ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ

May 31, 2019, ଦେଶ, , Anupambharat News Bureau


 ଓଡ଼ିଶାରୁ ଧର୍ମେନ୍ଦ୍ର ଓ ପ୍ରତାପ
Anupambharat News Bureau
May 31, 2019

ନୂଆଦିଲ୍ଲୀ,/ ଭୁବନେଶ୍ୱର, ୩୦ ।୫ (ଅନୁପମ ମିଡିଆ):କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡିଆ । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଧର୍ମେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଉଭୟେ ହିନ୍ଦୀ ଭାଷାରେ ଶପଥପାଠ କରିଥିଲେ । ପୂର୍ବରୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ନୂତନ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି । ଅପରପକ୍ଷରେ ପ୍ରଥମ ଥର ବାଲେଶ୍ୱର ଆସନରୁ ସାଂସଦ ହୋଇଥିବା ପ୍ରତାପ ଷଡଙ୍ଗୀ ପ୍ରଥମ ଥରରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ପ୍ରତାପ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବାରୁ ବାଲେଶ୍ୱରରେ ଖୁସିର ଲହରି ଦେଖିବାକୁ ମିଳିଛି । ମୋଦିଙ୍କ ପ୍ରଥମ ପାଳିରେ ଧର୍ମେନ୍ଦ୍ର ଏବଂ ଜୁଏଲ ଓରାମଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା । ଗତଥର ଓଡ଼ିଶାରୁ କେବଳ ଜୁଏଲ ଏକମାତ୍ର ସାଂସଦ ରୂପେ ବିଜୟୀ ହୋଇଥିଲେ । ତେବେ ଚଳିତ ଥର ବିଜେପିରୁ ଆଠ ଜଣ ସାଂସଦ ଓଡ଼ିଶାରୁ ବିଜୟୀ ହୋଇଛନ୍ତି । ତେବେ ବିଜୟୀ ସାଂସଦଙ୍କ ମଧ୍ୟରୁ ମାତ୍ର ଜଣେ ପ୍ରତାପଙ୍କୁ ହିଁ ମୋଦି ନିଜ କ୍ୟାବିନେଟ୍‌ରେ ସାମିଲ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

ବଢୁଛି ଏନ.ଏଚ.ରେ ଦୁର୍ଘଟଣା:୨ ବର୍ଷରେ ୧୦୧ ଜଣଙ୍କ ମୃତୁ୍ୟ, ୧୩ଟି ବ୍ଲାକ୍‌ ସ୍ପଟ ଚିହ୍ନଟ

Read More...

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ,  ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ , ୩୪ ହଜାର ପରିବାରକୁ ମିଳିବ ପM୍‌ା ଘର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page