ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ

May 31, 2019, ଓଡ଼ିଶା, , Anupambharat News Bureau


ମାନବିକତା ହରାଇଲେ ପିପିଲି ତହସିଲଦାର, ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଖଟିଲେ ମହିଳା କର୍ମଚାରୀ, ଦୁଇ ଅସୁସ୍ଥ
Anupambharat News Bureau
May 31, 2019

ପିପିଲି, ୩୦ା୫ (ଅନୁପମ ମିଡିଆ): ମାନବିକତା ହରାଇଲେ ସରକାରୀ ବାବୁ । ଦିନ ସାରା ଖଟାଇଲା ପରେ ମଧ୍ୟ ଶାନ୍ତି ହେଲାନି ମନ । ରଖିଲେନି ଅନୁରୋଧ । ନିଜ ପଦବିର ତାକତ ଦେଖାଇ ରାତି ସାରା କାମ କରିବାକୁ କହିଲେ । ରାତି ଅଧ ଯାଏଁ ରଖି ଅସୁସ୍ଥ କରାଇଦେଲେ କର୍ମଚାରୀ ମାନଙ୍କୁ । ଗୁରୁତର ହୋଇ ମେଡିକାଲ ଗଲା ପରେ ମଧ୍ୟ ଆଡ ଆଖିରେ ଚାହିଁଲେନି ସରକାରୀ ବାବୁ । ଏଭଳି ଘଟଣା ଦେଖିବାକୁ ମିଳିଛି ପିପିଲି ତହସିଲଦାର କାର୍ଯ୍ୟାଳୟରେ । ପିପିଲି ତହସିଲଦାରଙ୍କର ମନମାନି କାର୍ଯ୍ୟ ଯୋଗୁଁ ଓରକୋଳ ଗ୍ରାମପଂଚାୟତର ଜିଆରଏସ ଗୁରୁତର ଆହତ ହୋଇ ପିପିଲି ଡାକ୍ତରଖାନାରେ ଚିକିସିିତ ହେବା ସହିତ ରାତି ୩ଟାରେ ଡାକ୍ତରଖାନାରୁ ଘରକୁ ଯିବା ଘଟଣାରେ ପିପିଲି ବ୍ଲକ କର୍ମଚାରୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାରୁ ପ୍ରକାଶ ଗତକାଲି ମଙ୍ଗଳବାର ୨୮ ତାରିଖ ସକାଳ ୭ଟାରେ ବ୍ଲକ ଏବଂ ତହସିଲର କର୍ମଚାରୀ ମାନେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ବିପନ୍ନ ମାନଙ୍କର କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ଅଂଳକୁ ଯାଇଥିଲେ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ସହିତ ନଖାଇ ନପିଇ କ୍ଷୟକ୍ଷତି ଆକଳନ କରି ସଂନ୍ଧ୍ୟାରେ ବ୍ଲକ କାର୍ଯ୍ୟାଳୟରେ ଆସି ପହଂଚି ଥିଲେ । ପହଚିଂବା ପରେ ବ୍ଲକ ସଭାଗୃହ ପରିସରରେ ପୁରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ସଂନ୍ଧ୍ୟା ୭ଟାରେ ମିଟିଂ ହେବାର କାର୍ଯ୍ୟକ୍ରମ ଥିବାରୁ ସମସ୍ତେ ସେଠାରେ ଉପସ୍ଥିତ ରହିବା ପାଇଁ ବିଡିଓ ଆଦିକନ୍ଦ ବେହେରା ନିର୍ଦ୍ଧେଶ ଦେଇଥିଲେ । ମାତ୍ର ରାତି ୧୧ଟା ପର୍ଯ୍ୟନ୍ତ ଜିଲ୍ଲାପାଳ ଆସିନଥିଲେ । ଏହାପରେ କର୍ମଚାରୀ ମାନେ ଘରକୁ ଯିବା ପାଇଁ ବାହାରିଥିଲେ । ମାତ୍ର ତହସିଲଦାର ଆଶିଷ ଜେନା ରାତି ସାରା ବାତ୍ୟା କାମ କରିବା ପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏଥିରେ ବ୍ଲକ କର୍ମଚାରୀ ମାନେ ରାତି ଅନିଦ୍ରା ହୋଇ କାର୍ଯ୍ୟ କରିବା ପାଇଁ କର୍ମଚାରୀ ମାନଙ୍କର ଧର୍ଯ୍ୟ ନଥିବାର ବିଡିଓ ଶ୍ରୀ ବେହେରାଙ୍କୁ ଅନୁରୋଧ କରିଥିଲେ । ସକାଳ ୭ଟାରୁ ରାତି ୧୧ଟା ୧୬ ଘଂଟା ଖଟିବା ପରେ ବିଡିଓ ଶ୍ରୀ ବେହେରା କର୍ମଚାରୀଙ୍କ କଥାକୁ ହୃଦୟଗମ କରି ଘରକି