ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ

June 03, 2019, ଦେଶ, , Anupambharat News Bureau


ରଙ୍ଗମିସ୍ତ୍ରୀ ସାଜିଲେ ମମତା ବାନାର୍ଜୀ
Anupambharat News Bureau
June 03, 2019

କୋଲକାତା: ନିର୍ବାଚନ ସରିଛି, ହେଲେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିନାହିଁ । ଉଭୟ ଦଳ ଜଣେ ଅନ୍ୟ ଜଣଙ୍କ କାର୍ଯ୍ୟାଳୟ କବଜା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟ ଦଳର ସମର୍ଥକ ଓ ନେତାଙ୍କ ଦ୍ୱାରା ହେଉଥିଲା । ଏବେ ଖୋଦ୍‌ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାସ୍ତାକୁ ଓହ୍ଲାଇ ବିଜେପି ଅଫିସ କାନ୍ଥରେ ନିଜ ଦଳର ନାମ ଲେଖିଛନ୍ତି । ପଶ୍ଚିମବଙ୍ଗର ନର୍ଥ ୨୪ରେ ଥିବା ପରଗନ ଜିଲ୍ଲାରେ ନୌହାଟୀରେ ଥିବା ବିଜେପି ଅଫିସକୁ ନିଜ କବଜାକୁ ନେଇଛନ୍ତି ମମତା ବାନାର୍ଜୀ । ଟିଏମସି ସୁପ୍ରିମୋ ଏହି ଅଫିସକୁ ନିଜ କବଜାକୁ ନେବା ପରେ ନିଜେ ରଙ୍ଗ ଦେଇ କାନ୍ଥରେ ଲେଖାଥିବା ବିଜେପି ଚିହ୍ନକୁ ଲିଭାଇ ତୃଣମୂଳ କଂଗ୍ରେସ ନାମ ଲେଖିଛନ୍ତି । ଏହି ଅଫିସ ନବ ନିର୍ବାଚିତ ବାରାକପୁର ସାଂସଦ ଅର୍ଜୁନ ସିଂହଙ୍କର ଅଟେଛ ଅର୍ଜୁନ ସିଂହ ଟିଏମସି ନେତା ଦୀନେଶ ତ୍ରିବେଦୀଙ୍କୁ ଏହି ଆସନରୁ ହରାଇଛନ୍ତି । ଏହି ସ୍ଥାନ ଦେଇ ମମତାଙ୍କ କାରକେଡ ଯାଉଥିବା ବେଳେ ବିଜେପି କର୍ମୀ ଜୟ ଶ୍ରୀ ରାମ ନାରା ଦେଇଥିଲେ । ଏହାପରେ ମମତା ବାନାର୍ଜୀ କାରରୁ ଓହ୍ଲାଇ ବିଜେପି କର୍ମୀଙ୍କୁ ଗାଳି ଗୁଲଜ କରିଥିଲେ । ଏହାପରେ ବିଜେପି ଅଫିସକୁ ନଜ ଦଳୀୟ ଅଫିସ ଭାବେ କବଜା କରି ନେଇଛନ୍ତି ମମତା ବାନାର୍ଜୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

ଜେଡିୟୁ ଓ ବିଜେପି ମେଣ୍ଟରେ ଫାଟ

Read More...

ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

ଅଜିତ୍‌ ଡୋଭାଲଙ୍କୁ ମିଳିଲା କ୍ୟାବିନେଟ୍‌ ର୍ୟାଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page