ଛାତ୍ରୀଙ୍କୁ ଅପହରଣ!

June 03, 2019, ଓଡ଼ିଶା, , Anupambharat News Bureau


ଛାତ୍ରୀଙ୍କୁ ଅପହରଣ!
Anupambharat News Bureau
June 03, 2019

ଅନୁଗୋଳ ,୩ା୬(ଅନୁପମ ମିଡିଆ): ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ବେନ୍ତପୁର ଅଞ୍ଚଳର ଜଣେ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି । ମେ ୨୧ ତାରିଖରେ ଘଟଣା ସଂକ୍ରାନ୍ତରେ ଛାତ୍ରୀଙ୍କ ପିତା ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି । ଅପହରଣକାରୀ ଯୁବକ ଜଣକ ପୂର୍ବଦିନ ମଧ୍ୟରାତ୍ରିରେ ଘରକୁ ଆସି ଜୋରଜବରଦସ୍ତ ଛାତ୍ରୀଜଣଙ୍କୁ ଉଠାଇ ନେଇଥିଲା । ପରିବାର ଲୋକେ ପ୍ରତିବାଦ କରିବାରୁ ସେ ହତ୍ୟା ଧମକ ଦେଇଥିଲା । ହତ୍ୟା ଧମକ ମିଳିବାରୁ ଛାତ୍ରୀଙ୍କ ପରିବାର ଆତଙ୍କିତ ହୋଇ ପଡ଼ିଥିଲେ । ଚଳିତ ବର୍ଷ ଛାତ୍ରୀଜଣଙ୍କକ ମାଟ୍ରିକ ପରୀକ୍ଷା ଦେଇଥିଲେ । ମାତ୍ର ମାଟ୍ରିକ ପରୀକ୍ଷା ଫଳ ବାହାରିବା ପୂର୍ବରୁ ଏହି ଅସ୍ୱାଭାବିକ ଘଟଣା ଘଟିଥିଲା । ଇତିମଧ୍ୟରେ ଅନେକ ଦିନ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ପୁଲିସ ନୀରବ ରହିଛି । ସଂପୃକ୍ତ ଯୁବକ ଜଣକ ପୂର୍ବରୁ ରାଣୀଗୋଡ଼ା ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରିଥିଲା । କେବଳ ସେତିକି ନୁହେଁ, ଯୁବତୀଜଣଙ୍କୁ ଶରୀରରେ ନିଆଁ ଲଗାଇ ପୋଡ଼ି ଦେଇଥିବା ନେଇ ଛାତ୍ରୀଙ୍କ ପିତା ଅଭିଯୋଗ କରିଛନ୍ତି । ଏଣୁ ତାଙ୍କ ଝିଅଙ୍କ ସହିତ ବି ଏଭଳି କରିବାକୁ ଅଭିଯୁକ୍ତ ପଛେଇବ ନାହିଁ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ନ୍ୟାୟ ପାଇଁ ସେ ପୋଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

ବିଦୁ୍ୟତ ଆଘାତରେ ଶ୍ରମିକ ମୃତ

Read More...

ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ,  ଅନୁଭବଙ୍କୁ ଉପମୁଖ୍ୟ ସଚେତକ

ବିଜେଡ଼ି ସାଂସଦଙ୍କୁ ଦାୟିତ୍ୱ ବଣ୍ଟନ, ପିନାକୀ ମିଶ୍ର ସଂସଦୀୟ ଦଳ ନେତା,ଅଚୁ୍ୟତଙ୍କୁ ମୁଖ୍ୟ ସଚେତକ, ଅନୁଭବଙ୍କୁ ଉପମୁଖ୍ୟ ସଚେତକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page