ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ

May 31, 2019, ଦେଶ, , Anupambharat News Bureau


  ଶାହାଙ୍କୁ ସ୍ୱରାଷ୍ଟ୍ର, ନିର୍ମଳାଙ୍କୁ ଅର୍ଥ
Anupambharat News Bureau
May 31, 2019

ନୂଆଦିଲ୍ଲୀ, ୩୧ା୫: ଭାରତୀୟ ସମ୍ବିଧାନର ରୀତି ନୀତି ଅନୁଯାୟୀ ଗଣତନ୍ତ୍ରର ସପ୍ତଦଶ ସାଧାରଣ ଲୋକସଭା ନିର୍ବାଚନ ପରବର୍ତ୍ତି ଭାରତୀୟ ଜନତାପାର୍ଟି (ବିଜେପି) ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ମଧ୍ୟ ଏନ୍‌ଡିଏର ତତ୍ତ୍ୱାବଧାନରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ଆରମ୍ଭ ହୋଇଛି । ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଉକ୍ତ ଆସନରେ ବସିବା ପାଇଁ ଗୌରବ ଅର୍ଜନ କରିଛନ୍ତି । ବିଧିବଦ୍ଧ ଆକାରେ ଗୁରୁବାର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାହାଙ୍କ ସହିତ କେନ୍ଦ୍ରମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ସମୁଦାୟ ୫୮ଜଣ ନୂତନ ସାଂସଦ ମନ୍ତ୍ରିଭାବେ ଶପଥ ଗ୍ରହଣ କରିବାର ସୁଯୋଗ ପାଇଁ ଗୌରବ ଲାଭ କରିଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଆବଣ୍ଟନ ସମ୍ପର୍କରେ ଘୋଷଣା କରାଯାଇଛି । ଚଳିତ ନିର୍ବାଚନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିଜର ଅପୂର୍ବ ଅବଧାନ ପ୍ରଦର୍ଶନ କରିଥିବା ଅମିତ୍‌ ଶାହାଙ୍କୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାବରେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଚଳିତ ଦ୍ୱିତୀୟ ପାଳିରେ ମୋଦି ସରକାର ପ୍ରଥମଥର ପାଇଁ ଜଣେ ମହିଳାଙ୍କୁ ଅର୍ଥମନ୍ତ୍ରୀ ଭାବେ ମନ୍ତ୍ରଣାଳୟ ଆବଣ୍ଟନ କରିଛନ୍ତି । ଗତ ଶାସନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କୁ ଏହି ଦ୍ୱିତୀୟ ପାଳିରେ ଅର୍ଥମନ୍ତ୍ରଣାଳୟ ବିଭାଗ ଦିଆଯାଇଛି ।
ଗତ ଶାସନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଥିବା ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ବେଳେ ଜଣେ ପୂର୍ବତନ ବୈଦେଶିକ ସଚିବ ଥିବା ଏସ୍‌ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆବଣ୍ଟନ କରାଯାଇଛି । ଏହି ନୂତନ ମନ୍ତ୍ରିମଣ୍ଡଳ ସମ୍ପର୍କରେ ଶୁକ୍ରବାର ଘୋଷଣା କରିବା ତତ୍‌କ୍ଷଣାତ୍‌ ସମସ୍ତ ବିଜୟୀ ନେତା ସଦସ୍ୟ ସାଂସଦଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ସୂଚନା ଯେ ବହୁ ପୁରୁଣା ମୁହଁ ପୁଣି ଥରେ ଦେଖିବାକୁ ମିଳିଛି । କେତେକ ପୁରୁଣା ଦାୟିତ୍ୱରେ ଥିବା ବେଳେ ଅନ୍ୟ କେତେକଙ୍କୁ ମନ୍ତ୍ରଣାଳୟ ପରିବର୍ତ୍ତନ କରାଯାଇଛି । ଠିକ୍‌ ସେହିଭଳି ସ୍ମୃତି ଇରାନୀଙ୍କୁ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ଆବଣ୍ଟନ ସହିତ ବସ୍ତ୍ର ବୟନ ଶିଳ୍ପ ମନ୍ତ୍ରଣାଳୟ ପୂର୍ବରୁ ସେ ବହନ କରିଥିଲେ । ପୂର୍ବ ଭଳି ରବି ଶଙ୍କର ପ୍ରସାଦଙ୍କୁ ଆଇନ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ୍‌ ଓ ପିୟୁଷ ଗୋଏଲଙ୍କୁ ରେଳବାଇ ବିଭାଗର ଦାୟିତ୍ୱ ହସ୍ତାନ୍ତର କରାଯାଇଛିା





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

ଏଣିକି ସବୁ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା, ସହିଦଙ୍କ ପିଲାଙ୍କ ପାଇଁ ବୃତ୍ତି ବୃଦ୍ଧି

Read More...

ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page