ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା

June 16, 2019, ଓଡ଼ିଶା, , Anupambharat News Bureau


ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା
Anupambharat News Bureau
June 16, 2019

ପୁରୀ, ୧୬ା୬ (ଅନୁପମ ମିଡିଆ) : ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ସମାଗମ ହେବେ ଲକ୍ଷାଧିକ ଭକ୍ତ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିବେ ଲକ୍ଷାଧିକ ଭକ୍ତ ଓ ହଜାର ହଜାର ଯାନବାହନ । ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ପୁରୀ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ । ଶ୍ରୀ ଦାଶ ସୂଚନା ଦେଇ କହିଥିଲେ ପହଣ୍ଡି ସମୟରେ କେବଳ ସେବାୟତଙ୍କ ବ୍ୟତୀତ ଯେପରି କୌଣସି ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରିପାରିବେ ନାହିଁ କିମ୍ବା ସ୍ନାନବେଦୀରେ ଛୁଇଁ ପାରିବେ ନାହିଁ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର କର୍ଡନ କରାଯାଇ ସ୍ନାନବେଦୀ ପର୍ଯ୍ୟନ୍ତ ଅଣାଯିବ । ସେହିପରି ସ୍ନାନବେଦୀକୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବ । ଭକ୍ତମାନେ ପହଣ୍ଡି ସରିବା ପରେ ବ୍ୟାରିକେଡ ମଧ୍ୟଦେଇ ସ୍ନାନବେଦୀ ତଳ ଦେଇ ଧାଡିରେ ଯାଇ ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ । ପହଣ୍ଡି ହେବା ପରଠାରୁ ରାତ୍ର ସାଢେ ୧୦ଟା ୩୦ମି. ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିବ । ସୁରକ୍ଷା ଦୃଷ୍ଟି କୋଣରୁ ମନ୍ଦିର ଭିତର ଓ ବାହାର ସମେତ ପୁରୀସହରର ବହୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ଉପରେ ସନ୍ଦେହଜନକ କାର୍ଯ୍ୟକଳାପକୁ ନଜର ରଖିବା ପାଇଁ ସିସିଟିଭି ଖାଯାଇଛି । ସାଧାପୋଷାକଧାରୀ ପୁଲିସକୁ ମନ୍ଦିର ଭିତର ଓ ବାହାରେ ନିୟୋଜିତ କରାଯାଇଛି । ଭିଡ ନିୟନ୍ତ୍ରଣ ଓ ଦଳାଚକଟାକୁ ରୋକିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ସମୁଦ୍ରରେ ଭକ୍ତଙ୍କ ନିରାପଦ ସ୍ନାନ ପାଇଁ ଲାଇଫଗାର୍ଡ ମୁତୟନ କରାଯାଇଛି ସେହିପରି ପରୀକୁ ଆସୁଥିବା ହଜାର ହଜାର ଯାନବାହନକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁବନ୍ଦୋବସ୍ତ କରାଯାଇଛି । ଟ୍ରାଫିକ୍‌ ସୁପରିଚାଳନା ପାଇଁ ପୁରୀ ସହରକୁ ତିନୋଟି ଜୋନରେ ବିଭକ୍ତ କରାଯାଇଛି । ଜୋନ ୧କୁ ୪ଟି ସେକଫରରେ ବିଭକ୍ତ କରାଯାଇଛି । ସେହିପରି ଜୋନ ୨କୁ ତିନୋଟି ସେକଫର ଏବଂ ଜୋନ ୩କୁ ଦୁଇଟି ସେକଫରରେ ବିଭକ୍ତ କରାଯାଇଛି । ସେହିପରି ଆଉଟସାଇଟ୍‌ ଟ୍ରାଫିକ୍‌ ଜୋନକୁ ୪ଟି ସେକଫରରେ ବିଭକ୍ତ କରାଯାଇଛି । ସମସ୍ତ ଟ୍ରାଫିକ୍‌ ବ୍ୟବସ୍ଥାକୁ ୪ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନକୁ ବିଭିନ୍ନ ସେକଫରରେ ବିଭକ୍ତ କରାଯାଇଛି । ଜୋନ ଦାୟିତ୍ୱରେ ଜଣେ ଡିଏସପି ରହିଥିବା ବେଳେ ବିଭିନ୍ନ ସେକଫର ଦାୟିତ୍ୱରେ ସବଇନ୍ସପେକଫର ଓ ଏଏସଆଇ ରହିବେ । ଜୋନ ୧ର ଅଧିନରେ ଅଠରନଳା ଠାରୁ ହସ୍ପିଟାଲ ଛକଦେଇ ପୁରୁଣା ନବକଳେବର ରୋଡ, ମାଟିଆପଡା, ରେଡକ୍ରସ ରୋଡ, ଜଟିଆବାବାଜି ଛକ, ନରେନ୍ଦ୍ରକୋଣ, ବଡଦାଣ୍ଡ, ମାର୍କେଟଛକଠାରୁ ସିଂହଦ୍ୱାର, ମଙ୍ଗଳାଘାଟ, ବାଲିସାହି ରାସ୍ତା ଏବଂ ସମସ୍ତ ଗଳିକନ୍ଦିକୁ ଅନ୍ତର୍ଭୁକ୍ତ କରାଯାଇଛି । ଜୋନ ୨ ଅଧିନରେ ନୃସିଂହ ମନ୍ଦିର ଛକଠାରୁ ସୁବାଷ ବୋଷ ଛକ ଭାୟା ବାଲିଘାଟ, ଗୀଡଷ୍ଟେସନ ଛକ, ଆଇଟିଆଇ ଛକ, ସିଟି ରୋଡ ଏବଂ ମେଡିକାଲ ଛକଠାରୁ ଗାଣ୍ଡୁଆ ଚଉରା, ଭାୟା- ଭିଆଇପି ରୋଡ, ସୁବାଷ ବୋଷ ଛକ, ହରିହର ଛକ, ସମୁଦ୍ରକୂଳ ରାସ୍ତା, ହୋଟେଲ ହଂସ କୋକୋପ୍ଲାମ ଏବଂ ଲୋକନାଥ ରୋଡ । ଜୋନ ୩କୁ ଅଠରନଳା ଠାରୁ ମାଳତୀପାଟପୁର, ବୀରହରେକୃଷ୍ଣପୁର ବଜାର, ବାଲିଘାଟ ଭାୟା-ନୂଆ ନବକଳେବର ରୋଡ, ମାଳତୀପାଟପୁର, ହୋଟେଲ ତୋସାଳି ସ୍ୟାଣ୍ଡସ ଭାୟା-ନିଳାଚଳ ଲିଙ୍କ ଆରଓବି ଠାରୁ ବାଲିଘାଟ ଭାୟା- ଗ୍ରୀଡଷ୍ଟେସନ । ଜୋନ ୪ ଆଉଟସାଇଟ୍‌ ଟ୍ରାଫିକକୁ ୪ଟି ସେକଫରରେ ବିଭକ୍ତ କରାଯାଇଛି । ମାଳତୀପାଟପୁର ଠାରୁ ଉତ୍ତରା (ଏନଏଚ-୩୧୬ ଜାତୀୟ ରାଜପଥ) ଏବଂ ଅନ୍ୟାନ୍ୟ ସଂଯୁକ୍ତ ରାସ୍ତା ସହିତ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତ୍ୟେକ ଜୋନରେ ଜଣେ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଦାୟିତ୍ୱରେ ରହିବେ । ସେହିପରି ଜଣେ ଡେପୁଟି କମାଣ୍ଡାଣ୍ଟ ଅଧିକାରୀ ପୁରୀ ଟାଉନ ଟ୍ରାଫିକ୍‌ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ । ଏବଂ ଜଣେ କମାଣ୍ଡାଣ୍ଟ ର୍ୟାଙ୍କର ଅଧିକାରୀ ଜିଲ୍ଲାର ସମସ୍ତ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ରହିବା