ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ

May 11, 2019, ଓଡ଼ିଶା, କେନ୍ଦୁଝର, Anupambharat News Bureau


ବୋଲେରୋ-ବାଇକ୍‌ ଦୁର୍ଘଟଣାରେ ପୋଲିସ ଏଏସ୍‌ଆଇ ମୃତ
Anupambharat News Bureau
May 11, 2019

କେନ୍ଦୁଝର,୧୧ା୫ (ଅନୁପମ ମିଡିଆ): ଝୁମ୍ପୁରା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥ ଉପରେ ବୋଲେରୋ ଏବଂ ବାଇକ ମୁହାଁ ମୁହିଁ ଧMା ହେବା ଫଳରେ ଜଣେ ପୋଲିସ ଏଏସ୍‌ଆଇଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ଖବରରୁ ପ୍ରକାଶ ଯେ, ଶନିବାର ଦିନ ପ୍ରାୟ ୧୧ଟା ୩୦ମିନିଟ୍‌ ସମୟରେ ରିମୁଳି ପଟୁ ଏକ ବୋଲେରୋ କେନ୍ଦୁଝର ଅଭିମୁଖେ ଦ୍ରୁତଗତିରେ ଯାଉଥିଲା । ବୋଲେରୋଟି ଝୁମ୍ପୁରା ଥାନା ନିକଟରେ ପହଞ୍ଚିଥିବା ସମୟରେ ବିପରୀତ ଦିଗରୁ ବାଇକ୍‌ରେ ଆସୁଥିବା ଝୁମ୍ପୁରା ଥାନାର ଏଏସ୍‌ଆଇ ମରିଶ କୁଜୁରୁଙ୍କ ବାଇକ୍‌ ସହ ମୁହାଁମୁହିଁ ଧMା ହୋଇଥିଲା । ଫଳରେ ଏଏସ୍‌ଆଇ ରାଜରାସ୍ତା ଉପରେ ଛିଟିକି ପଡିଥିଲେ ଓ ତାଙ୍କର ମୁଣ୍ଡ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା । ଦୂର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ଜନସାଧାରଣ ଏବଂ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ଏଏସ୍‌ଆଇ ଶ୍ରୀ କୁଜୁରୁଙ୍କୁ ତୁରନ୍ତ ଝୁମ୍ପୁରା ଡାକ୍ତରଖାନାକୁ ଚିକିସିା ପାଇଁ ଆଣିଥିଲେ । କି;ୁ ଝୁମ୍ପୁରା ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୂର୍ଘଟଣା ଘଟାଇଥିବା ବୋଲେରୋ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବାବେଳେ ବୋଲେରୋ ମାଲିକକୁ ଝୁମ୍ପୁରା ପୁଲିସ ଅଟକ ରଖିବା ସହିତ ଦୂର୍ଘଟଣା ଘଟାଇଥିବା ଓଡି୦୯-ଏ-୩୬୧୦ ନମ୍ବର ବିଶିଷ୍ଟ ବୋଲେରୋକୁ ପୁଲିସ ଜବତ କରିଛି । ଏଥିସହ ଏଏସ୍‌ଆଇ ଶ୍ରୀ କୁଜୁରୁ ବ୍ୟବହାର କରୁଥିବା ଓଡି୦୯-ଏଲ୍‌-୨୪୪୨ ନମ୍ବର ବିଶିଷ୍ଟ ହୋଣ୍ଡା ସାଇନ ଗାଡିକୁ ମଧ୍ୟ ପୁଲିସ ଜବତ କରିଛି । ଦୂର୍ଘଟଣାରେ ମୃତୁ୍ୟବରଣ କରିଥିବା ଏଏସ୍‌ଆଇ ମରିଶ କୁଜୁରୁଙ୍କ ଘର ସୁନ୍ଦରଗଡ ଜିଲା ତଳସରା ଥାନା ଅନ୍ତର୍ଗତ ରଙ୍ଗିଆଡିପା ଗ୍ରାମରେ ବୋଲି ଜଣାପଡିଛି । ଝୁମ୍ପୁରା ପୋଲିସ ଏସଂପର୍କରେ ଏକ ମାମଲା ରୁଜୁ କରି ମୃତ ପୋଲିସ ଅଧିକାରୀଙ୍କ ଶବ ବ୍ୟବଛେଦ କରାଇଥିବାବେଳେ ଏଏସ୍‌ଆଇଙ୍କ ମୃତୁ୍ୟରେ ଝୁମ୍ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

ଚାଳକଙ୍କୁ ଗଛରେ ବାନ୍ଧି ଭ୍ୟାନ୍‌ ଲୁଟିନେଲେ

Read More...

ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page