ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

June 17, 2019, ଓଡ଼ିଶା, , Anupambharat News Bureau


ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ
Anupambharat News Bureau
June 17, 2019

ଦିଗପହଣ୍ଡି, ୧୭ା୬(ଅନୁପମମିଡ଼ିଆ): ଦିଗପହଣ୍ଡି ବ୍ଳକ ବାସୁଦେବପୁର ପଞ୍ଚାୟତ ସାନ ବୁରୁଡ଼ାର ପ୍ରକାଶ ମଳିକ ନାମକ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ସୂଚନା ପାଇ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଶବ ଜବତ ସହ ତନାଘନା ଆରମ୍ଭ କରିଛି । ତେବେ ହତ୍ୟାକାଣ୍ଡର କାରଣ କିମ୍ବା ହତ୍ୟାକାରୀଙ୍କ ପରିଚୟ ଜଣାପଡି ନାହିଁ ।
ସୋମବାର ଭୋର ଛ’ଟାରେ କୁକୁଡ଼ାଖଣ୍ଡି ବ୍ଳକ ଦୁର୍ଗମ ଜଙ୍ଗଲ ପାହାଡ଼ିଆ ନାଳ ଭିତରେ ପ୍ରକାଶଙ୍କ ମୃତଦେହ ପଡ଼ିଥିବା କେତେକ ବ୍ୟକ୍ତି ଦେଖି ପୋଲିସକୁ ଖବର କରିଥିଲେ । ବ୍ରହ୍ମପୁର ସଦର ଏସ୍‌ଡ଼ିପିଓ ଜୟନ୍ତ କୁମାର ମହାପାତ୍ର, ସଦର ଥାନା ପୋଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଜବତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପାଲିସ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁଯାୟୀ ରବିବାର ରାତି
୯ଟାରେ ଘରେ ଶୋଇଥିବା ପ୍ରକାଶଙ୍କୁ ଗ୍ରାମର ଦୁଇ ଜଣ ଯୁବକ ଡାକିନେଇଥିଲେ । ସେମାନେ ବାଉଁଶିଆପଲ୍ଳୀ ଗାଁ ଛକକୁ ଯାଇ ମଦପିଇବା ପରେ ଭୋଜି ଖାଇଥିଲେ । ସେଠାରେ କୌଣସି କାରଣକୁ ନେଇ ପ୍ରକାଶକୁ ହତ୍ୟା କରାଯାଇଥିବା ପୋଲିସ ପ୍ରକାଶ କରିଛି । ବାଉଁଶିଆପଲ୍ଳୀ ଛକରେ ରକ୍ତର ଛିଟା ପଡ଼ିଥିବାରୁ ସେଠାରେ ହିଁ ପ୍ରକାଶଙ୍କୁ ହତ୍ୟା କରାଯାଇଥିବା ପୋଲିସ ସ୍ଥିର ନିଶ୍ଚିତ ହୋଇଛି । ତେବେ ଘଟଣାକୁ ଭିନ୍ନ ରୂପ ଦେବାକୁ ହତ୍ୟା ପରେ ପ୍ରକାଶଙ୍କ ଶବକୁ ସେଠାରୁ ନେଇ ଜଙ୍ଗଲ ଘେରା ନାଳ ପାଖରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ହତ୍ୟାକାରୀଙ୍କୁ ଧରିବାକୁ କେତେକ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

ଗ୍ରାମବାସୀଙ୍କ ଭୟରେ ବାଇକ୍‌ ଓ ବନ୍ଧୁକ ଛାଡି ଦୃବୁର୍ତ୍ତ ଖସିଗଲେ

Read More...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page