ଝିଅ ଖୋଜିଦେବା କହି ଟଙ୍କା ଠକିନେଲେ

May 31, 2019, ଓଡ଼ିଶା, , Anupambharat News Bureau


ଝିଅ ଖୋଜିଦେବା  କହି ଟଙ୍କା ଠକିନେଲେ
Anupambharat News Bureau
May 31, 2019

ଭଦ୍ରକ,୩୦ା୫ (ଅନୁପମ ମିଡିଆ): ଭଣ୍ଡାରିପୋଖରୀ ଥାନା ମଞ୍ଜୁରିରୋଡ଼ ଫାଣ୍ଡି ଅନ୍ତର୍ଗତ କୋଟସିରା ଗ୍ରାମରେ ନିଖୋଜ ଝିଅକୁ ଖୋଜିଦେବା କହି ଟଙ୍କା ଠକିନେଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗ୍ରାମର ଗୋପିନାଥ ଜେନାଙ୍କ ଝିଅ ଗତ ୨୬.୦୧.୧୯ ତାରିଖ ଦିନ ଘରୁ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବୋହୁ ଖୋଜା ଖାଜି ପରେ କୌଣସି ଖବର ପାଇନଥିଲେ । ଗୋପିନାଥଙ୍କ ଭାଇ କୁନନ୍ଦ ଓ ତାଙ୍କ ସ୍ତ୍ରୀ ଝିଅକୁ ଖୋଜି ଦେବେ କହି କିଛି ଟଙ୍କା ନେଇଥିଲେ । ଇତି ମଧ୍ୟରେ ଗୋପିନାଥ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ଯାଜପୁର ଅଂଚଳର ସୁଜନସିଂପୁରରେ ବିବାହକରିଛି । ଏପଟେ ଝିଅ ଖୋଜିଆଣିବା ପାଇଁ ସୁନନ୍ଦଙ୍କୁ ଯେଉଁ ଟଙ୍କା ଦେଇଥିଲେ ତାହା ଫେରି ନଥିଲା । ଝିଅ ଖୋଜି ଆଣିଦେବାରେ ବିଫଳ ହୋଇଥିବାରୁ ଗୋପିନାଥ ସୁନନ୍ଦଙ୍କୁ ଟଙ୍କା ମାଗିଥିଲେ । ଟଙ୍କାଦେବ କହି ସୁନନ୍ଦ ଆଜି କାଲି ସମୟ ଗଡ଼ାଇ ଚାଲିଥିବା ବେଳେ ଶେଷରେ ଗୋପିନାଥ ନିରାଶ ହୋଇ ଥାନାରେ ଆଶ୍ରୟ ନେଇଥିଲେ । ପୋଲିସ ଅଭିଯୋଗକୁ ଭିତିକରି ୮୯/୧୯ ମୂଳେ ଏକ ମାମଲା ରୁଜୁ କରିଥିବା ବେଳେ ସୁନନ୍ଦକୁ ଗିରଫକରି କୋର୍ଟ ଚାଲାଣ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୈତରଣୀ ବଞ୍ଚାଅ ଅଭିଯାନ

ବୈତରଣୀ ବଞ୍ଚାଅ ଅଭିଯାନ

Read More...

 ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

ମୋବାଇଲ ଆଲୁଅରେ ଚାଲୁଛି ରୋଗୀ ସେବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page