ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ

June 06, 2019, ଦେଶ, , Anupambharat News Bureau


ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକା ଜାରି କଲା ଭାରତ
Anupambharat News Bureau
June 06, 2019

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍‌ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କରିବା ପରେ ଏବେ ଆତଙ୍କବାଦୀ ନିପାତ ଅଭିଯାନକୁ ଜୋରଦାର କରିଛନ୍ତି କେନ୍ଦ୍ର ସରକାର । ଟପ୍‌ ଟେନ୍‌ ଆତଙ୍କବାଦୀ ତାଲିକାରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନର ସର୍ବୋଚ୍ଚ କମାଣ୍ଡର ରିୟାଜ ଅହମଦ ନାଇକୁ ସାମିଲ ରହିଛି । ଏଥିସହ ଲଶPର-ଏ-ତୋଇବାର ଶୋପିଆନ ଜିଲ୍ଲାର କମାଣ୍ଡର ୱସିମ୍‌ ଅହମଦ୍‌ (ଓସାମା), ହିଜବୁଲ ମୁଜାହିଦ୍ଦିନର ଅନନ୍ତନାଗ ଜିଲ୍ଲାର କମାଣ୍ଡର ମୋହମଦ ଅଶରଫ୍‌ ଖାନ୍‌, ବାରମୁଲା ଜିଲ୍ଲାର କମାଣ୍ଡର ମେହରାଜୁଦ୍ଦିନ, ଶ୍ରୀନଗରର ମୀର ଉର୍ଜା ଡାକ୍ତର ସୌଫ, ପୁଲ୍‌ୱାମା ଜିଲ୍ଲାର କମାଣ୍ଡର ଅଶରଦ-ଉଲ ହକ ପ୍ରଭୃତି ସାମିଲ ରହିଛନ୍ତି । ଭାରତୀୟ ସେନା ଏହି ଆତଙ୍କବାଦୀଙ୍କ ତାଲିକା ଗୁଇନ୍ଦା, ସେନା, ଜମ୍ମୁ କଶ୍ମୀର ପୁଲିସର ସୂଚନା ଆଧାରରେ ପ୍ରସ୍ତìତ କରିଥିବା ଜଣାପଡ଼ିଛି । ଏହି ସମସ୍ତ ଆତଙ୍କବାଦୀ ସୀମା ଏବଂ କଶ୍ମୀରର ବିଭିନ୍ନ ଜିଲ୍ଲାରେ ରହି ଆତଙ୍କବାଦୀ କାର୍ଯ୍ୟାକଳାପରୁ ପ୍ରୋତ୍ସାହନ ଯୋଗାଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ଆତଙ୍କବାଦ ପ୍ରସଙ୍ଗରେ କେନ୍ଦ୍ର ସରକାର ଜିରୋ ଟଲରେନ୍‌ସ ନୀତି ଆପଣାଇବା ପରେ ପାଞ୍ଚ ମାସରେ ୧୦୧ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅର୍ଥାତ୍‌ ପ୍ରତି ମାସରେ ୨୦ ଆତଙ୍କବାଦୀ ନିହତ ହେଉଛନ୍ତି । ହେଲେ ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ କଶ୍ମୀର ଘାଟିର ବୋଲି ଜଣାପଡ଼ିଛି । ତେଣୁ ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ଗୃହ ମନ୍ତ୍ରଣାଳୟ କହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେରଳ ପାଖରେ ମୌସୁମୀ,  ଖେଳୁଛି ଲୁଚକାଳି

କେରଳ ପାଖରେ ମୌସୁମୀ, ଖେଳୁଛି ଲୁଚକାଳି

Read More...

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ  ଚାଉଳ ନାହିଁ !

ବିଜେଡ଼ିକୁ ଭୋଟ ଦେଇନ, ତୁମକୁ ଚାଉଳ ନାହିଁ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page