କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ

June 17, 2019, ଓଡ଼ିଶା, , Anupambharat News Bureau


 କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ ଦାବୀ
Anupambharat News Bureau
June 17, 2019

କେନ୍ଦୁଝର, ୧୭ା୬(ଅନୁପମ ମିଡିଆ): ପ୍ରଶାସନିକ ସୁଫଳ ପାଇଁ ଜିଲ୍ଲାରେ ଗ୍ରାମପଞ୍ଚାୟତ,ୱାର୍ଡ,ବ୍ଲକ,ପୌରପାଳିକା ଓ ସବ୍‌ଡିଭିଜନ୍‌ ସ୍ତରରେ ପୁର୍ନଗଠନର ଆବଶ୍ୟକତା ଦେଖାଦେଇଛି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଲୋକଙ୍କ ଦାବୀକୁ ଆଖିଆଗରେ ରଖି ସରକାର ଜିଲ୍ଲାରେ ୧୧ଟି ନୂତନ ପଞ୍ଚାୟତ ଗଠନ କରିଥିଲେ । ପୂର୍ବରୁ ୨୮୭ଟି ପଞ୍ଚାୟତ ଥିବାବେଳେ ୧୧ଟି ପଞ୍ଚାୟତ ନୂତନ କରାଯିବା ପରେ ପଞ୍ଚାୟତ ସଂଖ୍ୟା ୨୯୭ରେ ପହଁଚିଛି । କେନ୍ଦୁଝର ଜିଲ୍ଲା ରାଜ୍ୟର ଏକ ଅବିଭକ୍ତ ଓ ବୃହତ୍‌ ଜିଲ୍ଲା ହୋଇଥିବାବେଳେ ବିଭିନ୍ନ ସମୟରେ ଏହି ଜିଲ୍ଲାର ପ୍ରଶାସନିକ ସୁଫଳ ସାଧାରଣ ଲୋକଙ୍କୁ ମିଳିପାରୁନଥିବାବେଳେ ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାକୁ ହେଲେ ଅବିଳମ୍ବେ ପଞ୍ଚାୟତଠାରୁ ଆରମ୍ଭ କରି ସବ୍‌ଡିଭିଜନ୍‌ ପର୍ଯ୍ୟନ୍ତ ଅଞ୍ଚଳ ପୁର୍ନଗଠନ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ନିକଟ ଅତୀତରେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜିଲ୍ଲାର ଲୋକପ୍ରିୟ ବିଧାୟକ ମୋହନ ଚରଣ ମାଝୀ ଏ ସଂପର୍କରେ ତୁରନ୍ତ ଚିନ୍ତା ପ୍ରକଟ କରି ଆଦିବାସୀ ଅଧୁ୍ୟଷିତ କେନ୍ଦୁଝର ଜିଲ୍ଲାରେ ପ୍ରଶାସନିକ ସଫଳତା ତୃଣମୂଳସ୍ତରକୁ ଯେପରି ଭାବରେ ପହଁଞ୍ଚି ପାରିବ ସେଥିପାଇଁ ଉଦ୍ୟମ କରିବାକୁ ମତବ୍ୟକ୍ତ କରିଛନ୍ତି । ଭୌଗଳିକ ଦୃଷ୍ଟିକୋଣରୁ ଏହି କେନ୍ଦୁଝର ଜିଲ୍ଲା ଏକ ବୃହତ୍‌ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ ମୋଟ ୮୩୦୩ ବର୍ଗ କିଲୋମିଟର ବ୍ୟାପକ ଅଞ୍ଚଳ ରହିଛି । ଏହି ବୃହତ୍‌ ଜିଲ୍ଲାର ଲମ୍ବା ଉତ୍ତର ଦିଗରୁ ଦକ୍ଷିଣ ଦିଗ ପର୍ଯ୍ୟନ୍ତ ପ୍ରାୟ ୧୪୫ କିଲୋମିଟର ହେଉଥିବାବେଳେ ପ୍ରସ୍ଥ ପୂର୍ବ ଦିଗରୁ ପଶ୍ଚିମ ଦିଗକୁ ୬୫ କିଲୋମିଟର । ଜିଲ୍ଲାର