ପହିଲି ରଜରେ ଅଘଟଣ, ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା

June 14, 2019, ଓଡ଼ିଶା, , Anupambharat News Bureau


ପହିଲି ରଜରେ ଅଘଟଣ,   ତିନିଝିଅଙ୍କୁ ମାରି ବାପାର ଆତ୍ମହତ୍ୟା
Anupambharat News Bureau
June 14, 2019

କେନ୍ଦୁଝର/ଆନନ୍ଦପୁର,୧୪ା୬(ଅନୁପମମିଡ଼ିଆ): ସମଗ୍ର ରାଜ୍ୟ ଯେତେବେଳେ ପହିଲି ରଜକୁ ନେଇ ଉସିବମୁଖର ହୋଇପଡିଥିଲା, ସେତେବେଳେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ପଞ୍ଚାୟତର ଉଲିବସା ଗ୍ରାମରେ ଘଟିଯାଇଛି ଏକ ଲୋମହର୍ଷଣକାରୀ ଓ ହୃଦୟ ବିଦାରକ ହତ୍ୟାକାଣ୍ଡ । ତିନିଝିଅଙ୍କୁ ଗୋଟିଏ ବାଡିରେ ପିଟିପିଟି ମାରି ଶେଷ କରିଦେବା ପରେ ଘର ଭିତରକୁ ଯାଇ ଆତ୍ମହତ୍ୟା କରିଛି ବାପା । ଆନନ୍ଦପୁର ଥାନା ଇନ୍ସପେକଫର ଗଗନ ବିହାରୀ ବିଶ୍ୱାଳଙ୍କ ସୂଚନା ମୁତାବକ,ଉଲିବସା ଗାଁର ଦୁର୍ଗା ସିଦ୍ଦୁଙ୍କର ପତ୍ନୀଙ୍କର ଗତକିଛି ଦିନ ତଳେ ମୃତୁ୍ୟହେବାପରେ ସେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲେ । ମାନସିକ ଅବସାଦ ବଢ଼ିବା ସାଙ୍ଗକୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ପହିଲି ରଜ ଅର୍ଥାତ ଶୁକ୍ରବାର ପ୍ରାୟ ୩.୦୦ ସମୟରେ ଗୋଟିଏ ଠେଙ୍ଗା ସାହାଯ୍ୟରେ ଘର ଅଗଣାରେ ତିନିଝିଅଙ୍କୁ ପିଟିପିଟି ମାରି ଦେବା ପରେ ଘର ଭିତରକୁ ଯାଇ ଦଉଡି ଦେଇ ଆତ୍ମହତ୍ୟା କରିଥିଲା । ପଡୋଶୀମାନେ ଏହି ଘଟଣା ସମ୍ପର୍କରେ ଖବର ପାଇବା ବେଳକୁ ଚାରିଗୋଟି ପ୍ରାଣବାୟୁ ଉଡିସାରିଥିଲା । ଆନନ୍ଦପୁର ପୋଲିସ ଘଟଣାସ୍ଥଳକୁ ଆସି ଠେଙ୍ଗାକୁ ଜବତ କରିବା ସହ ଶବଗୁଡିକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିସିାଳୟକୁ ପଠାଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଲୋକଙ୍କର ସୁଅ ଛୁଟିଥିଲା । ସମଗ୍ର କେନ୍ଦୁଝର ଜିଲ୍ଲାବାସୀଙ୍କୁ ଏହି ଘଟଣା ସ୍ତବ୍ଧ କରିପକାଇଛି । ମୃତ ୩ଜଣ ଶିଶୁଙ୍କ ନାମ ଚୋବେ(୯),ଚୁକୁଲୁ(୬) ଏବଂ ମୁକ୍ତା(୩) ବର୍ଷ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

ବାପାର ନିର୍ଯାତନାରୁ ଦୁଇ ଝିଅର ଆତ୍ମହତ୍ୟା

Read More...

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page