କେମିତି ଥିଲା ଶାହଙ୍କ ସଫଳ ଯାତ୍ରା, ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ

May 31, 2019, ଦେଶ, , Anupambharat News Bureau


 କେମିତି ଥିଲା ଶାହଙ୍କ ସଫଳ ଯାତ୍ରା,  ଶେୟାର ବ୍ରୋକରରୁ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ
Anupambharat News Bureau
May 31, 2019

ନୂଆଦିଲ୍ଲୀ: ବିଜେପିର ଚାଣକ୍ୟ ଭାବେ ପରିଚିତ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇଛନ୍ତି । ମୋଦି-୨ ସରକାରରେ ତାଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି । ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳଠାରୁ ଅମିତ ଶାହ ତାଙ୍କ ସହ କାମ କରି ଆସୁଛନ୍ତି । ମୋଦି-ଶାହ ଯୋଡ଼ିଙ୍କ ସମସ୍ତ ରଣନୀତି ଏଯାଏ ସଫଳ ହୋଇ ଆସିଛି । ସେଥିପାଇଁ ଉଭୟଙ୍କୁ ‘ଜୟ-ବୀରୁ ଯୋଡ଼ି’ ବୋଲି ମଧ୍ୟ କୁହାଯାଏ । ତେବେ ଏକ ଛୋଟ ଶେୟାର ବ୍ରୋକରରୁ ଭାରତୀୟ ରାଜନୀତିର ଶେହନଶାହା ହେବା ଅମିତ ଶାହଙ୍କ ପକ୍ଷରେ ଆଦୌ ସହଜ ନଥିଲା । ତାଙ୍କ ଜୀବନର କାହାଣୀ କୌଣସି ଚମତ୍କାର ଠାରୁ କମ୍‌ ନୁହେଁ ।
ଅଟଳ-ଆଡଭାନୀଙ୍କ ଯୋଡ଼ି ପରେ ଏବେ ମୋଦି-ଶାହ ଯୋଡ଼ି ଭାରତୀୟ ରାଜନୀତିରେ କମାଲ ଦେଖାଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିବା ପରେ ଅମିତ ଶାହଙ୍କୁ ସମସ୍ତେ ବିଜେପିର ଚାଣକ୍ୟ ବୋଲି କହୁଛନ୍ତି । ରଣନୀତି ତିଆରି କରିବା ଓ ବିରୋଧୀଙ୍କୁ ମାତ ଦେବାରେ ଶାହ ସିଦ୍ଧହସ୍ତ । ୨୦୧୪ରେ ନିର୍ବାଚନ ଚାଲି ନଥିବା ଶାହ ୨୦୧୯ରେ ଆଡଭାନୀଙ୍କ ପୁରୁଣା ଆସନ ଗୁଜରାଟର ଗାନ୍ଧିନଗରରୁ ପ୍ରାର୍ଥୀ ହୋଇଥିଲେ । ଏଠାରୁ ସେ ୫ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
୨୦୧୦ରେ ସରାବୁଦ୍ଦିନ ଫେକ୍‌ ଏନ୍‌କାଉଣ୍ଟର ମାମଲାରେ ଶାହଙ୍କୁ ଜେଲ ଯିବାକୁ ପଡ଼ିଥିଲା ପରେ, ଗୁଜରାଟ୍‌ ବାହାରେ ରହିବା ସର୍ତ୍ତରେ ତାଙ୍କୁ ଜାମିନ ମିଳିଥିଲା ଏହି ଘଟଣାର ୪ ବର୍ଷ ପରେ ସେ ବିଜେପିର ଅଧ୍ୟକ୍ଷ ହୋଇଥିଲେ । ରାଷ୍ଟ୍ରୀୟ ରାଜନୀତିରେ ଶାହଙ୍କ ଆବିର୍ଭାବ କୌଣସି ଚମତ୍କାର ଠାରୁ କମ ନଥିଲା । ଜାମିନରେ ମୁକୁଳିବା ପରେ ସାବରମତୀ ଜେଲ୍‌ ନିକଟରେ ଶାହ କହିଥିଲେ, ମୁଁ ଏବେ ଯାଉଛି କି;ୁ ମୋତେ ଅଣ୍ଡର୍‌ ଏଷ୍ଟିମେଟ୍‌ କର;ୁ ନାହିଁ । ମୁଁ ପୁଣି ଫେରିବି ଏହା ସତ ପ୍ରମାଣିତ ହୋଇଛି । ପୂରା ସମ୍ମାନର ସହ ସେ ଭାରତୀୟ ରାଜନୀତିକୁ ଫେରିଛନ୍ତି ।
୧୯୮୯ରୁ ଆଜି ମଧ୍ୟରେ ଶାହ ପ୍ରାୟ ୨୯ଟି ନିର୍ବାଚନ ଲଢିଛନ୍ତି । ଏଥିରେ ଲୋକାଲ ବଡି ନିର୍ବାଚନ ମଧ୍ୟ ରହିଛି । ଏହି ସବୁ ନିର୍ବାଚନରେ ଶାହ କେବେ ବି ପରାସ୍ତ ହୋଇ ନାହାନ୍ତି । ସେ ଗୁଜରାଟରେ ୧୯୯୭, ୧୯୯୮, ୨୦୦୨ ଓ ୨୦୦୭ରେ ଲଗାତର ୪ଥର ବିଧାୟକ ହୋଇଥିଲେ । ଗୁଜରାଟରେ ଚାଲିଥିବା ମୋଦି ସରକାରରେ ସେ ମୋଦିଙ୍କର ସବୁଠାରୁ ବିଶ୍ୱାସଯୋଗ୍ୟ ସହଯୋଗୀ ରହିଥିଲେ । ଗୋଟିଏ ସମୟରେ ଶାହଙ୍କ ପାଖରେ ୧୨ଟି ବିଭାଗ ରହିଥିଲା ଏସବୁ ବିଭାଗ ଗୁଡ଼ିକ ମଧ୍ୟରେ ଗୃହ, ନ୍ୟାୟ, ଜେଲ୍‌, ସୀମା ସୁରକ୍ଷା, ସିଭିଲ୍‌ ଡିଫେନ୍ସ, ପରିବହନ, ଅବକାରୀ, ହୋମଗାର୍ଡ, ଗ୍ରାମ ସୁରକ୍ଷା ବଳ, ପୁଲିସ୍‌ ହାଉସିଂ ଆଦି ବିଭାଗ ରହିଥିଲା ‘ଚାଣକ୍ୟ’ ଅମିତ ଶାହ ହିଁ ମୋଦିଙ୍କ ସହ ମିଶି ବିଜେପିକୁ ଏକାଧିକ ଲୋକସଭା ଓ ବିଧାନସଭା ନିର୍ବାଚନରେ ଜିତାଇଛନ୍ତି । ଶାହଙ୍କ ନେତୃତ୍ୱରେ ବିଜେପି ୨୦୧୬ରେ ମହାରାଷ୍ଟ୍ର, ହରିଆଣା, ଜମ୍ମୁ-କଶ୍ମୀର, ଝାରଖଣ୍ଡ ଓ ଆସାମ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

ପେଟ୍ରୋଲ୍‌ ଢାଳି ଜାଳିଦେଲା ପ୍ରେମିକ

Read More...

ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

ମୋଦି ପାଖରେ ରଖିଲେ ଏହି ସବୁ ବିଭାଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page