ପାଣିରେ ବୁଡି ଶିଶୁକନ୍ୟା ମୃତ

June 02, 2019, ଓଡ଼ିଶା, , Anupambharat News Bureau


ପାଣିରେ ବୁଡି ଶିଶୁକନ୍ୟା ମୃତ
Anupambharat News Bureau
June 02, 2019

କେନ୍ଦୁଝର, ୨ା୬: କେନ୍ଦୁଝର ସଦର ଥାନା ପଦ୍ମପୁର ମେଗା ନର୍ସରୀ ନିକଟରେ ଥିବା ପୋଖରୀରେ ରବିବାର ଅପରାହ୍ନରେ ବୁଡିଯାଇ ଜଣେ ୭ବର୍ଷର ଶିଶୁକନ୍ୟା ମୃତୁ୍ୟବରଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଜାମସେଦପୁର ଟାଟା ବର୍ମା ମାଇନ୍ସ ଅଞ୍ଚଳରୁ ଆସି ପଦ୍ମପୁର ବଜାରରେ ଥିବା ଆର୍‌ଏମ୍‌ସି ପିଣ୍ଡି ଉପରେ କେତେକ ଯାଯାବର ଶ୍ରେଣୀର ଲୋକ ରହୁଥିଲେ । ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ କିଛି ଲୋକ ମେଗା ନର୍ସରୀ ନିକଟ ପୋଖରୀରେ ଗାଧୋଉଥିବାବେଳେ ଯାଯାବର ବାଦଲ ଦାସଙ୍କ ୭ବର୍ଷର ଝିଅ ପୁଟି ଦାସ ନାମକ ଜଣେ ଶିଶୁକନ୍ୟା ପାଣିରେ ବୁଡି ଯାଇଥିଲା ।
ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ମୁଖ୍ୟ ଚିକିସିାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ । ଖବରପାଇ କେନ୍ଦୁଝର ସଦର ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଶିଶୁକନ୍ୟାଟିର ଶବ ବ୍ୟବଛେଦ କରାଇ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

କଟକରେ ଖୋଲିବ ଆଉ ୨ଟି ଆହାର କେନ୍ଦ୍ର

Read More...

ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

ବିଦୁ୍ୟତ ତାର ସଂସ୍ପର୍ଶରେ ଆସି ଦମ୍ପତି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page