କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

June 02, 2019, ଦେଶ, , Anupambharat News Bureau


କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ
Anupambharat News Bureau
June 02, 2019

ନୂଆଦିଲ୍ଲୀ: ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବ ସେ ନେଇ ଚାଲିଛି ଆଲୋଚନା ।ଏବେ ଏହି ପଦରେ ଅଛନ୍ତି ଅମିତ ଶାହ । ଏଥର ତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଗୃହ ମନ୍ତ୍ରୀ ପଦ ମିଳିଛି । ତେଣୁ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବେ । ତାଙ୍କ ପରେ କିଏ ଏହି ପଦ ସମ୍ଭାଳିବ ସେ ନେଇ ଦଳୀୟ ମହାସଚିବଙ୍କ ସହ ଆଲୋଚନା କରିଛନ୍ତି ଶାହ । ଖୁବ ଶୀଘ୍ର ବିଭିନ୍ନ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ହେବ । ତାପରେ ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ । ତେବେ ଏହି ପଦରେ କିଏ ଆସୀନ ହେବ, ସେ ନେଇ ଚାଲିଛି ଅନେକ କଳ୍ପନା ଜଳ୍ପନା । ସୂଚନା ଅନୁସାରେ, ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନzା । ନzା ୧୯୯୩ରେ ପ୍ରଥମେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୮ ଓ ୨୦୦୭ରେ ମଧ୍ୟ ସେ ବିଧାନସଭାକୁ ନିର୍ବାଚିତ ହୋଇ କ୍ୟାବିନେଟ୍‌ ମନ୍ତ୍ରୀ ଦାୟିତ୍ୱରେ ଥିଲେ । ୨୦୧୨ରେ ସେ ନିର୍ବାଚନ ଲଢି ନଥିଲେ । ତେବେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ୨୦୧୪ରେ ସେ ପ୍ରଥମ ଥର ପାଇଁ ଲୋକସଭାକୁ ନର୍ବାଚିତ ହେବାସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ଅନ୍ୟ ବରିଷ୍ଠ ନେତାଙ୍କ ନାଁ ମଧ୍ୟ ଉଠୁଛି । ଅମିତ ଶାହାଙ୍କ ଘନିଷ୍ଠ କୁହାଯାଉଥିବା ଭୂପେନ୍ଦ୍ର ଯାଦବଙ୍କ ନାଁ ଚର୍ଚ୍ଚାରେ ରହିଛି । ସେ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ପଦପଦବୀରେ ରହି ଆସିଛନ୍ତି । ଭୂପେନ୍ଦ୍ର ଯାଦବ ବର୍ତ୍ତମାନ ସେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିବା ସହ ରାଷ୍ଟ୍ରୀୟ ମହାସଚିବ ଦାୟିତ୍ୱରେ ଅଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭିସା ଆବେଦନ ନିୟମରେ ପରିବର୍ତ୍ତନ

ଭିସା ଆବେଦନ ନିୟମରେ ପରିବର୍ତ୍ତନ

Read More...

ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

ଜାତୀୟ ସନ୍ତରଣକାରୀଙ୍କ ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page