ସହ ତଦାରଖ କରିବେ । ପୁରୀକୁ ଆସୁଥିବା ସମସ୍ତ ହାଲୁକା ଚାରିଚକିଆ ଯାନଗୁଡିକ ମାର୍କେଟ ଚକ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପାର୍କିଂ କରିବେ । ସେଠାରେ ପାର୍କିଂ ପୂରଣ ହୋଇଗଲେ ଗାଡିଗୁଡିକ ଶରଧାବାଲି ଏବଂ ଶରଧାବାଲି ପୂରଣ ହୋଇଗଲେ ଏସସିଏସ କଲେଜ ଏବଂ ଜିଲ୍ଲାସ୍କୁଲ ମଧ୍ୟରେ ପାର୍କିଂ କରିବ । ସେହିପରି ସମସ୍ତ ଦୁଇଚକିଆ ଯାନଗୁଡିକ ଟାଉନଥାନାଠାରୁ ମାର୍କେଟଛକ ଉଭୟ ପାଶ୍ୱର୍ ରାସ୍ତାକଡରେ ପାର୍କିଂ କରିବେ । ସେହିପରି ପୁରୀକୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସଗୁଡିକ ଗୁଣ୍ଡିଚାମନ୍ଦିର ବସଷ୍ଟାଣ୍ଡଠାରେ ପାର୍କିଂ କରିବ ଏବଂ ସେଠାରୁ ପୁନର୍ବାର ସେମାନଙ୍କର ଗନ୍ତବ୍ୟସ୍ଥଳକୁ ପ୍ରସ୍ଥାନ କରିବେ । ଶ୍ରୀମନ୍ଦିର ଭିତର ଓ ବାହାର ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଟିକେଟଧାରୀ ଭକ୍ତମାନେ ମହାପ୍ରଭୁଙ୍କ ପହଣ୍ଡି ଦର୍ଶନ କରିବା ପାଇଁ ଦକ୍ଷିଣଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ଶ୍ରୀଜୀଉମାନଙ୍କ ପହଣ୍ଡି ନୀତି ସଂପନ୍ନ ପରେ ଭକ୍ତମାନଙ୍କ ସାଧାରଣ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି । ଭକ୍ତମାନେ ବ୍ୟାରିକେଡ ଦେଇ ସ୍ନାନବେଦୀ ନିକଟକୁ ଯିବେ ।ସିଂହଦ୍ୱାର ଦେଇ ଆସୁଥିବା ଭକ୍ତମାନେ ଦର୍ଶନ କରିବା ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସୁରକ୍ଷା ଦାୟିତ୍ୱକୁ ଖୋଦ୍‌ ଜିଲ୍ଲା ଏସପି ତଦାରଖ କରୁଥିବା ବେଳେ ମୋଟ ୧୨୪ ସେକ୍ସନ ଫୋର୍ସ, କମାଣ୍ଡାଣ୍ଟ ୩, ଡେପୁଟି କମାଣ୍ଡାଣ୍ଟ ଓ ଅତିରିକ୍ତ ଏସପି ୯, ଡିଏସପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ୧୬, ଇନ୍ସପେକଫର ଓ ସବଇନ୍ସପେକଫର ୩୭, ଏସଆଇ ଓ ଏଏସଆଇ ୨୨୫, ହାବିଲଦାର ୪୧, ଟ୍ରାଫିକ୍‌ ହାବିଲଦାର ୧୦, କନଷ୍ଟେବଳ ୩୦୨, ଟ୍ରାଫିକ୍‌ କନଷ୍ଟେବଳ ୪୮, ହୋମଗାର୍ଡ ୫୫୮, ବଗଲର ୩, ଜେଟିପି ଓ ଜେଟିଏସ ୩ ମୁତୟନ ହୋଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

Read More...

ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

ଅଭିନବ ଉପାୟରେ ଲୁଟୁଥିବା ଯୁବକ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page