ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%

June 03, 2019, ଓଡ଼ିଶା, , Anupambharat News Bureau


ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ସଫଳତା ହାର ୫୩.୧୧%
Anupambharat News Bureau
June 03, 2019

କେନ୍ଦୁଝର, ୩ା୬ (ଅନୁପମ ମିଡିଆ): ଚଳିତବର୍ଷ ୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ଦିନ ପ୍ରକାଶ ପାଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ୫୩.୧୧% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୦୧୯ ମସିହାର ୨ ବିଜ୍ଞାନ ପରୀକ୍ଷାରେ କେନ୍ଦୁଝର ଜିଲ୍ଲାର ୪୩ଟି ମହାବିଦ୍ୟାଳୟର ୩୦୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୨୭୮ ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ୪୮୦ ଜଣ ଛାତ୍ରଛାତ୍ରୀ ୨ୟ ଶ୍ରେଣୀ,୮୨୭ ଜଣ ତୃତୀୟ ଶ୍ରେଣୀ ଓ ୨୭ ଜଣ କମ୍ପାଟମେଣ୍ଟାଲରେ ପାସ କରିଥିବା ଜଣାପଡିଛି । ପ୍ରଥମ,ଦ୍ୱିତୀୟ,ତୃତୀୟ ଓ କମ୍ପାଟମେଣ୍ଟାଲ ମିଶାଇ କେନ୍ଦୁଝର ଜିଲ୍ଲାର ମୋଟ ୧୬୧୨ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଏଥିସହ ୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ କପି କରି ଧରା ପଡିଥିବା କାରଣରୁ ସେମାନଙ୍କ ପରୀକ୍ଷା ଫଳକୁ ସ୍ଥଗିତ ରଖାଯାଇଥିବା ୨ ଆଞ୍ଚଳିକ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଉପରୋକ୍ତ ୪୩ଟି ମହାବିଦ୍ୟାଳୟ ମଧ୍ୟରୁ କେନ୍ଦୁଝର ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ୨୨୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୫୭ଜଣ ପାସ୍‌ କରିଛନ୍ତି । ଏମାନଙ୍କ ମଧ୍ୟରୁ ୫୬ଜଣ ପ୍ରଥମ ଶ୍ରେଣୀ,୬୨ଜଣ ଦ୍ୱିତୀୟ ଶ୍ରେଣୀ,୩୯ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବାବେଳେ ୬୩ଜଣ ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବା ଜଣାପଡିଛି । ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ରେଗୁଲାର୍‌ ପାସ ହାର ୭୧.୩୬% ରହିଛି । ସେହିପରି ୩୬ଜଣ ଛାତ୍ରଛାତ୍ରୀ ଏକ୍ସରେଗୁଲାର ପରୀକ୍ଷା ଦେଇଥିବାବେଳେ ୨୦ଜଣ ପାସ୍‌ କରିଛନ୍ତି । ଏକ୍ସରେଗୁଲାର ପାସ୍‌ ହାର ୫୫.୫% ରହିଛି । ଅପରପକ୍ଷରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ରେଗୁଲାଲରେ ୧୦୩ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୫୫ଜଣ ପାସ୍‌ କରିଛନ୍ତି । ପ୍ରଥମ ଶ୍ରେଣୀରେ ୫ଜଣ,ଦ୍ୱିତୀୟ ଶ୍ରେଣୀରେ ୧୧ ଓ ତୃତୀୟ ଶ୍ରେଣୀରେ ୩୯ଜଣ ଛାତ୍ରୀ ପାସ୍‌ କରିଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

ବାଲି ମାଫିଆଙ୍କ ଦାଦାଗିରୀ ତହସିଲଦାରଙ୍କୁ ମାଡ,ହତ୍ୟା ଧମକ

Read More...

ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

ଯୁବକକୁ ଟାଣିନେଲା କୁମ୍ଭୀର, ମୃତ ଦେହ ଉଦ୍ଧାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page