ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ

May 28, 2019, ଦେଶ, , Anupambharat News Bureau


ସ୍ମୃତିଙ୍କ ସହଯୋଗୀଙ୍କ ହତ୍ୟା ଘଟଣା, ୩ ଗିରଫ
Anupambharat News Bureau
May 28, 2019

ଆମେଠି: ଉତ୍ତର ପ୍ରଦେଶର ଆମେଠି ସାଂସଦ ସ୍ମୃତି ଇରାନୀଙ୍କ ଘନିଷ୍ଠ ସହଯୋଗୀ ସୁରେନ୍ଦ୍ର ସିଂହଙ୍କ ହତ୍ୟା ଘଟଣାରେ ପୋଲିସ୍‌ ଆଜି ୩ ଜଣଙ୍କୁ ଗିରଫ କରିଛି । ଏମାନେ ଆଞ୍ଚଳିକ ସ୍ତରୀୟ ରାଜନୀତିକ ଶତ୍ରୁତା ଯୋଗୁଁ ସୁରେନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ୍‌ କହିଛି । ଉତ୍ତର ପ୍ରଦେଶ ଡିଜିପି ଓପି ସିଂହ କହିଛନ୍ତି, ଆମେ ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛୁ । ଏବେ ବି ଦୁଇ ଜଣ ଫେରାର ଅଛନ୍ତି । ଆମେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରିବୁ । ଗିରଫ ଅଭିଯୁକ୍ତଙ୍କ ବୟାନ ଓ ମିଳିଥିବା ପ୍ରମାଣ ଆଧାରରେ ଆଞ୍ଚଳିକ ସ୍ତରର ରାଜନୀତିକ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ସୁରେନ୍ଦ୍ର ସିଂହଙ୍କୁ ତାଙ୍କ ଘରପାଖରେ ଆକ୍ରମଣ କରାଯାଇଥିଲା । ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ, ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ସୁରେନ୍ଦ୍ର ଲୋକସଭା ନିର୍ବାଚନ ବେଳେ ସ୍ମୃତି ଇରାନୀଙ୍କ ପାଇଁ ଜୋରଦାର ପ୍ରଚାର କରୁଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ସ୍ମୃତି ଇରାନୀ ତୁରନ୍ତ ଆମେଠିରେ ପହଞ୍ଚିବା ସଙ୍ଗେସଙ୍ଗେ କୋକେଇକୁ ଅନ୍ୟମାନଙ୍କ ସହ ମିଶି ନିଜ କାନ୍ଧରେ ଶ୍ମଶାନକୁ ନେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତ-ବାଂଲାଦେଶ ମୁକାବିଲା ଆଜି

ଭାରତ-ବାଂଲାଦେଶ ମୁକାବିଲା ଆଜି

Read More...

ଆରପାରିରେ ଭିରୁ ଦେବଗନ

ଆରପାରିରେ ଭିରୁ ଦେବଗନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page