ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ

May 10, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ଜେଇଙ୍କୁ ଅପହରଣ ପରେ ହତ୍ୟା ଧମକ
Anupambharat News Bureau
May 10, 2019

ଖଲ୍ଲିକୋଟ,୧୦ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଆର୍‌ଡ଼ବ୍ଲୁ୍ୟ ଏସ୍‌ଏସ୍‌ ଜେଇଙ୍କୁ ଅପହରଣ ସହ ହତ୍ୟା ଧମକ ଦେବା ଏବଂ ତାଙ୍କ ଠାରୁ ସରକାରୀ ମୋବାଇଲ୍‌ ଓ ନଗଦ ୧୧ହଜାର ୫୦୦ଟଙ୍କା ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି ।
ମିଳିଥିବା ଖବରରୁ ଜଣାପଡିଛି ଯେ, ଖଲ୍ଲିକୋଟ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠଯନ୍ତ୍ରୀ ଏସ୍‌. ଭୀମାରାଓ ଗତ ମଇ ପହିଳାରେ ତୁଳସୀପୁର ଗ୍ରାମରେ ଜଳଯୋଗାଣ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅପହରଣ କରି ନେଇ ବିକ୍ରମପୁର ପଞ୍ଚାୟତ ଅଫିସରେ ରଖିଥିଲେ । ପରେ ବିକ୍ରମପୁର ଗ୍ରାମର ଜଣେ ଆଇନଜୀବୀ ମିଲୁ ଆଚାର୍ଯ୍ୟ ଓ ସୁରଜିତ୍‌ ମହାନ୍ତି ସେଠାରେ ପହଞ୍ଚି ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାର ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ଏହାଛଡ଼ା ତାଙ୍କ ଠାରୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସାମସଙ୍ଗ୍‌ ମୋବାଇଲ୍‌, କିଛି ଡ଼କୁ୍ୟମେଣ୍ଟ, ଡ଼ାଇରୀ, ମୂଲ୍ୟବାନ ସରକାରୀ କାଗଜପତ୍ର ଓ ତାଙ୍କ ପକେଟ୍‌ରେ ଥିବା ୧୧ହଜାର ୫୦୦ଟଙ୍କା ଛଡ଼ାଇ ନେଇଥିବା ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି କନିଷ୍ଠଯନ୍ତ୍ରୀ ଏସ୍‌. ଭୀମା ରାଓ । କନିଷ୍ଠଯନ୍ତ୍ରୀ ଏସ୍‌. ଭୀମା ରାଓଙ୍କ ଅଭିଯୋଗକୁ ଭିତ୍ତି କରି ଖଲ୍ଲିକୋଟ ଥାନା କେସ ନଂ ୧୧୦/୧୯ରେ ଏକ ମକଦ୍ଦମା ରୁଜୁ କରି କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ, ହତ୍ୟା ଧମକ ଓ ଅପହରଣ ଭଳି ଦଫା ୩୪୧, ୩୪୨, ୩୬୮, ୨୫୩, ୩୨୩, ୨୯୪, ୫୦୬, ୩୭୯, ୩୪ ଆଇପିସି ଲାଗିଛି । ତେବେ ଏ ସମ୍ପର୍କରେ ପୋଲିସ ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

ଦିନ ଦ୍ୱପ୍ରହରରେ ଟଙ୍କା ଲୁଟ୍‌

Read More...

ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ମନୋଜକୁ ଏନ୍‌କାଉଣ୍ଟର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page