କଲେଜ ଛାତ୍ର ହତ୍ୟା ଘଟଣା: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

June 21, 2019, ଓଡ଼ିଶା, , Anupambharat News Bureau


କଲେଜ ଛାତ୍ର ହତ୍ୟା ଘଟଣା:  ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ
Anupambharat News Bureau
June 21, 2019

ରାୟଗଡା, ୨୧ା୬ (ଅନୁପମ ମିଡିଆ) : ରାୟଗଡା କଲେଜ ଛାତ୍ର ଏମ୍‌. ସୁରେଶ କୁମାର ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ୍‌ । ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡରେ ସଂପୃକ୍ତ ରାମଚନ୍ଦ୍ରପୁରର ନିରଂଜନ ବିଡ଼ିକା, ରାୟଗଡା ସହରର ପି. ପୱନ କଲ୍ୟାଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ୩ ନାବାଳକଙ୍କୁ ବ୍ରହ୍ମପୁର ଜୁଭେନାଇଲ୍‌ କୋର୍ଟକୁ ହସ୍ତାନ୍ତର କରିଛି । ହତ୍ୟାକାଣ୍ଡରେ କେଣସି ଧାରୁଆ ଅସ୍ତ୍ର ବ୍ୟବହାର ହୋଇନଥିବା ବେଳେ ଅଭିଯୁକ୍ତମାନେ ହାତରେ ପିଟିପିଟି ସୁରେଶକୁ ହତ୍ୟା କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକକୁ ପୁଲିସ୍‌ ଜବତ କରିଛି ।
ପୁଲିସ୍‌ ସୂଚନା ମୁତାବକ, ରାୟଗଡା କଲେଜରେ ଯୁକ୍ତ ଦୁଇ ପଢ଼ୁଥିବା ଏମ୍‌. ସୁରେଶ କୁମାର ଜଣେ କଲେଜ ଛାତ୍ରୀକୁ ଭଲ ପାଉଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ନିବିଡ଼ ଥିବା ବେଳେ ସଂପୃକ୍ତ ଛାତ୍ରୀକୁ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ନାବାଳକ ଜଣକ ଏକତରଫା ପ୍ରେମ ନିବେଦନ କରି ଆସୁଥିଲେ । ଛାତ୍ରୀ ଜଣଙ୍କ ସୁରେଶଙ୍କୁ ଭଲ ପାଉଥିବାରୁ ନାବାଳକର ପ୍ରେମ ଅନୁରୋଧକୁ ପ୍ରତ୍ୟାଖାନ କରି ଆସୁଥିଲେ । ପ୍ରେମରେ ବିଫଳ ହେବାକୁ ନେଇ ସୁରେଶ ଓ ନାବାଳକ ମଧ୍ୟରେ ବହୁ ସମୟରେ ବଚସା ଲାଗି ରହିଥିଲା । ହତ୍ୟାକାଣ୍ଡ ପୂର୍ବରୁ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଛି । ୧୫ ତାରିଖ ରାତିରେ ନାବାଳକ ଜଣଙ୍କ ନିଜ ଦୁଇ ସହଯୋଗୀ ଓ ଅଭିଯୁକ୍ତ ନିରଂଜନ ଏବଂ ପୱନର ସହଯୋଗରେ ସୁରେଶଙ୍କୁ ଘରୁ ଡାକି ନେଇଥିଲେ । ଯାତ୍ରା ଦେଖିବାକୁ କହି ସୁରେଶକୁ ବାଇକରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ସୁରେଶଙ୍କ ମୁହଁ, ପେଟ ଓ ଗୋଡକୁ ମାଡ଼ ମାରିଥିଲେ ବୋଲି ପୁଲିସ କହିଛି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭି. ଆର୍‌. ରାଓ, ଏସଡିପିଓ ତପନ ନାରାୟଣ ରଥ, ଟାଉନ୍‌ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ, ଚାନ୍ଦିଲି ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ହିମାଚଳ ବସ ଦୁର୍ଘଟଣା: ୪୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

Read More...

ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ  ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page