଳାଙ୍କୁ ନ୍ୟାୟ ଦେବା କଥା କହୁଛି । ହେଲେ ସେମାନେ ହିନ୍ଦୁ ମହିଳାଙ୍କ ଅଧିକାର ଛଡ଼ାଇ ନେଉଛନ୍ତି । କେରଳର ସାବରୀମାଲା ମନ୍ଦିରରେ ମହିଳାଙ୍କୁ ବିଜେପି ବିରୋଧ କରୁଛି । କଂଗ୍ରେସ ଓ ଆରଏସ୍ପି ମଧ୍ୟ ଏହି ବଲ୍‌କୁ ବିରୋଧ କରିଥିଲେ । ଇସ୍ଲାମ ଧର୍ମରେ ଇନଷ୍ଟାଣ୍ଟ ବା ତତ୍କାଳ ଟ୍ରିପଲ୍‌ ତଲାକ୍‌ ବ୍ୟବସ୍ଥା ରହିଛି । ଏହାଦ୍ୱାରା ଜଣେ ମୁସଲିମ୍‌ ପୁରୁଷ ତିନିଥର ତଲାକ ଉଚ୍ଚାରଣ କରିଦେଲେ, ତାଙ୍କର ବିବାହ ବିଚ୍ଛେଦ ହେଉଯାଉଥିଲା । ଏହି ନାରୀ ବିରୋଧୀ ପ୍ରଥାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଫେବୃଆରୀ ମାସରେ ଅଧ୍ୟାଦେଶ ଆଣିଥିଲେ । ଏହି ବିଲ୍‌ ପାରିତ ହେଲେ ତତ୍କାଳ ତିନି ଥର ତଲାକ୍‌ କହି ଛାଡ଼ପତ୍ର ଦେଉଥିବା ମୁସଲିମ୍‌ ପୁରୁଷଙ୍କୁ ୩ ବର୍ଷ ଜେଲଦଣ୍ଡ ଦିଆଯାଇ ପାରିବ । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ ଯେ, ଏହି ବିଲ୍‌ ସରକାରଙ୍କ ‘ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ଲକ୍ଷ୍ୟର ଏକ ଅଂଶ । ବିଧେୟକ ପାରିତ ହୋଇନଥିବାରୁ ସରକାର କେବଳ ଅଧ୍ୟାଦେଶ ବଳରେ ତତ୍କାଳ ଟ୍ରିପଲ ତଲାକ୍‌କୁ ବେଆଇନ ଘୋଷିତ କରି ନିର୍ଦ୍ଦେଶ ଦେଇଥିଲେ । ନୂଆ ବିଲ୍‌ ଏହି ଅଧ୍ୟାଦେଶର ନକଲ । ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଏହି ବିଲ୍‌ ସମେତ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଯୋଜନା କରିଛନ୍ତି । ବହୁ ଚର୍ଚ୍ଚିତ ଟ୍ରିପଲ୍‌ ତଲାକ ବିଲ୍‌ ଉପରେ ପୁଣି ଥରେ ସଂସଦରେ ପହଞ୍ଚିଛି । ମୋଦୀ ସରକାର ୧୭ତମ ଲୋକସଭାରେ ନିଜର ପ୍ରଥମ ବିଲ୍‌ ଆକାରରେ ଶୁକ୍ରବାର ଦିନ ମୁସଲମାନ୍‌ ମହିଳାମାନଙ୍କ ବିବାହ ଅଧିକାର ସଂରକ୍ଷଣ ବିଲ୍‌ ୨୦୧୯ ଆଗତ କରିଛନ୍ତି । ବିରୋଧୀଙ୍କ ହଙ୍ଗାମା ମଧ୍ୟରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌କୁ ଲୋକସଭାରେ ଉପସ୍ଥାପନା କରିଥିଲେ ।
ବିରୋଧୀଙ୍କ ବିରୋଧ ମଧ୍ୟରେ ଏହି ବିଧେୟକକୁ ୭୪ ତୁଳଣାରେ ୧୮୬ ଜଣଙ୍କ ସମର୍ଥନରେ ଉପସ୍ଥାପନା କରାଯାଇଛି । ସଂସଦରେ ବିଲ୍‌ ଉପସ୍ଥାପନା ସମୟରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଗତ ଲୋକସଭାରେ ଏହି ବିଲ୍‌ ପାରିତ ହୋଇସାରିଥିଲା କି;ୁ ୧୬ତମ ଲୋକସଭାର କାର୍ଯ୍ୟକାଳ ଶେଷ ହେବା ଏବଂ ରାଜ୍ୟସଭାରେ ଅଟକି ରହିବାରୁ ଏହା ପ୍ରଭାବହୀନ ହୋଇଯାଇଛି, ତେଣୁ ସରକାର ପୁଣି ଏହି ବିଲ୍‌କୁ ସଂସଦକୁ ଆଣିଛନ୍ତି । ବିଲ୍‌ ଆଗତ ହେବା ସମୟରେ ବିରୋଧୀ ଏବଂ ଆଇନମନ୍ତ୍ରୀ ମଧ୍ୟରେ ବହୁ ଯୁକ୍ତି ତର୍କ ହୋଇଥିଲା । ବିଶେଷ କରି ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବୈସି ମଧ୍ୟରେ ବେଶ ଯୁକ୍ତି ହୋଇଥିଲା । ଆଇନ ମନ୍ତ୍ରୀ ସଂସଦରେ ବିଲ ଆଗତ କରିବା ସମୟରେ କହିଛନ୍ତି ଯେ, ଏହି ବିଲ୍‌ ମୁସଲମାନ୍‌ ମହିଳମାନଙ୍କ ରକ୍ଷା କରିବ । କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳ ଗୁଡିକ ଏହି ବିଲକୁ ଅସମ୍ବିିଧାନିକ ଏବଂ ଭେଦ ଭାବ କହି ବିରୋଧ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

Read More...

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page