ଯିବାପାଇଁ ଅନୁମତି ଦେଇଥିଲେ । ମାତ୍ର ତହସିଲଦାର ଆଶିଷ ଜେନା ଏଥିରେ ଖªା ହୋଇ ବ୍ଲକ ଏବଂ ତହସିଲ କର୍ମଚାରୀ ମାନଙ୍କୁ ବାତ୍ୟା କାର୍ଯ୍ୟ ପାଇଁ ରଖିଥିଲେ । ବାଧ୍ୟ ହୋଇ ଅନିଛା ସତେ୍ୱ କର୍ମଚାରୀ ମାନେ ମଧ୍ୟ ରାତ୍ରି ଯାଏଁ ସେଠାରେ ରହିଥିଲେ । ତେବେ ରାତିରେ ପିପିଲି ବ୍ଲକ ଓରକଳ ଗ୍ରାମପଂଚାୟତର ଜିଆରଏସ ମନମୋହିନି ନନ୍ଦ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଏହାପରେ ତହସିଲଦାର ଆଶିଷ ଜେନା ୧୦୮ ଆମ୍ବୁଲାନ୍ସ ଡାକିବା ପାଇଁ ଜଣେ କର୍ମଚାରିଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏଥିରେ କର୍ମଚାରୀ ମାନେ ଉତକ୍ଷିପ୍ତ ହୋଇଯାଇଥିଲେ । ବ୍ଲକ କାର୍ଯ୍ୟାଳୟ ଠାରୁ ଡାକ୍ତରଖାନା ମାତ୍ର ୨୦୦ ମିଟର ହୋଇଥିଲା ବେଳେ ଏବଂ ପାଖରେ ସରକାରୀ ଗାଡି ଥିଲା ବେଳେ ସଂଗେ ସଂଗେ ସରକାରୀ ଗାଡିରେ ଡାକ୍ତରଖାନା ନେବା ପରିବର୍ତେ ୧୦୮ ଆମ୍ବୁଲାନ୍ସ ଡାକିବା ଘଟଣାକୁ ନେଇ କର୍ମଚାରୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସରକାରୀ ଗାଡିରେ ପିପିଲି ଡାକ୍ତରଖାନାକୁ ଶ୍ରୀ ନନ୍ଦଙ୍କୁ ଚିକିସିା ପାଇଁ ନେଇଥିଲେ । ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଡାକ୍ତରଖାନାରେ ପହଂଚି ଜିଆରଏସ ମନମୋହିନିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ତାଙ୍କ ସହିତ ବିଡିଓ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ପିପିଲି ତହସିଲଦାର ଆଶିଷ ଜେନା ଭୁଲିଗଲେ ନିଜର ମାନବିକତା ଓ ବିବେକ । ଗଲେନାହିଁ ଡାକ୍ତରଖାନା କି ବୁଝିଲେନି କର୍ମଚାରୀର ସ୍ୱାସ୍ଥ୍ୟ ଅବସ୍ଥା । କେବଳ ନିଜ ପଦବୀର ଅପବ୍ୟବହାର କରି କର୍ମଚାରୀ ମାନଙ୍କୁ ପରୋକ୍ଷରେ ନିର୍ଯାତନା ଦେବା ଜାଣନ୍ତି ବୋଲି କେତେକ କର୍ମଚାରୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି । କେଉଁ ନିୟମ ମୁତାବକ ରାତିସାରା ମହିଳା ମାନଙ୍କୁ ରଖି କାର୍ଯ୍ୟରେ ଖଟାଇବା ବୋଲି ପିପିଲିର ବରିଷ୍ଠ ନାଗରିକ ଏବଂ ବୁଦ୍ଧିଜୀବୀ ମାନେ ଏଭଳି ପ୍ରଶ୍ନ ଉଠାଇବା ସହିତ ଦୃଢ ନିନ୍ଦା କରିଛନ୍ତି । ଏହା ଏକ ପ୍ରକାରର ନାରୀ ନିର୍ଯାତନା ବୋଲି ମତବ୍ୟକ୍ତ କରି ତାଙ୍କ ବିରୁଦ୍ଧରେ ଜିଲ୍ଲାପାଳ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିପିଲିର ବୁଦ୍ଧିଜୀବୀ ମାନେ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

ମାତିଛନ୍ତି ମାଟି ମାଫିଆ,ରାତିରେ ଶୋଉନି ଚାଷୀ

Read More...

ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

ନର୍ସିଂହୋମ୍‌ ବାଲ୍‌କୋନିରୁ ଖସି ସୁଇପର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page