ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା

May 31, 2019, ଓଡ଼ିଶା, , Anupambharat News Bureau


 ପ୍ରେମରେ ବିଫଳ ହେବା ପରେ ଛାତ୍ରୀଙ୍କ ଆତ୍ମହତ୍ୟା
Anupambharat News Bureau
May 31, 2019

କେନ୍ଦୁଝର, ୩୧ା୫ (ଅନୁପମ ମିଡିଆ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ବଣିଆପାଟଠାରେ ଥିବା ସ୍ୱାଧିନ ମେସରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ଛାତ୍ରୀ ଜଣକ ପ୍ରେମରେ ବିଫଳ ହେବାରୁ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସୂଚନା ପାଇଛି । ମିଳିଥିବା ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ପାତିଝରି ଗ୍ରାମର ଜିତମୋହନ ମହାନ୍ତଙ୍କ ଝିଅ ମନିଷା ମହାନ୍ତ(୨୧) କେନ୍ଦୁଝର ସହରର ବଣିଆପାଟଠାରେ ଥିବା ସ୍ୱାଧିନ ମେସରେ ରହି ପାଠ ପଢୁଥିଲେ । ସେ ଡିଡି କଲେଜ ଯୁକ୍ତ ୩ ଶେଷବର୍ଷ ପରୀକ୍ଷା ଦେଇଥିବାବେଳେ ଅନ୍ୟାନ୍ୟ କମ୍ପିଟେଟିଭ୍‌ ପରୀକ୍ଷା ପ୍ରସ୍ତୁତ ହେବା ପାଇଁ ମେସରେ ରହୁଥିଲେ । ତାଙ୍କର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଥିବା କୁହାଯାଉଛି । ସଂପୃକ୍ତ ଯୁବକଙ୍କର କିଛିଦିନ ତଳେ ଅନ୍ୟତ୍ର ବାହାଘର ହୋଇଯିବାରୁ ପ୍ରେମରେ ବିଫଳ ହୋଇ ଛାତ୍ରୀ ଜଣକ ଗୁରୁବାର ରାତିରେ ନିଜ ରୁମ୍‌ ଫ୍ୟାନ୍‌ରେ ଓଢଣୀ ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଟାଉନ ପୁଲିସ ଏସଂପର୍କରେ ଥାନା କେଶ ନଂ ୫୬ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ମୃତ ଛାତ୍ରୀଙ୍କ ଶବ ଜବତ କରିଥିବାବେଳେ ଉକ୍ତ ରୁମ୍‌ରୁ ଏକ ସୁଇସାଇଡାଲ୍‌ ନୋଟ୍‌ ମଧ୍ୟ ପୁଲିସ ଜବତ କରିଥିବା ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

ତମାଖୁ ବର୍ଜନ ଦିବସ ଅବସରରେ ସଚେତନତା

Read More...

ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page