ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

June 14, 2019, ଦେଶ, , Anupambharat News Bureau


ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି
Anupambharat News Bureau
June 14, 2019

ବିସ୍‌କେକ,୧୪ା୬: କିରିଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକରେ ଆୟୋଜିତ ସଂଘାଇ ସହଯୋଗ ପ୍ରତିଷ୍ଠାନ (ଏସସିଓ)ର ଦ୍ୱିତୀୟ ଅଧିବେଶନ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି । ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇ ନାହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି । ଏହି ଏସ୍‌ସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲରେ ପହଞ୍ଚିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ସେହି ସମୟରେ ହଲର ଗୋଟିଏ କୋଣରେ ବସିଥିଲେ । ମୋଦି ତାଙ୍କ ସାମ୍ନା ଦେଇ ଯାଇଥିଲେ ମଧ୍ୟ ତାଙ୍କୁ ଅନାଇ ନଥିଲେ କି କଥା ହୋଇନଥିଲେ । ସିଧା ଯାଇ ନିଜ ଆସନରେ ବସିଥିଲେ ମୋଦି । ପାକିସ୍ତାନ ପ୍ରଧାନମମନ୍ତ୍ରୀଙ୍କ ଠାରୁ ୬ଟି ଆସନ ଛାଡ଼ି ମୋଦି ବସିଥିବା ଦେଖିବାକୁ ମିଳିଛି । ଏପରି ଆଚରଣ ଦ୍ୱାରା ମୋଦି ଇମ୍ରାନ ଖାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରଥମେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାପରେ ଯାଇ ଆଲୋଚନା ଆରମ୍ଭ ହୋଇପାରିବ । ଯାହା ପୂର୍ବରୁ ଭାରତ ବିଭିନ୍ନ ସମୟରେ କହି ଆସିଛି । ଗତକାଲି ଚୀନ ରାଷ୍ଟ୍ରପତି ଜିଙ୍ଗପିନଙ୍କ ସହ ଆଲୋଚନା ବେଳେ ମଧ୍ୟ ମୋଦି ପାକ ସମର୍ଥିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

ଚାନ୍ଦାପାଇଁ ମିସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

Read More...

ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page