ସଦର ମହକୁମାରୁ ଆନନ୍ଦପୁର ସବ୍‌ଡିଭିଜନର ଜରଦା ସୀମାନ୍ତ ଅଞ୍ଚଳ ପ୍ରାୟ ୧୧୦ କିଲୋମିଟର ହୋଇଥିବାବେଳେ ହାଟଡିହି ବ୍ଲକର ଶେଷ ଅଞ୍ଚଳ ସେହିପରି ୧୨୦ରୁ ୧୩୦ କିଲୋମିଟର ଦୂର ଅଟେ । ଜିଲ୍ଲାର ଅନ୍ୟତମ ଉପାନ୍ତ ଅଞ୍ଚଳ କିରିବୁରୁ ଓ ବଲାଣି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱରେ ଥିବାବେଳେ ସୀମାନ୍ତବର୍ତ୍ତୀ କାଳିଆହତା ଅଞ୍ଚଳ ମଧ୍ୟ ୧୧୦ କିଲୋମିଟର ଦୂରରେ ରହିଛି । ସୀମାନ୍ତବର୍ତ୍ତୀ ଅନେକ ଅଞ୍ଚଳ ନିକଟସ୍ଥ ଜିଲ୍ଲାମାନଙ୍କ ଉପରେ ବ୍ୟବସାୟୀକ ଓ ସାମାଜିକ ସଂପର୍କ ସୃଷ୍ଟି କରିଥିବାବେଳେ କେନ୍ଦୁଝର ଜିଲ୍ଲା ପ୍ରତି ସେମାନଙ୍କର ଏକ ଭାବଗତ ସଂପର୍କ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ହାଟଡିହି ବ୍ଲକର ଅନେକ ଅଞ୍ଚଳ ଭଦ୍ରକ ଜିଲ୍ଲା ସହ,ବରପଦାଠାରୁ ଦୈତାରୀ ପର୍ଯ୍ୟନ୍ତ ଅଞ୍ଚଳ ଯାଜପୁର ଜିଲ୍ଲା ସହ,ସିରିଗିଡା,ବିମଳା,କାଳିଆହତା ଆଦି ଅଞ୍ଚଳ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ସହ ସଂପର୍କ ସୂତ୍ରରେ ବାନ୍ଧି ହୋଇ ପଡିଥିବାବେଳେ ବଡବିଲ,ବଲାଣି,କିରିବୁରୁ ଆଦି ଅଞ୍ଚଳରେ ଝାଡଖଣ୍ଡ ରାଜ୍ୟର ପ୍ରଭାବ ସ୍ପଷ୍ଟ ଅନୁଭୂତ ହେଉଛି । ସ୍ୱାଧିନତା ପରେ ପରେ କେନ୍ଦୁଝର ଜିଲ୍ଲାର ବ୍ଲକ ଓ ଉପଖଣ୍ଡ ପୁର୍ନଗଠନ ସମୟରେ ଜିଲ୍ଲାରେ ସ୍ଥାପିତ ହୋଇଥିବା ତିନିଗୋଟି ସବ୍‌ଡିଭିଜନ୍‌ର ୧୩ଗୋଟି ବ୍ଲକ ଅଦ୍ୟାବଧି ବଳବତ୍ତର ରହିଥିବାବେଳେ ଏହାକୁ ପୁନର୍ବାର ସମୀକ୍ଷା କରାଯାଇ ଅଧିକ ସଂଖ୍ୟାରେ ସବ୍‌ଡିଭିଜନ୍‌ ଓ ବ୍ଲକ ସୃଷ୍ଟି କରିବାକୁ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଜିଲ୍ଲାରେ ବର୍ତ୍ତମାନ ୨୯୭ଟି ଗ୍ରାମ ପଞ୍ଚାୟତରେ ୨୧୩୫ଟି ରାଜସ୍ୱ ଗ୍ରାମ ରହିଥିବାବେଳେ ଗୋଟିଏ ଗୋଟିଏ ପଞ୍ଚାୟତ ଅଧିନରେ ବହୁ ସଂଖ୍ୟାରେ ରାଜସ୍ୱ ଗ୍ରାମ ରହିଛି । ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କର ନୂତନ ସରକାର ଆସିବା ପରେ ପ୍ରତି ୧୦୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ଗୋଟିଏ ପଞ୍ଚାୟତରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବୃହତ୍‌ ବ୍ଲକଗୁଡିକୁ ଭାଙ୍ଗି ଅଧିକ ବ୍ଲକ ସୃଷ୍ଟି କରିବା ଦ୍ୱାରା ପ୍ରଶାସନିକ ରୂପ ରେଖ ତୃଣମୂଳସ୍ତରକୁ ଯାଇପାରିବ ବୋଲି ବିିଭିନ୍ନ ମହଲରେ ଆଲୋଚନା ହେଉଛି । ପ୍ରତ୍ୟେକ ବ୍ଲକରେ ଜଣେ ଜଣେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବା ବିଡିଓ ଥିଲେ ମଧ୍ୟ ବହୁ ସମୟରେ ବ୍ଲକ ମୁଖ୍ୟାଳୟଠାରୁ ଗୋଟିଏ ଗୋଟିଏ ଗ୍ରାମ ପାଖାପାଖି ୪୦ରୁ ୫୦ କିଲୋମିଟର ଦୂରତାରେ ରହୁଛି । କେନ୍ଦୁଝର ସବ୍‌ଡିଭିଜନ୍‌କୁ ପୁର୍ନଗଠନ କରାଯାଇ ଆଉ ଦୁଇଗୋଟି ସବ୍‌ଡିଭିଜନ୍‌ ସୃଷ୍ଟି କରାଯିବା ସହ ଆନନ୍ଦପୁର ସବ୍‌ଡିଭିଜନ୍‌କୁ ପୁର୍ନଗଠିତ କରାଯାଇ ଜିଲ୍ଲାର ସର୍ବବୃହତ୍‌ ହାଟଡିହି ବ୍ଲକକୁ ପୁର୍ନଗଠନ କରାଯାଇ ଆନନ୍ଦପୁର ସବ୍‌ଡିଭିଜନ୍‌ରେ ଆଉ ଗୋଟିଏ ବ୍ଲକ ଅଧିକ ଗଠନ କରିବାକୁ ମତବ୍ୟକ୍ତ ହୋଇଛି । ସେହିପରି ଭୌଗଳିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କଲେ ତେଲକୋଇ ଏବଂ ସାହାରପଡା ବ୍ଲକକୁ ଭାଙ୍ଗି ଅଧିକ ସଂଖ୍ୟାରେ ବ୍ଲକ କରିବା ପାଇଁ ଦାବୀ ହେଉଛି । କେବଳ ଯେ ଗ୍ରାମାଞ୍ଚଳରେ ପ୍ରଶାସନିକ ସଂସ୍କାରର ଆବଶ୍ୟକତା ଦେଖାଦେଇଛି ତା’ନୁହେଁ ଜିଲ୍ଲାରେ ଥିବା ୫ଗୋଟି ସହରାଞ୍ଚଳରେ ମଧ୍ୟ ପ୍ରଶାସନିକ ସଂସ୍କାର ପାଇଁ ସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ । ଆଶାତୀତ ଭାବରେ ସହରର କଳେବର ବୃଦ୍ଧି ପାଇଥିବାବେଳେ ସହର ସନ୍ନିକଟ ଅନେକ ଗାଁ ଏବେ ସହରରେ ପରିଣତ ହୋଇଛି । ଏପରିକି ସହର ଉପକଣwରେ ଥିବା ପତିତ ଜମିଗୁଡିକୁ ଏବେ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଥିବାବେଳେ ସେହି ଅଞ୍ଚଳଗୁଡିକ ସହରାଞ୍ଚଳ ମଧ୍ୟରେ ନଥିବାରୁ ଏଠାକାର ବାସିନ୍ଦାମାନେ ସର୍ବନିମ୍ନ ମୌଳିକ ସୁବିଧା ପାଇପାରୁନାହାଁନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

ଉକିଳ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

Read More...

ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

ହୀରାକୁଦ ନଦୀବନ୍ଧରେ ଜଳମଗ୍ନ ୧୧୨ ମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page