ହାତୀ ଆକ୍ରମଣରେ ବୃଦ୍ଧା ମୃତ

June 04, 2019, ଓଡ଼ିଶା, , Anupambharat News Bureau


 ହାତୀ ଆକ୍ରମଣରେ ବୃଦ୍ଧା ମୃତ
Anupambharat News Bureau
June 04, 2019

କେନ୍ଦୁଝର, ୪ା୬: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ଏହି ଘଟଣା ଉକ୍ତ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ମିଳିଥିବା ସୂଚନା ଅନୁସାରେ, ତେଲକୋଇ ବ୍ଲକ ଆକୁଳ ଗ୍ରାମର ରବି ରଣସିଂହଙ୍କ ପତ୍ନୀ କଦଳୀ ରଣସିଂହ(୬୭) ଗାଁ ନିକଟସ୍ଥ ଜଙ୍ଗଲକୁ ଟୁଲ ସଂଗ୍ରହ କରିବାକୁ ମଙ୍ଗଳବାର ସକାଳୁ ଯାଇଥିଲେ । ସବୁଦିନ ପରି ମଙ୍ଗଳବାର ସକାଳ ୭ଟା ସମୟରେ କଦଳୀ ରଣସିଂହ ଟୁଲ ସଂଗ୍ରହ ପାଇଁ ଯାଇଥିବାବେଳେ ସେ ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ । ହାତୀଟି ତାଙ୍କୁ ଶୁ„ରେ ଟେକି ନେଇ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତୁ୍ୟ ହୋଇଥିବା ଖବର ମିଳିଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକେ ଓ ବନବିଭାଗ କର୍ମଚାରୀ,ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବୃଦ୍ଧାଙ୍କ ଶବ ଉଦ୍ଧାର କରିଥିଲେ । ସ୍ଥାନୀୟ ପୁଲିସ ବୃଦ୍ଧାଙ୍କ ଶବ ବ୍ୟବଛେଦ କରାଇଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପ୍ରକାଶଯୋଗ୍ୟ ଯେ, ଏହି ଅଞ୍ଚଳରେ ବଣୁଆ ହାତୀଙ୍କ ପ୍ରାଦୁର୍ଭାବ ନିୟମିତ ଭାବେ ଦେଖିବାକୁ ମିଳିଥାଏ । ଦୀର୍ଘବର୍ଷ ହେବ ଆକୁଳ ଗ୍ରାମ ନିକଟସ୍ଥ ଜଙ୍ଗଲ ଦେଇ ହାତୀମାନେ ଚଳପ୍ରଚଳ କରିବା ସହ ହାତୀପଲ ସେଠାରେ ରହିଥାନ୍ତି । ଫଳରେ ବହୁ ସମୟରେ ହାତୀ ଆକ୍ରମଣରେ ଧନଜୀବନ ହାନୀ ହେବା ଘଟଣା ଘଟି ଚାଲିଛି । ବନବିଭାଗ ସ୍ଥାନୀୟ ଅଞ୍ଚଳରୁ ହାତୀକୁ ଅନ୍ୟତ୍ର ଘଉଡାଇ ଦେବା ସହ ମୃତା ବୃଦ୍ଧାଙ୍କ ପରିବାରକୁ ଆବଶ୍ୟକୀୟ କ୍ଷତିପୂରଣ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

ଏସଡ଼ିଏର ଏକ ହଜାର ଆସନ ବିଶଷ୍ଟ ପ୍ରେକ୍ଷାଳୟ ଅଗଷ୍ଟରେ କାର୍ଯ୍ୟକ୍ଷମ ହେବ

Read More...

ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

ସାବିତ୍ରୀ ବ୍ରତରେ ସ୍ତ୍ରୀକୁ ସ୍ୱାମୀର ମରଣାନ୍ତକ ଆକ୍ରମଣ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page