ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ

June 06, 2019, ଓଡ଼ିଶା, , Anupambharat News Bureau


 ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ
Anupambharat News Bureau
June 06, 2019

ଜଳେଶ୍ୱର,୬ା୬ (ଅନୁପମ ମିଡିଆ): ତୁ ଗୁହାରୀ କରିବୁ ଯାହାକୁ, ମୁଁ ଜୁଆଁଇ କରିଛି ତାହାକୁ । ସୁବର୍ଣ୍ଣରେଖା ନଦୀର ଶିଖରପୁର ଠାରେ ବାଲି ମାଫିଆ ମାନଙ୍କର ମନମୁଖୀ ଓ ବେନିୟମ ଭାବେ ବାଲି ଉତୋଳନ ଯୋଗୁଁ ନଦୀପାଖ ଅଂଚଳ ପ୍ରତି ବିପଦ ମାଡି ଆସୁଛି । ମାତ୍ର ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ନିଦାବିଷ୍ଣୁ ପାଲଟିଛନ୍ତିି । ଶିଖରପୁର ନିକଟରେ ଥିବା ସୁବର୍ଣ୍ଣରେଖା ନଦୀ ବାଲି ଉସିରୁ ଜେସିବି ମେସିନ ସାହାଯ୍ୟରେ ଦୈନଦିନ ଶହ ଶହ ଟ୍ରାକଫରରେ ବାଲି ଉତୋଳନ କରି ବିନା ରୟାଲ୍‌ଟିରେ ବାଲି ଚାଲାଣ କରିବା ଦ୍ୱାରା ପ୍ରତି ବର୍ଷ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛି ରାଜ୍ୟ ସରକାର । ତା ସହ ବିପଦ ମାଡି ଆସୁଛି ଗ୍ରାମବାସୀଙ୍କ ଉପରକୁ । ତଥାପି ପ୍ରଶାସନ ନୀରବ । ଶିଖରପୁର ଠାରେ ଏହି ବାଲି ମାଫିଆମାନେ ବାଲି ଉତୋଳନ କରି ପାହାଡ ଉଚ୍ଚର ବାଲି ଗଦା କରିବା ସଙ୍ଗେସଙ୍ଗେ ଏହି ବାଲିକୁ ପଶ୍ଚିମବଙ୍ଗଳାକୁ ବହୁ ମୂଲ୍ୟରେ ଚୋରା ଚାଲାଣ କରିବା ଯୋଗୁଁ ସରକାର ରାଜସ୍ୱ ହରାଉଥିବା ଗ୍ରାମବାସୀ ମାନେ କହିଛନ୍ତି । ଏହାଛଡା ଗ୍ରାମର ମୁଖ୍ୟ ରାସ୍ତାରେ ସବୁ ବେଳେ ଶହଶହ ଟ୍ରାକଫର ବାଲି ବୋଝେଇ କରି ଯାତାୟତ କରୁଥିବାରୁ ଗ୍ରାମ୍ୟ ପରିବେଶ ପ୍ରଦୂଷଣ ହେଉଛି । ଏଥିପାଇଁ ଏହି ଗ୍ରାମର ଜନସାଧାରଣ ବାରଂବାର ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୈାଣସୀ ପ୍ରତିକାର ନ ହେବାରୁ ପ୍ରତିବାଦ କରି ଗୁରୁବାର ସକାଳ ୯ଘଟିକାରୁ ଶିଖରପୁର ଗ୍ରାମପଂଚାୟତର ଅଧିବାସୀ ମାନେ ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରି ଧାରଣାରେ ବସିଥିଲେ । ଗ୍ରାମବାସୀ ଲକ୍ଷ୍ମୀକାନ୍ତ ଗିରି ଓ ବଳରାମ ଓଝାଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଲେ ଶିଖରପୁର ଗ୍ରାମ ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିଛନ୍ତି । ରାସ୍ତାରୋକ ଫଳରେ ଶହଶହ ବାଲି ବୋଝେଇ ଟ୍ରାକଫର ଛିଡା ହୋଇ ରହିବା ସହ ଏହି ରାସ୍ତାରେ ଜନସାଧାରଣଙ୍କର ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଘଟଣା ସ୍ଥଳରେ ଶତାଧିକ ଟ୍ରାକଫର ଅଟକ ରଖାଯାଇଥିବା ବେଳେ ଘଟଣା ସ୍ଥଳକୁ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା ଯାଇ ନ ଥିଲେ । ପରେ ତହସିଲଦାର ଆର.ଆଇଙ୍କୁ ତଦନ୍ତ ପାଇଁ ପଠାଇବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଗ୍ରାମବାସୀମାନେ ଏଭଳି ବେନିୟମ ଘଟଣାରେ ବାଲେଶ୍ୱର ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବୀ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମଦ୍ୟପର ଉନ୍ମକ୍ତ କାଣ୍ଡ ,   ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

ମଦ୍ୟପର ଉନ୍ମକ୍ତ କାଣ୍ଡ , ଟାଙ୍ଗିଆରେ ହାଣି ଦୁଇଭାଇଙ୍କୁ ହତ୍ୟା, ହତ୍ୟାକାରୀକୁ କାବୁ କଲେ ଗାଁ ଲୋକେ

Read More...

କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

କଥା ରଖିଲେ ବିଧାୟକ, ଡ୍ରେନ ପାଣିରେ ବୁଲି କଲେ ତଦାରଖ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page