ବଜ୍ରାଘାତ ନେଲା ଚାରି ଜୀବନ, ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ

June 02, 2019, ଓଡ଼ିଶା, , Anupambharat News Bureau


ବଜ୍ରାଘାତ ନେଲା ଚାରି ଜୀବନ,  ମୃତକଙ୍କ ମଧ୍ୟରେ ତିନି ମହିଳା, ପାଞ୍ଚ ଆହତ
Anupambharat News Bureau
June 02, 2019

ଭୁବନେଶ୍ୱର/ଚିକିଟି/ବୁଗୁଡ଼ା/କୁକୁଡ଼ାଖଣ୍ଡି,୨ା୬(ଅନୁପମମିଡ଼ିଆ): ରବିବାର ସନ୍ଧ୍ୟାରେ ବର୍ଷା ସହ ବଜ୍ରପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାରି ଜଣଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଯାଆଙ୍କ ସମେତ ତିନି ମହିଳାଙ୍କ ଜୀବନ ଯାଇଛି । କୋରାପୁଟ ଜିଲ୍ଲାର ନାରାୟଣପାଟଣା,ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଏବଂ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନାରାୟଣପାଟଣାର ଲଙ୍ଗଲବେଡ଼ାରେ ଆଜି ଅପରାହ୍ନରେ ବଜ୍ରାଘାତ ଘଟିଥିଲା । ଏହି ସମୟରେ ଘରକୁ ଫେରୁଥିବା ଦୁଇ ଯାଆ ମାରି ରାଧା ଓ ମାରି ସୁନେ ବଜ୍ରାଘାତର ଶିକାର ହୋଇଥିଲେ । ସେମାନଙ୍କ ସହ ଥିବା ୩ ମାସର ଶିଶୁ ସମେତ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଶିଶୁଟିର ଅବସ୍ଥା ଗୁରୁତର ଥିବା ବେଳେ ନାରାୟଣପାଟଣା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଅଞ୍ଚଳର ସାଲେଇବେଡ଼ି ଗାଁରେ ଜାଳେଣୀ କାଠ ପାଇଁ ଯାଇଥିବା ପାର୍ବତୀ ଗାଗରାଇ ବଜ୍ରାଘାତରେ ଜୀବନ ହାରିଛନ୍ତି । ଅନୁରୂପ ଭାବେ ଚିକିଟ ଅଞ୍ଚଳର ଭୋଳାସିଙ୍ଗିରେ ଆଜି ଅପରାହ୍ନରେ ବଜ୍ରାପାତରେ ସୁରେନ୍ଦ୍ର ସାହୁ (୪୨)ଙ୍କ ମୃତୁ୍ୟ ଘଟିିଛ । ସୁରେନ୍ଦ୍ର ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ଜମିକୁ କାମ କରିବାକୁ ଯାଇଥିଲେ । ସାଢ଼େ ୫ଟାରେ ଘରକୁ ଫେରୁଥିବା ବେଳେ ବଜ୍ରପାତ ହେବାରୁ ସେ ରାସ୍ତାରେ ଅଚେତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଚିକିଟି ଫାଣ୍ଡି ଅଧିକାରୀ ବିଜୟ କୁମାର ପ୍ରଧାନ ମୃତଦେହ ଜବତ କରିବା ସହ ଆସନ୍ତାକାଲି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି । ସେହିଭଳି ବୁଗୁଡ଼ା ବ୍ଲକର ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ବେଲପୁର ଗ୍ରାମର ସନ୍ୟାସୀ ବିଷୋୟୀ(୩୫) ଘରେ ବସି ଟିଭି ଦେଖୁଥିବା ବେଳେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଟିଭି ପୋଡ଼ି ଯିବା ସହ ସନ୍ୟାସୀ ଆହତ ହୋଇ ଅଚେତ୍‌ ହୋଇ ଯାଇଥିଲେ । ତାଙ୍କୁ ପରିବାର ଲୋକେ ବୁଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା ପରେ ତାଙ୍କର ଅବସ୍ଥାରେ ସୁଧାର ଆସିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । କୁକୁଡ଼ାଖଣ୍ଡି ତହସିଲ ଅନ୍ତର୍ଗତ ହୁଗୁଳାପଟ୍ଟାର ସୁମନ ବେହେରା (୧୬) ବଜ୍ରପାତରେ ଅଚେତ୍‌ ହୋଇ ପଡିଥିଲେ । କିଛି ଲୋକ ଏନେଇ ତାଙ୍କ ପରିବାରକୁ ଖବର ଦେବା ସହ ସୁମନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରିଥିଲେ । ସୁମନ ଗାଁରେ ଥିବା ପଡ଼ିଆକୁ କ୍ରିକେଟ ଖେଳିବାକୁ ଯାଉଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

ଭଞ୍ଜନଗରରେ କାଳବୈଶାଖୀର ତାଣ୍ଡବ, ଚାରି ଆହତ, ବହୁ ଟିଣ ଛପର ଉଡ଼ିଲା

Read More...

ବିଜେପୁର ଛାଡ଼ିଲେ ନବୀନ

ବିଜେପୁର ଛାଡ଼ିଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page