ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା

May 13, 2019, ଓଡ଼ିଶା, ଭଦ୍ରକ, Anupambharat News Bureau


ଆଠ ବଖରା ଘର ସହ ଜଳିଗଲେ ନବ ବିବାହିତା ମହିଳା
Anupambharat News Bureau
May 13, 2019

ଭଦ୍ରକ, ୧୨ା୫ (ଅନୁପମ ମିଡିଆ): ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଗାଳପୁର ଗ୍ରାମରେ ଅଗ୍ନିକାଣ୍ଡ ଗଟି ୮ ବଖରା ଘର ସହିତ ଜଣେ ନବ ବିବାହିତା ମହିଳା ପୋଡିଯାଇ ମୃତୁ୍ୟ ବରଣ କରିଛନ୍ତି । ଆଜି ମଧ୍ୟାହ୍ନରେ ଓଗାଳପୁର ଗ୍ରାମର ଦୁର୍ଗା ଚରଣ ଟୁଡୁଙ୍କ ଘରେ ନିଆଁ ଲାଗିଯାଇଥିଲା । ଘରେ ଲାଗିଥିବା ନିଆଁ ଏତେ ତୀବ୍ର ହୋଇଯାଇଥିଲା ଯେ ଘରେ ଥିବା ଦୁର୍ଗାଙ୍କ ନବ ବିବାହିତା ପତ୍ନୀ ପଙ୍କଜିନୀ ଘର ଭିତରୁ ବାହାରକୁ ବାହାରି ପାରି ନ ଥିଲେ । ଫଳରେ ଜୀବନ୍ତ ଦଗ› ହୋଇଯାଇଥିଲେ । ଦୁର୍ଗା ଗତ ମାସ ଏପ୍ରିଲ ୨୪ ତାରିଖରେ ବିବାହ କରିଥିଲେ । ଏଥି ସହିତ ଏହି ନିଆଁରେ ପଡୋଶୀ ବିଶ୍ୱନାଥ ହାଁସଦା, ଜିତୁ ହାଁସଦାଙ୍କ ଘର ମଧ୍ୟ ପୋଡି ହୋଇଯାଇଥିଲା ।
ଖବର ପାଇ ଭଦ୍ରକରୁ ଦମକଳ ବାହିନୀ ଯାଇ ନିଆଁ ଲିଭାଇଥିଲା । ମାତ୍ର ସେତେବେଳକୁ ଏହି ୩ଟି ପରିବାର ୮ ବଖରା ଘର ସମେତ ଘରର ସମସ୍ତ ଆସବାବପତ୍ର, ଲୁଗାପଟା, ଧାନ ଚାଉଳ ପୋଡିଯାଇ ସାରିଥିଲା । ଅନ୍ୟପକ୍ଷରେ ଖବର ପାଇ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି୧୦୮ ଆମ୍ବୁଲାନ୍‌ସ ଯୋଗେ ପଙ୍କଜିନୀଙ୍କ ମୃତଦେହ ମେଡିକାଲକୁ ଆଣିବା ସହିତ ବ୍ୟବଚ୍ଛେଦ କରାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

ବାଲ୍ୟ ବିବାହକୁ ରୋକିଲା ପ୍ରଶାସନ

Read More...

କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର

କାର୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲିଲ୍‌ ଗୁରୁତର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page