ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

June 21, 2019, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା
Anupambharat News Bureau
June 21, 2019

ଭୁବନେଶ୍ୱର, ୨୧ ।୬ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨ କଳା ଓ ବାଣିଜ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଥିବା ବେଳେ ଏଥିରେ କିସର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଦୀଘ ୧୦ ବର୍ଷ ଧରି ପ୍ରତିବର୍ଷ କିସ ଛାତ୍ରଛାତ୍ରୀମାନେ ଉଭୟ କଳା ଓ ବାଣିଜରେ ଲଗାତାର ପ୍ରାୟ ଶତପ୍ରତିଶତ ସଫଳତା ହାସଲ କରିଆସୁଛନ୍ତି । ଚଳିତବର୍ଷ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅଧିକ ସଫଳତା ପାଇଛନ୍ତି । ଉଭୟ କଳା ଓ ବାଣିଜରେ ଅଧିକ ସଂଖକ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉୀର୍ଣ୍ଣ ହୋଇଛନ୍ତି । କଳାରେ ବିୟୁଟି ପ୍ରଧାନ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖିଥିବାବେଳେ ବାଣିଜରେ ବାସନ୍ତୀ ମାରାଣ୍ଡି ମଧ୍ୟ ସର୍ବାଧିକ ୮୩ ପ୍ରତିଶତ ନମ୍ବର ରଖିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, କିସରେ ପଢ଼ୁଥିବା ଜୁଆଙ୍ଗ, କୁଟିଆ କନ୍ଧ ଓ ଖଡ଼ିଆ ଆଦି ଆଦିମ ଜନଜାତିର ଛାତ୍ରଛାତ୍ରୀମାନେ ମଧ୍ୟ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୭ଜଣ ଆଦିମ ଜନଜାତି ବର୍ଗର ଛାତ୍ରଛାତ୍ରୀ କଳା ଓ ବାଣିଜରେ ପ୍ରଥମ ଶ୍ରେଣୀରେ ଉୀର୍ଣ୍ଣ ହୋଇଥିବାବେଳେ ୩ଜଣ ଆଦିମ ଜନଜାତି ଛାତ୍ରୀ ମଧ୍ୟ ପ୍ରଥମ ଶ୍ରେଣୀରେ ଉୀର୍ଣ୍ଣ ହୋଇଛନ୍ତି । କିସ ଫଳାଫଳ ନେଇ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‌ର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ଉଦମ, ଯତ୍ନ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି । ଶ୍ରୀ ସାମନ୍ତ କିସ୍‌ର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଧନ୍ୟବାଦ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ  ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

Read More...

ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page