ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ

June 02, 2019, ଦେଶ, , Anupambharat News Bureau


ଫେକ୍‌ ଡିଗ୍ରୀ ମାମଲରେ ଫସିଲେ ମାନବ ସମ୍ବଳ ମନ୍ତ୍ରୀ
Anupambharat News Bureau
June 02, 2019

ନୂଆଦିଲ୍ଲୀ: ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଫେକ୍‌ ଡିଗ୍ରୀ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ବଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ନେଇ ବିରୋଧୀ ଫେକ୍‌ ଡିଗ୍ରୀ ପ୍ରସଙ୍ଗ ଉଠାଇଥିଲେ । ଏବେ ମୋଦି-୨ ସରକାରରେ ମାନବ ସମ୍ବଳ ମନ୍ତ୍ରୀ ହୋଇଥିବା ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଫେକ୍‌ ଡିଗ୍ରୀ ମାମଲାରେ ଫସିଛନ୍ତି । ତାଙ୍କ ନାଁ ଆଗରେ ଲାଗିଥିବା ଡକଫରେଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ରମେଶ ପୋଖରିୟାଲ ଶ୍ରୀଲଙ୍କାରେ ଥିବା ଏକ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରୁ ଗୋଟିଏ ନୁହେଁ ଦୁଇଟି ଡକଫରେଟ୍‌ ଉପାଧି ପାଇଥିବା ଦାବି କରିଛନ୍ତି । କି;ୁ ରମେଶ ଯେଉଁ ବିଶ୍ୱବିଦ୍ୟାଳୟ କଥା କହୁଛନ୍ତି, ସେଭଳି କୌଣସି ବିଶ୍ୱବିଦ୍ୟାଳୟ ଶ୍ରୀଲଙ୍କାରେ ପଞ୍ଜିକୃତ ହୋଇନାହିଁ । ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ୯୦ ଦଶକରେ କଲମ୍ବୋଠାରେ ଥିବା ଓପନ ଇଣ୍ଟରନ୍ୟାଶନାଲ ବିଶ୍ୱ ବିଦ୍ୟାଳୟ (ଓଆଇୟୁ) ରମେଶଙ୍କୁ ଡକଫରେଟ୍‌ ଉପାଧି ଦେଇଥିଲା । ସେହିପରି ଏହାର କିଛି ବର୍ଷ ପରେ ରମେଶ ଓଆଇୟୁରୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଉ ଗୋଟିଏ ଡକଫରେଟ୍‌ ଉପାଧି ପାଇଥିବା ଦାବି କରିଛନ୍ତି । ଏବେ ମୋଦି-୨ ସରକାରରେ ମାନବ ସମ୍ବଳ ମନ୍ତ୍ରୀ ହୋଇଥିବା ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଫେକ୍‌ ଡିଗ୍ରୀ ମାମଲାରେ ଫସିଛନ୍ତି । ତାଙ୍କ ନାଁ ଆଗରେ ଲାଗିଥିବା ଡକଫରେଟ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ରମେଶ ପୋଖରିୟାଲ ଶ୍ରୀଲଙ୍କାରେ ଥିବା ଏକ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟରୁ ଗୋଟିଏ ନୁହେଁ ଦୁଇଟି ଡକଫରେଟ୍‌ ଉପାଧି ପାଇଥିବା ଦାବି କରିଛନ୍ତି । କି;ୁ ରମେଶ ଯେଉଁ ବିଶ୍ୱବିଦ୍ୟାଳୟ କଥା କହୁଛନ୍ତି, ସେଭଳି କୌଣସି ବିଶ୍ୱବିଦ୍ୟାଳୟ ଶ୍ରୀଲଙ୍କାରେ ପଞ୍ଜିକୃତ ହୋଇନାହିଁ ।ତେବେ ଶ୍ରୀଲଙ୍କାରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନୁମତି ଦେଉଥିବା କମିଶନ ଓଆଇୟୁ ନାଁରେ କୌଣସି ଅନ୍ତର୍ଜାତୀୟ କିମ୍ବା ଘରୋଇ ବିଶ୍ୱବିଦ୍ୟାଳୟ ନଥିବା କଥା କହିଛି । ଅନ୍ୟପକ୍ଷରେ ରମେଶ ପୋଖରିୟାଲ ନିଶଙ୍କ ନିଜ ଜନ୍ମ ତାରିଖ ମଧ୍ୟ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ତାଙ୍କ ସିଭିରେ ଜନ୍ମ ତାରିଖ ୧୯୫୯ ଅଗଷ୍ଟ ୧୫ ରହିଥିବା ବେଳେ ତାଙ୍କ ପାସପୋର୍ଟରେ ଜନ୍ମ ତାରିଖ ୧୯୫୯ ଜୁଲାଇ ୧୫ ରହିଛି । ଅର୍ଥାତ ଦୁଇଟି ଜନ୍ମ ତାରିଖ ମଧ୍ୟରେ ୩୦ ଦିନ ଏପଟ ସେପଟ ରହିଛି । ଆରଟିଆଇରୁ ଏଭଳି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ତେବେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରେ ଫେକ୍‌ ଡିଗ୍ରୀ ବିବାଦ ଥମିବାର ନାଁ ଧରୁନି । ପୂର୍ବରୁ ସ୍ମୃତି ଇରାନୀ ମାନବ ସମ୍ବଳ ମନ୍ତ୍ରୀ ଥିବା ବେଳେ ତାଙ୍କୁ ନେଇ ବିରୋଧୀ ଫେକ୍‌ ଡିଗ୍ରୀ ପ୍ରସଙ୍ଗ ଉଠାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପୁର ଛାଡ଼ିଲେ ନବୀନ

ବିଜେପୁର ଛାଡ଼ିଲେ ନବୀନ

Read More...

ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

ଭାରତରେ ବଢ଼ୁଛି ଜାଲ୍‌ ନୋଟ୍‌ କାରବାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page